ଓଡ଼ିଶା ଖବରନ୍ୟୁଜ୍

କବିଙ୍କୁ ଅସମ୍ମାନ

କବିଙ୍କୁ ଅସମ୍ମାନ

ଯାଜପୁର:-ବରୀ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୂଜ୍ୟପୂଜା ପରିଷଦ ପକ୍ଷରୁ ଜାତୀୟ କବି ବlଞ୍ଛାନିଧି ଦାସଙ୍କୁ ଅସମ୍ମାନ ପ୍ରତିବାଦରେ ଏକ ଶାନ୍ତି ପୂର୍ଣ୍ଣ ଅନଶନ କରାଯାଇଛି।

ଜାତୀୟ କବି ତଥା ସ୍ୱାଧୀନତା ସଂଗ୍ରାମୀ ବାଞ୍ଛାନିଧି ଦାସଙ୍କ ଜନ୍ମ ଶତବlର୍ଷିକୀ ଉପଲକ୍ଷେ ତାଙ୍କ ଜନ୍ମ ସ୍ଥାନରେ ତା ୨୧ଏପ୍ରିଲ ୨୦୨୩ରିଖ ଶୁକ୍ରବାର ଦିନ ନବଭାରତୀ ସରକାରୀ ବିଦ୍ୟା ଭବନ, ଭଳିନୂଆଗାଁ ଠାରେ ବରୀ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟରୁ ଶହେ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବରୀ ପୂଜ୍ୟପୂଜା ପରିଷଦ ଦ୍ୱାରା ଆୟୋଜିତ ଏକ କବିତା ପlଠ ଉତ୍ସବକୁ ଯାଜପୁର ଜିଲ୍ଲା ଶିକ୍ଷା ଅଧିକାରୀ ବରୀ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଚିଠି ସଂଖ୍ୟ 4654 ମାଧ୍ୟମ ରେ ଜଣାଇଥିଲେ।

କିନ୍ତୁ ଚିଠି କରିବାର 24ଘଣ୍ଟା ମଧରେ ଉକ୍ତ କବିତା ପାଠ ଉତ୍ସବର ଅନୁମତି ଚିଠି କୁ ଜିଲ୍ଲା ଶିକ୍ଷାଧିକାରୀ ବ୍ଲକ ଶିକ୍ଷାଧିକାରୀ ଙ୍କ ନିକଟରୁ ଚିଠି ସଂଖ୍ୟ 4678 ରେ ଫେରାଇ ନେଲେ l ଯାହା ଜାତୀୟ କବି ବଞ୍ଛାନିଧି ଦାସଙ୍କୁ ଅସମ୍ମାନ ବୋଲି ପୂଜ୍ୟପୂଜା ପରିଷଦ ଅଭିଯୋଗ କରିଛନ୍ତି।

Related posts

ବିଜେଡି କର୍ମୀଙ୍କ ବିଜେପି କର୍ମୀଙ୍କୁ ଭୁଜାଲି ମାଡ଼!

Odisha Halchal

ମହାବିଦ୍ୟାଳୟରେ କ୍ୟାରିୟର ଡାଉନ୍ ସେଲିଙ୍ଗ କାର୍ଯ୍ୟକ୍ରମ

Odisha Halchal

ମନମୁଣ୍ଡା ଥାନା ପକ୍ଷରୁ ଆମ ପୋଲିସ କାର୍ଯ୍ୟକ୍ରମ

Odisha Halchal

Leave a Comment