ଓଡ଼ିଶା ଖବରନ୍ୟୁଜ୍

ମାଆ ଶ୍ୟାମାକାଳୀଙ୍କ ପୂଜା ପାଇଁ କଳସ ଯାତ୍ରା

ମାଆ ଶ୍ୟାମାକାଳୀଙ୍କ ପୂଜା ପାଇଁ କଳସ ଯାତ୍ରା

ବେଲଗୁଣ୍ଠା:-(ରିପୋର୍ଟ :-ମଦନମୋହନ ବିଶ୍ବାଳ) ବେଲଗୁଣ୍ଠା ବ୍ଳକ୍ ଗୋବରା ମୁଖ୍ୟ ସଡକ ସ୍ଥିତ ଶ୍ରୀ କପିଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଛି ଚଳିତ ବର୍ଷର ମାଆ ଶ୍ୟାମାକାଳୀଙ୍କ ପୂଜା ଉତ୍ସବ I ଏହି ଅବସରରେ ଗୋବରା ଗ୍ରାମରେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି I

ଆଜି କଳସ ଯାତ୍ରା ସହିତ ପୂଜା ମଣ୍ଡପରେ ମଣ୍ଡଳା ଭରଣ,ନ୍ୟାସ ପୂଜା, ମୃଣ୍ମୟ ଜୀବଦାନ ଏବଂ ଆଳତୀ ପଣ୍ଡିତ ରାମ ଦାସଙ୍କ ପୁଜା ଅନୁଷ୍ଠିତ ହୋଇଯାଇଛି I ଏହି ପୂଜା ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ ଏବଂ ଶୁକ୍ରବାର ଦିନ ଦେବୀଙ୍କ ବିସର୍ଜ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I ଏହି ଅବସରରେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପ୍ରସାଦ ସେବନ ଭଳି କାର୍ଯ୍ୟକ୍ରମମାନ ଆୟୋଜିତ ହେବ ବୋଲି ସୂଚନା ମିଳିଛି I

ମାଆଙ୍କ ପୂଜା ଦେଖିବାକୁ ଆଖପାଖ ଅଞ୍ଚଳରୁ ଭକ୍ତଙ୍କ ସୁଅ ଛୁଟିଥିବା ବେଳେ ଆଗାମୀ ଦିନ ମାନଙ୍କରେ ଭକ୍ତଙ୍କ ଗହଳି ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି I କାର୍ଯ୍ୟକ୍ରମର କର୍ତ୍ତା ଭାବେ କୈଳାସ ଚନ୍ଦ୍ର ସାହୁ ଏବଂ କବି ନାୟକ , ଅରବିନ୍ଦ ମୁନି ଦାୟିତ୍ୱ ତୁଲାଉଥିବା ବେଳେ କପିଳେଶ୍ଵର ଯୁବକ ସଂଘ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି I କାର୍ଯ୍ୟକ୍ରମରେ ଗୋବରା ଗ୍ରାମବାସୀ ସହଯୋଗ କରୁଛନ୍ତି

Related posts

ଖୁବଶୀଘ୍ର ଓଡିଶା ବିଧାନସଭା ଟିଭି ଚ୍ୟାନେଲ୍‌, ତିଆରି ଚାଲିଛି ଷ୍ଟୁଡିଓ

Odisha Halchal

ପଞ୍ଚ ବାର୍ଷିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମାରୋହ

Odisha Halchal

ମୂଲଚାଲ ନେଲା ଭୟଙ୍କର ରୂପ

Odisha Halchal

Leave a Comment