ଓଡ଼ିଶା ଖବରନ୍ୟୁଜ୍

ଦୁଇ ବର୍ଷ ପରେ ଗୋପାଳପୁର ବେଳା ଭୂମି ମହୋତ୍ସବ

ଦୁଇ ବର୍ଷ ପରେ ଗୋପାଳପୁର ବେଳା ଭୂମି ମହୋତ୍ସବ

ଛତ୍ରପୁର:-(ରିପୋର୍ଟ :-ଗୌର ପ୍ରସାଦ ମହାପାତ୍ର  )ଦୁଇ ବର୍ଷ ପରେ ଗୋପାଳପୁର ବେଳା ଭୂମି ମହୋତ୍ସବ ଉଦଘାଟିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମ କୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ. ଓଡିଶା ର ମୁଖ୍ୟ ମନ୍ତୀ ଶ୍ରୀ ନବୀନ ପଟନାୟକ ଭିଡିଓ ଜରିଆରେ ଏହାର ଉଦଘାଟନ କରିଥିଲେ. ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ସମସ୍ତ ଦର୍ଶକ ଙ୍କୁ ଅଭିନନ୍ଦନ ଜଣାଇଥିଲେ.

ରାଜ୍ୟ ତଥା ରାଜ୍ୟ ବାହାର ରାଜ୍ୟ ର ଲୋକ କଳା ଓ ସଂସ୍କୃତି ଓ ପର୍ଯ୍ୟଟନ କୁ ସାରା ବିଶ୍ୱ ରେ ପରିଚିତ କରିବ ଏହି ମହୋତ୍ସବ.. ଏହି ବେଳା ଭୂମି ର ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ପ୍ରାୟ 5ଦିନ ଧରି ଚାଲିବ. ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ବାଚସ୍ପତି କହିଥିଲେ ଯେ ଗଞ୍ଜାମ ର ଲୋକ କଳା, ଓ ସଂସ୍କୃତି ବିଶ୍ୱ ଦରବାର ରେ ପରିଚିତ କରିବା ପାଇଁ ଏହି ଉତ୍ସହବ ନିହାତି ଆବଶ୍ୟକ. ଆଗାମୀ ଦିନ ରେ ଗୋପାଳପୁର ଓଡିଶା ର ପ୍ରମୁଖ ସହର ର ମାନ୍ୟତା ଗ୍ରହଣ କରିବ. ଜିଲ୍ଲା ପାଳ ଦିବ୍ୟଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ଯୋଗ ଦେଇ ଥିଲେ. ସେହି ପରି ଗଞ୍ଜାମ ଜିଲ୍ଲା ପରିଷଦ ର ଉପାଧ୍ୟକ୍ଷ ଏସ.. ରାଜେଶ୍ୱରୀ ଦୋରା, ରଙ୍ଗଈଲୁଣ୍ଡା ବ୍ଲକ ଅଧ୍ୟକ୍ଷ ସି, ଏଚ, ଉଷାରଣୀ, ଗୋପାଳପୁର ଏନ -ଏସ -ସି ଅଧକ୍ଷା ଏସ ଜାନକୀ ରାମ, ବାଲୁକା ଶିଳ୍ପୀ ପଦ୍ମ ଶ୍ରୀ ସୁଦର୍ଶନ ପଟନାୟକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି କୀର୍ତିଭାଷଣ, ଓ ବ୍ରହ୍ମପୁର ଏସ. ପି. ଶ୍ରାବଣ ବିବେକ, ପ୍ରମୁଖ ମଂଚାସୀନ ଥିଲେ.

ଆଜିର ଏହି ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ରେ ଓଡ଼ିଆ ସଂଗୀତ ଜଗତ ର ଆଲବମ ଗାୟକ ମଣ୍ଟୁ ଚୁରିଆ, ଦୀପ୍ତି ରେଖା, ଙ୍କ କଣ୍ଠ ସ୍ୱର ରେ ଝୁମି ଉଠିଥିଲା ଏହି ବେଳା ଭୂମି ମହୋତ୍ସବ. ପରିଶେଷରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଭି କୀର୍ତି ଭାଷଣ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ. ଏହି କାର୍ଯ୍ୟକ୍ରମ ରେ ପୋଲିସ ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ. ପ୍ରାୟ 15ହଜାର ରୁ ଉର୍ଦ୍ଧ ପୋଲିସ ଫୋର୍ସ ଏହି କାର୍ଯ୍ୟକ୍ରମ ର ଶାନ୍ତି ଶୃଙ୍ଖଳା ପାଇଁ ମୁତୟନ କରାଯାଇଥିଲା.

Related posts

ଡ୍ରୋନ ସାହାଯ୍ୟରେ ବାଣ୍ଟିଲେ ଭତ୍ତା

Odisha Halchal

ବିଜେପି ଯୁବ ନେତାଙ୍କୁ ନୃଶଂସ ହତ୍ୟା

Odisha Halchal

କଣ ପାଇଁ ହାରିଲା ଭାରତ ଶ୍ରୀଲଙ୍କା ଠାରୁ

Odisha Halchal

Leave a Comment