ଓଡ଼ିଶା ଖବରନ୍ୟୁଜ୍

ସ୍ୱାର୍ଥପର ମାଲିକ, ମୁହଁମୋଡ଼ି ଚାଲିଗଲା

ସ୍ୱାର୍ଥପର ମାଲିକ, ମୁହଁମୋଡ଼ି ଚାଲିଗଲା

ମଣିଷ କେତେ ସ୍ୱାର୍ଥପର ହୋଇପାରେ? ନିଜ କାମ ଥିବା ଯାଏଁ ଭଲ ପାଏ, ଆଉ କାମ ସରିବା ପରେ ମୁହଁ ମୋଡ଼ି ଦିଏ। ମଣିଷର ସ୍ୱାର୍ଥପରତାର ପୁଣି ଏକ ଦୁଃଖଦ ଘଟଣା ନଜର ଆସିଛି କଟକରୁ। କାହାଣୀଟି ଏକ ପୋଷା କୁକୁରର। ଦେହରେ ଅନେକ ଘା’ ହେବା ପରେ ତା ମାଲିକ ତାକୁ ରାସ୍ତା କଡ଼ରେ ଛାଡ଼ି ଚାଲି ଯାଇଥିଲା। ପରେ ବୁଲା କୁକୁରମାନେ ତାକୁ ଝୁଣି ଆହୁରି ଦୁରାବସ୍ଥା କରିଦେଇଥିଲେ।

କଟକର ଜଣେ ଯୁବକ ତନ୍ମୟ ମଲ୍ଲିକ ଧବଲେଶ୍ୱର ରାସ୍ତାରୁ ଏହି ବିଶ୍ୱାସୀ ପ୍ରାଣୀକୁ ଉଦ୍ଧାର କରି ଚିକିତ୍ସା କରିଥିଲେ। କୁକୁରଟି ଏବେ ପୂରା ସୁସ୍ଥ। ତା ଆଖି ଦେଖିଲେ ଲାଗୁଛି, ସେ ମାଲିକକୁ ଭୁଲିନି। ମାଲିକ ସିନା ଧୋକା ଦେଲା, ହେଲେ ସେ ମାଲିକକୁ ଏବେ ବି ଭଲ ପାଉଛି। ତାକୁ ହିଁ ଖୋଜୁଛି।

ଏନେଇ ତନ୍ମୟ କହିଛନ୍ତି, ଏହା ଜର୍ମାନ ସେଫାର୍ଡ ବର୍ଗର ବିଲାତି କୁକୁର। କଟକରୁ ଧବଳେଶ୍ୱର ଯାଉଥିବା ବେଳେ ଏହି ରୋଗୀଣା କୁକୁରକୁ ରାସ୍ତା ପାର୍ଶ୍ୱରେ ପଡ଼ି ଲୁହ ଝରାଉଥିବା ଦେଖିବାକୁ ପାଇଥିଲେ। ଦେହରେ ଅନେକ ଘା’ ହୋଇଯାଇଥିଲା। ନଖାଇ ନ ପିଇ ଶୁଖି କାଠ ହୋଇଯାଉଥିଲା। ଭୟରେ ଲୋକେ ପାଖ ମାଡ଼ୁ ନ ଥିଲେ। କିଛି ବଦାନ୍ୟ ଦୋକାନୀ କିଛି ବିସ୍କୁଟ ତା ଆଗରେ ପକାଇ ଦେଉଥିଲେ। ବାସ୍ ଏତିକି।

ଏହାକୁ ଦେଖି ସେ ସହିପାରିନଥିଲେ। ତେଣୁ ତୁରନ୍ତ ତାର ଚିକିତ୍ସା କରାଇବା ସହ ପିପୁଲ ଫର୍ ଆନିମଲ୍ ସଂଗଠନ ଶିବିରକୁ ଆଣିଥିଲେ। ସେଠାରେ ତା’ର ଲାଳନପାଳନ ଓ ଯତ୍ନ କରାଯାଇଥିଲା। ଧିରେ ଧିରେ ସେ ସୁସ୍ଥ ହୋଇଛି। ଘା’ଗୁଡ଼ିକ ଶୁଖିଗଲାଣି। ହେଲେ ମନରେ ଏବେ ବି ନିଜ ମାଲିକକୁ ଯେପରି ସେ ଖୋଜୁଛି।ଯିଏ ତାକୁ ବ୍ୟବହାର କଲା, ନିଜ ଘରର ସୁରକ୍ଷା କରାଇଥିଲା, ସେ ହିଁ ତାକୁ ଏଭଳି ହଟହଟା କରାଇଛି। ଏହା ପ୍ରମାଣିତ କରିଛି ମଣିଷ କେତେ ନୃଶଂସ ଓ ପ୍ରାଣୀ କେତେ ବିଶ୍ୱାସୀ।

Related posts

ପୃଥିବୀ ଆଡ଼କୁ ଖସୁଛି ବିରାଟ ପଥର ଖଣ୍ଡ, ସତର୍କ କଲା ନାସା

Odisha Halchal

ଗରମତେଲରେ ନିଆଁ ଲାଗି ଅଘଟଣ

Odisha Halchal

ବହୁଦିନ ଧରି ଜଳ ସମସ୍ୟାରେ ଚାଷୀ,ଫସଲ ନକରି ପଡିଆ ପଡିଛି ଚାଷଜମି

Odisha Halchal

Leave a Comment