ଓଡ଼ିଶା ଖବରନ୍ୟୁଜ୍

ସ୍ୱାଧୀନ ଭାବେ ନିର୍ବାଚନ ଲଢିବା ପାଇଁ ମଇଦାନକୁ ଓହ୍ଲାଇଲେ ରାଜେନ୍ଦ୍ର ଦାସ

ସ୍ୱାଧୀନ ଭାବେ ନିର୍ବାଚନ ଲଢିବା ପାଇଁ ମଇଦାନକୁ ଓହ୍ଲାଇଲେ ରାଜେନ୍ଦ୍ର ଦାସ

ଭଦ୍ରକ ଧାମନଗର ଉପନିର୍ବାଚନ ପାଇଁ ଦୁଇ ଫାଳ ହେଲା ବିଜେଡ଼ି ଦଳ । ଗୋଟିଏ ପଟେ ବିଜେଡ଼ି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ମଇଦାନରେ ଓହ୍ଲାଇବାକୁ ଆଶା ଦେଉଥିବା ବେଳେ ଅନ୍ୟପଟେ ନିରାଶାର ମଞ୍ଚି ମଧ୍ୟ ବୁଣୁଛି ।ତେବେ ଟିକେଟ୍ ପାଇଁ ଆଶା ରଖିଥିବା ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ନିରାଶା ହୋଇ ସ୍ୱାଧିନ ଭାବେ ଲଢିବାକୁ ପ୍ରସ୍ତୁତ ହୋଇଛନ୍ତି ।

ଆଜି ନାମାଙ୍କନ ପତ୍ର ଦାଖଲ କରିବାକୁ ପ୍ରଶଂସକ,ସମର୍ଥକ ଙ୍କୁ ଧରି ବିରାଟ ଶୋଭାଯାତ୍ରାରେ ବାହାରି ପଡ଼ିଛନ୍ତି ।ଆଜି ନାମାଙ୍କନର ଶେଷ ଦିନ ଥିବାରୁ ଭଦ୍ରକ ବ୍ଲକ ପରିସରରେ ଥିବା ନିର୍ବାଚନ ଅଧିକାରୀଙ୍କ ଅଫିସକୁ ଯାଇ ନାମାଙ୍କନ ଭରିବେ । ଧାମନଗର ବାସିନ୍ଦାଙ୍କ ସ୍ୱାଭିମାନର ଲଢେଇ ବୋଲି କହିଛନ୍ତି ରାଜେନ୍ଦ୍ର ଦାସ ।

ସୁଚନା ଅନୁସାରେ ବିଜେଡ଼ି ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଟିକେଟ୍ ଦେବ ବୋଲି ପୁର୍ବରୁ ଚର୍ଚ୍ଚା ହେଉଥିବା ବେଳେ ଦୁଇ ଦିନ ପୁର୍ବରୁ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଭାବେ ମଇଦାନରେ ଓହ୍ଲାଇଛି ଦଳ ।ତେବେ ଏହି ଘଟଣାରେ ଅସନ୍ତୁଷ୍ଟ ଥିଲେ ରାଜେନ୍ଦ୍ର । ହେଲେ ଆଜି ସବୁ ଚର୍ଚ୍ଚାରେ ପୁଣ୍ଣଛେଦ ପକାଇ ସ୍ୱାଧିନ ଭାବେ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି ରାଜେନ୍ଦ୍ର ।

Related posts

ବାହାଘର ଦିନ ପ୍ରେମିକାକୁ ମାରି ଫ୍ରିଜରେ ରଖିଲା ପ୍ରେମିକ

Odisha Halchal

ଦେଶରେ ବଢ଼ିଲା ବେରୋଜଗାରୀ ହାର; ବେକାରୀ ସଂଖ୍ୟାରେ ନମ୍ବର ୱାନ୍ ଏହି ରାଜ୍ୟ

Odisha Halchal

ସ୍ୱାସ୍ଥ୍ୟ କର୍ମଚାରୀ ଙ୍କ ମୃତ୍ୟୁ କୁ ନେଇ ଉତ୍ତେଜନା

Odisha Halchal

Leave a Comment