ଓଡ଼ିଶା ଖବରନ୍ୟୁଜ୍

ବିରୂପା ନଦୀର ଛନ୍ଦାଘାଟ ନିକଟରେ ଥିବା ଏକ ଗଛରେ ଏକ ଯୁବକର ମୃତଦେହ

ବିରୂପା ନଦୀର ଛନ୍ଦାଘାଟ ନିକଟରେ ଥିବା ଏକ ଗଛରେ ଏକ ଯୁବକର ମୃତଦେହ

କଟକ:- (ରିପୋର୍ଟ:-ତୁଷାର ଜ୍ୟୋତି ନାୟକ )ମାହାଙ୍ଗା ଥାନା ଜୟୀପୁର ଫାଣ୍ଡି କୋଠପଦା ଗାଁ’ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିରୂପା ନଦୀର ଛନ୍ଦାଘାଟ ନିକଟରେ ଥିବା ଏକ ଗଛରେ ଏକ ଯୁବକର ମୃତଦେହ ଝୁଲିଥିବାର ଦେଖିବାକୁ ମିଳିଛି। ମୃତକଜଣକ ହେଲେ କୋଠପଦା ଗାଁ’ର ପ୍ରଦୀପ୍ତ କିଶୋର ନାୟକ।

ପ୍ରଦୀପ୍ତ କିଶୋର ନାୟକ ଏକ ଟାଟା ଏସି ଗାଡି ଚଳାଇ ସେଥିରୁ ରୋଜଗାର ଅର୍ଥରେ ପଟିବାର ଚଳାଉଥିଲେ । ତେବେ ଆର୍ଥିକ ସମସ୍ୟା ଯୋଗୁ ଏହି ଗାଡ଼ିଟିକୁ ଭାକୁଡ଼ ଅଂଚଳରେ ବନ୍ଧକ ରଖି କିଛି ଟଙ୍କା ଆଣିଥିବା ପରିବାର ପକ୍ଷରୁ କୁହା ଯାଉଛି । ଆର୍ଥିକ ଅନଟନ ଓ ମାନସିକ ଦୁଶ୍ଚିନ୍ତାକୁ ନେଇ ପ୍ରଦୀପ୍ତ ଆତ୍ମହତ୍ୟା କରିବା ନେଇ ସୂଚନାମିଳିଛି ।

କିଛିଦିନ ହେବ ମାନସିକ ଭାବେ ଭାଙ୍ଗିପଡିଥିବା ପ୍ରଦୀପ୍ତ ଆଜି ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେବା ତା’ଙ୍କ ମାଆ ଓ ପତ୍ନୀ ପୋଲିସକୁ ବୟାନ ଦେଇଛନ୍ତି । ମୃତକଙ୍କ ପତ୍ନୀଙ୍କ ଏତଲାକୁ ଭିତ୍ତିକରି କୁମୁଡା ଜୟୀପୁର ଫାଣ୍ଡି ପୋଲିସ ଗୋପବନ୍ଧୁ ମଲ୍ଲିକ ଘଟଣା ସ୍ଥଳୀରେ ପହଂଚି,ଶବ ଜବତ ପରେ ବ୍ୟବଛେଦ ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଇଥିଲେ ତଦନ୍ତ ଆରମ୍ଭକରିଛି।

Related posts

ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଚୋରି

Odisha Halchal

ମହାବିଦ୍ୟାଳୟରେ କ୍ୟାରିୟର ଡାଉନ୍ ସେଲିଙ୍ଗ କାର୍ଯ୍ୟକ୍ରମ

Odisha Halchal

ନକ୍ସଲ ହମଲା, ୩ ସିଆର୍‌ପିଏଫ୍‌ ଯବାନ ସହିଦ୍‌

Odisha Halchal

Leave a Comment