ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଆଉ ଫାଇନ୍‌ ଦେଇ ଖସି ହେବନି; ଏଣିକି ମଦ ପିଇ ଗାଡ଼ି ଚଳାଇଲେ କୋର୍ଟଚାଲାଣ

ଆଉ ଫାଇନ୍‌ ଦେଇ ଖସି ହେବନି; ଏଣିକି ମଦ ପିଇ ଗାଡ଼ି ଚଳାଇଲେ କୋର୍ଟଚାଲାଣ

ଏଣିକି ମଦ ପିଇ ଗାଡ଼ି ଚଳାଉଥିବା ଅବସ୍ଥାରେ ଧରା ପଡ଼ିଲେ ନିସ୍ତାର ନାହିଁ। ଆଉ ଫାଇନ୍‌ କାଟି ଚୁପଚାପ ଖସି ପାରିବେ ନାହିଁ। ଏଣିକି ନିଶାସକ୍ତ ଅବସ୍ଥାରେ ଡ୍ରାଇଭିଂ କରି ଧରା ପଡ଼ିଲେ ହେବେ ହଟହଟା । ମଦ୍ୟପ ଡ୍ରାଇଭରଙ୍କୁ ଅଟକ ରଖିବା ସହ କୋର୍ଟଚାଲାଣ କରିବ ପୁଲିସ୍‌। ଆବଶ୍ୟକ ସ୍ଥଳେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ୩ ମାସ ପାଇଁ ରଦ୍ଦ କରାଯିବ । ଏବେ କମିଶନରେଟ ପୁଲିସ୍‌ ଓ ଅବକାରୀ ବିଭାଗ ଆକ୍ସନ ମୁଡକୁ ଆସି ଯାଇଥିବାରୁ ଆଉ ବର୍ତ୍ତିପାରିବେନି ମଦୁଆ ଡ୍ରାଇଭର ।

ମଦ୍ୟପ ଡ୍ରାଇଭରଙ୍କୁ ସାବାଡ କରିବାକୁ କମିଶନରେଟ ପୁଲିସ୍‌ ସମେତ ଅବକାରୀ ବିଭାଗ ପକ୍ଷରୁ ଗତ କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକରେ ସରପ୍ରାଇଜ୍ ଚେକିଂ କରାଯାଉଛି। ଗତ ରାତିରେ ଭୁବନେଶ୍ୱର ହାଇଟେକ୍ ଛକରେ ପୁଲିସ୍‌ ଓ ଆରଟିଓ ଅଧିକାରୀ ଗାଡି ମୋଟର ତନଖି କଲାବେଳେ କିଛି ମଦ୍ୟପ ଡ୍ରାଇଭର ଧରାପଡିଥିଲେ ।

ଏନେଇ ଭୁବନେଶ୍ୱର ଆରଟିଓ-୨ ଅଧିକାରୀ ବିରଞ୍ଚି ନାରାୟଣ କହିଛନ୍ତି, ପୁଲିସ୍‌ ମହାନିର୍ଦ୍ଦେଶକ ଓ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ମଞ୍ଚେଶ୍ୱର ପୁଲିସ୍‌ ଓ ଆରଟିଓ-୨ ତରଫରୁ ହାଇଟେକ ଛକରେ ମିଳିତ ଚେକିଂ କରାଯାଇଥିଲା। ମଦ୍ୟପଙ୍କୁ ଧରିବା ସହ ଯାହା ଗାଡ଼ିରେ ଲାଇଟ୍‌ ଜଳୁନି ସେମାନଙ୍କର ମଧ୍ୟ ଚାଲାଣ କଟାଯାଇଛି। ଯିଏ ମଦ ପିଇ ଗାଡ଼ି ଚଲାଇବ, ସିଏ ଅଟକ ରହି କୋର୍ଟ ଚାଲାଣ ହେବେ। ଆଉ ଫାଇନ୍‌ ଦେଇ ଖସି ପାରିବେନି।

Related posts

ଆସିପାରେ ଚତୁର୍ଥ ଲହର ,ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ

Odisha Halchal

ବିଜେପି ଯୁବ ନେତାଙ୍କୁ ନୃଶଂସ ହତ୍ୟା

Odisha Halchal

ମାଓ ଗୁଳିରେ ୨ ଯବାନ ସହୀଦ

Odisha Halchal

Leave a Comment