ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବର

୨ ଘଣ୍ଟା ପରେ ସଚଳ ହେଲା ହ୍ୱାଟସଆପ୍‌

୨ ଘଣ୍ଟା ପରେ ସଚଳ ହେଲା ହ୍ୱାଟସଆପ୍‌

ହଠାତ୍‌ ଅଚଳ ହୋଇ ଯାଇଥିବା ମେସେଜିଂ ଆପ୍‌ ହ୍ୱାଟସଆପ୍‌ ପୁଣିଥରେ ସଚଳ ହୋଇଛି। ପ୍ରାୟ ୨ ଘଣ୍ଟା କାଳ ପୂରା ଭାରତ ବର୍ଷରେ ହ୍ୱାଟସଆପ୍‌ ବନ୍ଦ ରହିବା ପରେ କାର୍ଯ୍ୟକ୍ଷମ ହୋଇଛି। ଦିନ ପ୍ରାୟ ୧୨.୦୭ରେ ହଠାତ୍‌ ହ୍ୱାଟସଆପ୍‌ ସର୍ଭର ଡାଉନ ହେବା ଆରମ୍ଭ ହୋଇଥିଲା। ଦିନ ୧ଟା ବେଳକୁ ଏହା ସଂପୂର୍ଣ୍ଣ ଅଚଳ ହୋଇଯାଇଥିଲା।ହ୍ୱାଟସଆପ୍‌ ଜରିଆରେ ନା ମେସେଜ୍ ଦେଖିହେଲା ନା କାହାକୁ ପଠାଇହେଲା। ମେସେଜ୍ ପଠାଇଲେ ଏରର୍ ମଧ୍ୟ ଲେଖିବା ଆରମ୍ଭ କରିଥିଲା।

ପୂରା ଦେଶରେ ହଠାତ୍‌ ହ୍ୱାଟସଆପ୍‌ ଅଚଳ ହୋଇଯାଇଥିବା ସୋଶାଲ ମିଡିଆରେ ଲୋକମାନେ ପୋଷ୍ଟ କରିବା ଆରମ୍ଭ କରିଥିଲେ। ଏଥିସହ ଅନେକ ମିମ୍ସ ବି ଆରମ୍ଭ ହୋଇଯାଇଥିଲା।ଶେଷରେ ଜଣାପଡ଼ିଥିଲା ଯେ ହ୍ୱାଟସଆପର ସର୍ଭର ଡାଉନ୍ ହୋଇଯାଇଛି। କମ୍ପାନୀ ପ୍ରାୟ ୨ ଘଣ୍ଟା କାଳ ପରିଶ୍ରମ କରି ହ୍ୱାଟସଆପ୍‌ ସର୍ଭରକୁ ଠିକ୍‌ କରିଥିଲା। ଦିନ ପ୍ରାୟ ୨.୧୫ରେ ହ୍ୱାଟସଆପ୍‌ ଆଂଶିକ ଭାବେ ସଚଳ ହୋଇଥିଲା। ଏହାର କିଛି ମିନିଟ ପରେ ଏହି ମେସେଜିଂ ଆପ୍‌ ପୂର୍ବଭଳି ସେବା ଯୋଗାଇବା ଆରମ୍ଭ କରିଥିଲା।

ମିଳିଥିବା ସୂଚନା ଅନୁଯାୟୀ, କେବଳ ଭାରତ ବର୍ଷରେ ନୁହେଁ, ବିଶ୍ୱର ଅନେକ ଦେଶରେ ହଠାତ୍‌ ହ୍ୱାଟସଆପ୍‌କୁ ନେଇ ଏପରି ସମସ୍ୟା ସୃଷ୍ଟି ହୋଇଥିଲା। ୟୁଜର୍ସଙ୍କୁ ଏହି ଇନଷ୍ଟା ମେସେଜିଂ ୱେବସାଇଟ୍‌ କନେକସନ/ସର୍ଭର ଏରର ଦେଖାଇଥିଲା। ତେବେ ମାର୍କ ଜୁକରବର୍ଗଙ୍କ ମାଲିକାନାରେ ଥିବା ମେଟା କମ୍ପାନୀ ୨ ଘଣ୍ଟା ପରେ ଏହାକୁ ଠିକ୍‌ କରିଛି।ଭାରତ ସମେତ ଆମେରିକା, ଜର୍ମାନୀ, ଦକ୍ଷିଣ ଆଫ୍ରିକା, ବାହାରିନ, ବାଂଲାଦେଶ ଓ ଆଉ କିଛି ଦେଶର ୟୁଜର୍ସ ମଧ୍ୟ ସମାନ ଅଭିଯୋଗ କରିଥିଲେ।

ସର୍ଭର ଡାଉନ ନେଇ ଅଭିଯୋଗ ଆସିବା ପରେ ହ୍ୱାଟସଆପ୍‌ କହିଥିଲା ଯେ କମ୍ପାନୀ ଏ ପ୍ରସଙ୍ଗରେ ଅଭିଯୋଗ ପାଇଛି। ଲୋକମାନେ ମେସେଜ ଓ ଭିଡିଓ ପଠାଇବାରେ ସମସ୍ୟାରେ ପଡ଼ୁଛନ୍ତି। କମ୍ପାନୀ ଏହି ସମସ୍ୟାର ସମାଧାନ ପାଇଁ କାମ କରୁଛି। ତୁରନ୍ତ ସବୁ କିଛି ସ୍ୱାଭାବିକ କରାଯିବ ବୋଲି ହ୍ୱାଟସଆପ କହିଥିଲା।ତେବେ ସମସ୍ୟା କ’ଣ ପାଇଁ ହୋଇଥିଲା, ସେ ବିଷୟରେ କମ୍ପାନୀ କିଛି ବି କହିନି। ଏହାପୂର୍ବରୁ ୨୦୨୧ ଅକ୍ଟୋବର ୫ରେ ହ୍ୱାଟସଆପ ଓ ଇନଷ୍ଟାଗ୍ରାମରେ ସମାନ ସମସ୍ୟା ଦେଖାଦେଇଥିଲା। ୬ ଘଣ୍ଟା ପାଇଁ ଫେସବୁକ, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ଅଚଳ ହୋଇଯାଇଥିଲା।

Related posts

ମାଆ ଶ୍ୟାମାକାଳୀଙ୍କ ପୂଜା ପାଇଁ କଳସ ଯାତ୍ରା

Odisha Halchal

ସୀମାକୁ ବାରମ୍ୱାର ଡ୍ରୋନ ପଠାଉଛି ପାକିସ୍ତାନ

Odisha Halchal

ପୁତିନ୍ ଓ ଜେଲେନ୍‌ସ୍କି ମଧ୍ୟରେ ହେଲା ବୁଝାମଣା ରୁଷିଆର କଏଦୀଙ୍କୁ ଛାଡ଼ିଦେବ ୟୁକ୍ରେନ୍‌

Odisha Halchal

Leave a Comment