ଅପରାଧଓଡ଼ିଶା ଖବରନ୍ୟୁଜ୍

ପୂର୍ବ ଶତ୍ରୁତାରୁ ନୂଆଗାଁ ଛକରେ ବୋମା ମାଡ଼

ପୂର୍ବ ଶତ୍ରୁତାରୁ ନୂଆଗାଁ ଛକରେ ବୋମା ମାଡ଼

ଗଞ୍ଜାମ ଥାନା ଅନ୍ତର୍ଗତ ନୂଆଗାଁ ସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଏକ ସଉଦା ଦୋକାନ ଉପରେ ବୋମା ମାଡ଼ ହୋଇଛି l ଏଥିରେ ଅଳ୍ପକେ ବର୍ତ୍ତିଛନ୍ତି ଦୋକାନ ମାଲିକ ରାମ ଗୌଡ଼ (୩୨)l ତାଙ୍କ ଡାହାଣ ଗୋଡ଼ରେ ସାମାନ୍ୟ ଆହତ ଲାଗିଥିବା ଜଣା ପଡିଛି l ଖବର ପାଇ ଛତ୍ରପୁର ଏସଡିପିଓ ଗୌତମ କିସାନ, ଗଞ୍ଜାମ ଥାନା ଆଇଆଇସି ସୁଦୀପ୍ତ କୁମାର ସାହୁ, ସେକେଣ୍ଡ ଅଫିସର ଅଜିତ କୁମାର ପରିଡା ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରୀ ରଖିଥିବା ଜଣା ପଡିଛି l

ଦୋକାନ ମାଲିକ ରାମଙ୍କ କହିବା ଅନୁସାରେ ସେ ଦୋକାନରେ ଶୋଇଥିବା ବେଳେ ଏହି ବୋମାମାଡ଼ ହୋଇଥିବା ସୂଚନା ମିଳିଛି l ଏତିକି ବେଳେ ନୀଳ ରଙ୍ଗର ଆପାଚି ବାଇକରେ ତିନି ଜଣ ବ୍ୟକ୍ତି ଆସି ପ୍ରଥମେ ଜଣେ ଯୁବକ ଦୋକାନ ସମ୍ମୁଖରୁ ଗୋଟିଏ ବୋମା ଫିଙ୍ଗିଥିଲେ l ଶବ୍ଦ ଶୁଣି ଉଠିବା ପରେ ଆଉ ଗୋଟେ ବୋମା ଫିଙ୍ଗିଥିଲେ ଓ ସେହି ବୋମା ତାଙ୍କ ଛାତିରେ ବାଜିଥିଲା କିନ୍ତୁ ବୋମା ଟି ଫୁଟି ନ ଥିଲା l ଲାଗ ଲାଗ ଚାରୋଟି ବୋମା ମାଡ଼ କରି ଦୁର୍ବୃତ୍ତ ମାନେ ଛତ୍ରପୁର ଆଡକୁ ଚାଲି ଯାଇଥିଲେ।

ସେମାନେ ଫିଙ୍ଗିଥିବା ୪ ଟି ବୋମା ମଧ୍ୟରୁ ଦୁଇଟି ଫୁଟିଥିବା ବେଳେ ଦୁଇଟି ଫୁଟିନଥିଲାl ଦୋକାନୀ ମାଲିକ ଅଭିଯୁକ୍ତଙ୍କୁ ଜାଣିଥିବା ଏବଂ ପୂର୍ବ ଶତ୍ରୁତାରୁ ସେ ଏହି ବୋମା ମାଡ଼ କରିଥିବା ପୋଲିସକୁ କହିଛନ୍ତି l ହାଇୱେ ପେଟ୍ରୋଲିଙ୍ଗ ଗାଡିର ସୀମାଞ୍ଚଳ ସାହୁ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ଆହତ ରାମଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲ କୁ ଚିକିତ୍ସା ନିମନ୍ତେ ଆଣିଥିଲେ l

Related posts

ମମିତା ହତ୍ୟା ମାମଲା: କୋର୍ଟରେ ହାଜର ହେଲେ ଗୋବିନ୍ଦ ଓ ରାଧେ

Odisha Halchal

ଚଇତି ପଡିଆ ଠାରେ ନିଯୁକ୍ତି ମେଳା

Odisha Halchal

ବିଧବା ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

Odisha Halchal

Leave a Comment