ଅପରାଧଓଡ଼ିଶା ଖବରନ୍ୟୁଜ୍

ରକ୍ତ ସମ୍ପର୍କରେ ପାପର ଛିଟା, ଝିଆରୀକୁ ଗର୍ଭବତୀ କଲା କକା

ରକ୍ତ ସମ୍ପର୍କରେ ପାପର ଛିଟା, ଝିଆରୀକୁ ଗର୍ଭବତୀ କଲା କକା

ପିଶାଚ କକା। ରକ୍ତ ସମ୍ପର୍କର ଝିଆରୀକୁ ଛାଡ଼ିଲାନି। ବାପାମା’ ନ ଥିବା ବେଳେ ନାବାଳିକା ଝିଆରୀର ହାତଗୋଡ଼ ବାନ୍ଧି ଦୁର୍ଷ୍କମ କରି ୮ ମାସର ଗର୍ଭବତୀ କଲା। ଏଭିଳି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳରୁ। ଘଟଣାପରେ ଅଭିଯୁକ୍ତ କକା ଫେରାର ହୋଇଯାଇଛି। ନାବାଳିକା ଜଣଙ୍କ ସପ୍ତମ ଶ୍ରେଣୀ ପାଠ ପଢ଼ନ୍ତି।

ଅଭିଯୋଗ ଅନୁସାରେ, ୯ ମାସ ତଳେ ନାବାଳିକାଙ୍କ ବାପା ଅସୁସ୍ଥ ଥିଲେ। ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମା’ ମଧ୍ୟ ବାପାଙ୍କ ତଦାରଖ ପାଇଁ ଡାକ୍ତରଖାନାରେ ଥିଲେ। ନାବାଳିକା ଝିଅ ଓ ତାଙ୍କ ଛୋଟ ଭଉଣୀ ଘରେ ରହୁଥିଲେ। ବାପାମା’ ଅଭିଯୁକ୍ତ କକାଙ୍କ ଭରସାରେ ଦୁଇ ଝିଅଙ୍କୁ ଛାଡ଼ି ଦେଇ ପଳାଇଥିଲେ। ପିଶାଚ କକା ଏହାର ସୁଯୋଗ ନେଇ ନାବାଳିକାର ହାତଗୋଡ଼ ବାନ୍ଧି ବାରମ୍ବାର ଦୁଷ୍କର୍ମ କରିଥିଲା।

ନାବାଳିକା ଜଣକ ଆବାସିକ ସ୍କୁଲରେ ପାଠ ପଢ଼ନ୍ତି। ସ୍କୁଲର ଶିକ୍ଷୟିତ୍ରୀ ଦିଦି ନାବାଳିକାର ଶାରୀରିକ ପରିବର୍ତ୍ତନକୁ ଲକ୍ଷ୍ୟ କରି ଝିଅଟିକୁ ପଚରାଉଚରା କରିଥିଲେ। ପରେ ନାବାଳିକା ଜଣଙ୍କ ଶିକ୍ଷୟିତ୍ରୀ ଦିଦିଙ୍କ ପାଖରେ ସବୁ ସତ କହିଥିଲେ। ସତ ଜଣାପଡ଼ିବା ପରେ ନାବାଳିକାଙ୍କ ବାପା ମା’ଙ୍କୁ ଡାକି ଦିଦି ସବୁ କଥା କହିଥିଲେ। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଗତକାଲି ଗାଁ ମୁଖିଆଙ୍କୁ ନେଇ ଏକ ବୈଠକ ବସିଥିଲା। ନାବାଳିକାଙ୍କ ପରିବାର ଏନେଇ ଅଭିଯୁକ୍ତ କକାଙ୍କ ନାଁରେ କୁତ୍ରା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତ କକାକୁ ଖୋଜିବା ସହ ଘଟଣାର ତଦନ୍ତ କରୁଛି।

Related posts

ବିଜେଡି କର୍ମୀଙ୍କ ବିଜେପି କର୍ମୀଙ୍କୁ ଭୁଜାଲି ମାଡ଼!

Odisha Halchal

ବର୍ଷା ଯୋଗୁଁ କୋଷାଗୁମୁଡା ବ୍ଲକ ତଳି ଅଂଚଳରେ ବନ୍ୟା ଆଶଙ୍କା

Odisha Halchal

ପୁରୀର ବ୍ରହ୍ମଗିରି ଅଞ୍ଚଳରେ ବୋମାମାଡ଼

Odisha Halchal

Leave a Comment