ଅପରାଧଓଡ଼ିଶା ଖବରନ୍ୟୁଜ୍

ପ୍ରେମିକାଙ୍କୁ ଘରକୁ ପଶାଇ ଦେଉ ନାହିଁ ପ୍ରେମିକ

ପ୍ରେମିକାଙ୍କୁ ଘରକୁ ପଶାଇ ଦେଉ ନାହିଁ ପ୍ରେମିକ

ସୋନପୁର:-(ରିପୋର୍ଟ -ମଣ୍ଟୁମନ୍ତ୍ରା )ଦୁଇ ମାସର ଗର୍ଭବତି ପ୍ରେମିକାଙ୍କୁ ଘରକୁ ପଶାଇ ଦେଉ ନାହିଁ ପ୍ରେମିକ । ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା । ନ୍ୟାୟ ନ ପାଇଲେ ଆତ୍ମହତ୍ୟା ଦେବାକୁ ଧମକ । ଏଭଳି ଏକ ଅଭିଯୋଗରେ ସୋନପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି ବୌଦ୍ଧ ଜିଲ୍ଲାର ଜଣେ ଯୁବତୀ ।

ଅଭିଯୋଗ ଅନୁସାରେ ବୀରମହାରାଜପୁର ଥାନା କୁମରକେଲି ଗାଁର ନିରଞ୍ଜନ ଖୁରାଙ୍କୁ ପୁଅ ସଂପୃକ୍ତ ଯୁବତୀଙ୍କ ସହିତ ପ୍ରେମ କରିବା ସହ ତାଙ୍କୁ ବିବାହ ପାଇଁ ପ୍ରତିଶୃତି ଦେଇଥିଲେ । ଉଭୟଙ୍କ ମଧ୍ୟରେ ଶାରିରିକ ସଂପର୍କ ମଧ୍ୟ ଗଢ ଉଠିଥିଲା । କିନ୍ତୁ ଯୁବତି ଜଣକ ଯେତେବେଳେ ଯୁବକଙ୍କ ଘରକୁ ଯିବା ପାଇଁ କହିଲେ ଯୁବକ ତାକୁ ନେବା ପାଇଁ ମନା କଲେ । ଏମିତିକି ଯୁବତୀଙ୍କ ଚାରୀ ମାସର ଗର୍ଭକୁ ମଧ୍ୟ ନଷ୍ଟ କରିଥିବା ଅଭିଯୋଗ ହୋଇଛି ।

ଏନେଇ ବୀରମହାରାଜପୁର ଥାନାରେ ଯୁବତି ଜଣକ ଲିଖିତ ଅଭିଯୋଗ କରିଥିଲେ ହେଁ ପୋଲିସ ପକ୍ଷରୁ ଉଭୟଙ୍କୁ ବୁଝା ସୁଝା କରି ଛାଡି ଦେଇଥିଲା । ପରେ ପୁଣି ଯୁବକ ଜଣକ ପ୍ରତାରଣା କରିବା ସହ ତାଙ୍କୁ ଗ୍ରହଣ କରିନଥିଲେ । ଏବେ ପୁଣି ଦୁଇ ମାସର ଗର୍ଭବତି ଥିବାବେଳେ ସେ ନ୍ୟାୟ ଦାବି କରିଛନ୍ତି । ନଚେତ ଆତ୍ମାହୁତି ଦେବାକୁ ବାଧ୍ୟ ହେବି ବୋଲି ଚେତାବନି ଦେଇଛନ୍ତି ।

Related posts

ଲୋଡିଂ ବେଲ୍ଟରେ ଚାପି ହୋଇ ଶ୍ରମିକ ମୃତ

Odisha Halchal

ଭିଜିଲାନ୍ସ ଜାଲରେ ଆଇସିଡ଼ିଏସ ସୁପରଭାଇଜର

Odisha Halchal

ମଦ ପାଇଁ ମହାଭାରତ

Odisha Halchal

Leave a Comment