ଅପରାଧଓଡ଼ିଶା ଖବରନ୍ୟୁଜ୍

ସଞ୍ଜୁକ୍ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ଶ୍ରୀକାନ୍ତ !

ସଞ୍ଜୁକ୍ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ଶ୍ରୀକାନ୍ତ !

ଥାନାରେ ଏତଲା ଦେଲେ। କାନ୍ଦି କାନ୍ଦି ନ୍ୟାୟ ଭିକ୍ଷା କଲେ। ହେଲେ ଆକ୍ସନ ଜିରୋ। ନ୍ୟାୟ କଥା ପଚାରେ କିଏ ? ନ୍ୟାୟ ବିଳମ୍ବିତ ହେବା ପରେ ଏବେ ଖୋଦ୍ ଶଙ୍ଖଦଳକୁ ଏକ୍ସପୋଜ୍ କରିଛନ୍ତି ଦଳୀୟ ନେତ୍ରୀ ସଂଯୁକ୍ତା ମହଲା। ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ କେଳଙ୍କାରୀ ଏବଂ ଶଙ୍ଖଦଳରେ କେମିତି ମହିଳାଙ୍କୁ ସମ୍ମାନ ମିଳେ ସେସବୁ ବେପର୍ଦ୍ଦା କରିଛନ୍ତି ସଂଯୁକ୍ତା। କିପରି ପୂର୍ବତନ ମନ୍ତ୍ରୀ ତଥା ପୋଲସରାର ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ, ମନ୍ତ୍ରୀ ପଦ ପାଇବା ପରେ ତାଙ୍କୁ ଆଉଟ୍ କରିବାକୁ ଚାହିଁଲେ ସେସବୁର ଖୁଲାସା କରିଛନ୍ତି।

ଏପରିକି ଶ୍ରୀକାନ୍ତଙ୍କ ନାଁରେ ଏଫଆଇଆର୍ ଦେବାର ୩ ମାସ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନ ହେଉଥିବାରୁ ସେ କ୍ଷୋଭ ପ୍ରକାଶ କରିଛନ୍ତି। ପୂର୍ବତନ ଶ୍ରମମନ୍ତ୍ରୀଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ। ଏପ୍ରିଲ ୧୩ରେ ଶ୍ରୀକାନ୍ତ ମନ୍ତ୍ରୀ ଥିବା ସମୟରୁ ମହିଳା ଥାନାରେ ଏତଲା ଦେଇଥିଲେ ସଂଯୁକ୍ତା। ହେଲେ ଘଟଣାକୁ ୩ ମାସ ବିତିବା ପରେ ବି କାହିଁକି ଚୁପ୍ କମିଶନରେଟ୍ ପୋଲିସ ? କାହିଁକି ତଦନ୍ତ ପରିସରକୁ ଆସୁନାହାନ୍ତି ଶ୍ରୀକାନ୍ତ, କାହିଁକି ତାଙ୍କୁ ପଚରାଉଚୁରା କରୁନାହିଁ କମିଶନରେଟ୍ ପୋଲିସ ? ମା’କୁ ସମ୍ମାନର କଥା କହୁଥିବା ଦଳରେ ମହିଳାଙ୍କୁ ଇଏ କି ସମ୍ମାନ ? ଅନ୍ୟପଟେ ସଂଯୁକ୍ତାଙ୍କ ଅଭିଯୋଗ ପରେ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବିରୋଧୀ।

ପୂର୍ବରୁ ମମିତା ମର୍ଡର କେସରେ ସାଂଘାତିକ ଅଭିଯୋଗ ଆସିଥିଲା ସେତେବେଳର ଗୃହରାଷ୍ଟ୍ର ମନ୍ତ୍ରୀ ତଥା ବିଜେଡି ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କ ନାଁରେ। ହେଲେ ପୋଲିସ ତାଙ୍କୁ ତଦନ୍ତ ପରିସରକୁ ନେଲାନାହିଁ। ସେହିଭଳି ତିର୍ତ୍ତୋଲର ଯୁବ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ବି ଯୌନ କେଳେଙ୍କାରୀ ଅଭିଯୋଗ ଆଣିଥିଲେ ତାଙ୍କ ବାନ୍ଧବୀ ସୋମାଲିକା। ସେପଟେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀଙ୍କ ନାଁରେ ବଡ଼ ଅଭିଯୋଗ। ବିଜେଡି ନେତା ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପୂର୍ବରୁ ଅଭିଯୋଗ କରିଥିଲେ ସମୀର ଦାସ ନିଶା ଦେଇ ତାଙ୍କ ସ୍ତ୍ରୀଙ୍କୁ ବ୍ଲେକମେଲ୍ କରିଥିଲେ। ହେଲେ ସବୁ ମାମାଲାରେ ପୋଲିସ ଚୁପ୍

Related posts

ବାରଣ୍ଡାରେ ଚାଲିଛି ଶିକ୍ଷାଦାନ

Odisha Halchal

ସୋନାକ୍ଷୀ ସିହ୍ନା ସେୟାର କଲେ ନିର୍ବନ୍ଧର ଫଟୋ

Odisha Halchal

୧୧ ଦିନରେ ଧରା ପଡିଲେ ଆନ୍ତରାଜ୍ୟ ହତ୍ୟାକାରୀ

Odisha Halchal

Leave a Comment