ଓଡ଼ିଶା ଖବରନ୍ୟୁଜ୍

ଧସେଇ ପଶିଲେ ଆଶାକର୍ମୀ, ଉଠାଇନେଲା ପୋଲିସ

ଧସେଇ ପଶିଲେ ଆଶାକର୍ମୀ, ଉଠାଇନେଲା ପୋଲିସ

ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଆଶାକର୍ମୀ ସଙ୍ଘ ନବରଙ୍ଗପୁର ଜିଲ୍ଲା ତରଫରୁ ଆଜି ଜିଲ୍ଲା ର ସମସ୍ତ ବ୍ଲକ ର ଆଶାକର୍ମୀ ଏକତ୍ରିତ ହୋଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଫିସ ଭିତରକୁ ଧସେଇ ପଶିଥିଲେ ଆଶାକର୍ମୀ l ଦୀର୍ଘଦିନ ଧରି ଶୀତ କାକର ରେ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦେଇଥିବା ବେଳେ ଆଜି ଜେଲ ଭରୋ ଆନ୍ଦୋଳନ ଡାକରା ଦେଇଥିଲେ l

ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଙ୍କ ଉଧେଶ୍ୟ ରେ 7 ଦଫା ଦାବିପତ୍ର ପ୍ରଦାନ କରାଯାଇଥିବା ସତ୍ୱେ ମଧ୍ୟ ଏଯାବତ ଦାବି ଉପରେ ବିଚାର କରାଯାଇନାହିଁ l ଆଜି ଏନେଇ ଜିଲ୍ଲାରେ କାର୍ଯ୍ୟରତ ପ୍ରତି ବ୍ଲକ ର ଆଶା କର୍ମୀ ଏକତ୍ରିତ ହୋଇ ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ରାଲି ରେ ଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ପହଂଚି ଘେରାଉ କରିଥିଲେ l

5 ତାରିଖ ଠାରୁ ପ୍ରତ୍ୟକ ବ୍ଲକ ର ଆଶା ଦିଦି ମାନେ ଗୋଟିଏ ଦିନ ଲେଖାଏଁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସକାଳ ୧୦ ଘଣ୍ଟା ଠାରୁ ଅପରାହ୍ନ ୪ ଘଣ୍ଟା ଯାଏ ଅନିର୍ଦ୍ଧିଷ୍ଟ କାଳ ପ୍ରତିକ ଧାରଣା ଦେଉଥିଲେ l ଆଶା କର୍ମୀ ଙ୍କ ମୁଖ୍ୟ 7 ଗୋଟି ଦାବି ସରକାର ପୂରଣ ନ କରିବା ଯାଏ ଆନ୍ଦୋଳନ ରୁ ଓହରିବାର ପ୍ରଶ୍ନ ଉଠୁନାହିଁ ବୋଲି ଚେତାବନୀ ଦେଇଛନ୍ତି l ଗୋଟିଏ ପଟେ ଆଶାକର୍ମୀ ଅନ୍ୟପଟେ ଅଙ୍ଗନୱାଡି ଙ୍କ ଆନ୍ଦୋଳନ ଆଜି 18 ଦିନ ରେ ପହଁଚିଛି l ତେବେ କର୍ମୀ ମାନଙ୍କ ଆନ୍ଦୋଳନ କେତେ ମାତ୍ରା ରେ ଫଳପ୍ରଦ ହେଉଛି ଏବେ ତାହା ହିଁ ଦେଖିବାକୁ ବାକି ରହିଲା l

Related posts

ଫ୍ରି ଫାୟାର ଗେମ ଖେଳକୁ ନେଇ ହତ୍ୟା

Odisha Halchal

ଧୁମଧାମରେ ଉତ୍ସବ ମନାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ

Odisha Halchal

ନକ୍ସଲ ହମଲା, ୩ ସିଆର୍‌ପିଏଫ୍‌ ଯବାନ ସହିଦ୍‌

Odisha Halchal

Leave a Comment