ଓଡ଼ିଶା ଖବରନ୍ୟୁଜ୍

ଯବାନ ମାଓବାଦୀ ଗୁଳି ବିନିମୟ ତିନି ଯବାନ ସହିଦ

ଯବାନ ମାଓବାଦୀ ଗୁଳି ବିନିମୟ ତିନି ଯବାନ ସହିଦ

ମାଲକାନଗିରି:- ଜିଲ୍ଲା ସୀମାନ୍ତ ଜାଗରକୋଣ୍ଡା, କୁନ୍ଦେଡ଼ ଆଶ୍ରମ ପାଡ଼ା ନିକଟରେ ଯବାନ ମାଓବାଦୀ ଗୁଳି ବିନିମୟ ତିନି  ଯବାନ ସହିଦ ଓ ଦୁଇ ଜଣ ଗୁରୁତର ଖବର।ଜାଗରଗୋଣ୍ଡା , କୁଣ୍ଡେଡ ନିକଟ ଆଶ୍ରମ ପାରା ଠାରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି।

ଏହି ଗୁଳି ବିନିମୟରେ ତିନିଜଣ ଯବାନ ସହୀଦ ହୋଇଥିବା ଖବର ଆସୁଛି । ତେବେ ସହିଦ ତିନିଜଣ ଯବାନଙ୍କ ଉପରକୁ ମାଓବାଦୀଙ୍କ ପକ୍ଷରୁ ବୋମାମାଡ କରାଯାଇଥିବା କୁହାଯାଉଛି।ସୂଚନାଯୋଗ୍ୟ ଯେ ଆଜି ସକାଳ ସମୟରେ ସୁରକ୍ଷା ବିହୀନୀ ଅପରେସନ୍ ପାଇଁ ବାହାରିଥିଲେ, ଏବଂ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା।

ମାଓବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଯବାନ ମାନଙ୍କ ନାମ ଏଏସଆଇ ରାମୁରାମ ନାଗ, ଆସିଷ୍ଟାଣ୍ଟ କନଷ୍ଟେବଳ କୁଞ୍ଜାମ ଯୋଗ, ସୁରକ୍ଷା କର୍ମୀ ଭଞ୍ଜମ ଭୀମା ବୋଲି କୁହାଯାଉଛି। ତେବେ ଗୁରୁତର ଆହତମାନଙ୍କୁ ନିକଟସ୍ଥ ଚିକିତ୍ସାଳୟ ରେ ସ୍ଥାନାନ୍ତରିତ କରାଯାଇଛି ଏନେଇ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

Related posts

ମୁଲଚାଲ କରୁଥିବା ବେଳେ ବାଘ ଛାଲ ସହ ଜଣେ ଗିରଫ

Odisha Halchal

୬୮ ବୋତଲ ବିଦେଶୀ ମଦ ଜବତ, ଜଣେ ଗିରଫ

Odisha Halchal

ଭବିଷ୍ୟତ କରିବାକୁ ଉଜ୍ୱଳ ଜୀବନ ସହ ଚାଲିଛି ଖେଳ

Odisha Halchal

Leave a Comment