ଅପରାଧଓଡ଼ିଶା ଖବରନ୍ୟୁଜ୍

ରାଜଧାନୀ ଉପକଣ୍ଠ ମନ୍ଦିରରୁ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଷ୍ଟଧାତୁ ମୂର୍ତ୍ତି ଚୋରୀ ଘଟଣା

ରାଜଧାନୀ ଉପକଣ୍ଠ ମନ୍ଦିରରୁ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଷ୍ଟଧାତୁ ମୂର୍ତ୍ତି ଚୋରୀ ଘଟଣା

ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଟଙ୍କପାଣି ମନ୍ଦିରରୁ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରଚୀନ ଅଷ୍ଟଧାତୁ ମୂର୍ତ୍ତି ଚୋରୀ ଘଟଣାରେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ୍ ତଦନ୍ତ କରିଛି । ମନ୍ଦିର ଗ୍ରୀଲ୍‌, ଭଙ୍ଗା ଯାଇଥିବା ତାଲା ଆଦିରୁ ଫିଙ୍ଗର ପ୍ରିଣ୍ଟି ସଂଗ୍ରହ କରିଛି ଟିମ୍ । ଚୋରୀ ଘଟଣାକୁ ନେଇ ଗ୍ରାମବାସୀ ତଥା ବୁଦ୍ଧିଜୀବୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଗତ ୬ ମାସ ମଧ୍ୟରେ ବାଲିଅନ୍ତା ଥାନା ଅଂଚଳରେ ଥିବା ୫ରୁ ଉର୍ଦ୍ଧ୍ୱ ମନ୍ଦିରରୁ ମୂର୍ତ୍ତି ଚୋରୀ ହେଲାଣି ।ଚୋରମାନେ ବିଳମ୍ବିତ ରାତ୍ରିରେ ମନ୍ଦିର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ମୂର୍ତ୍ତି ଚୋରୀ କରି ନେଉଛନ୍ତି । ୬ ମାସ ମଧ୍ୟରେ ଭିଙ୍ଗାରପୁର ଗୋପିନାଥ ମନ୍ଦିରରୁ ୧୫ଟି ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି, ବାଳକାଟି ପ୍ରତାପଶାସନ ବାଲୁଙ୍କେଶ୍ଵର ମନ୍ଦିରରୁ ୨ଟି ମୂର୍ତ୍ତି, ପ୍ରତାପରୁଦ୍ରପୁର ଆଖଣ୍ଡଳେଶ୍ଵର ମନ୍ଦିରରୁ ୩ଟି ମୂର୍ତ୍ତି, ଜୟଦେବ ନୃସିଂହନାଥ ମନ୍ଦିରରୁ ୨ଟି ମୂର୍ତ୍ତି ଚୋରୀ କରି ନେଇଛନ୍ତି ଚୋର ।

ଏହି ଚୋରୀରେ ଏକ ବଡ ମୂର୍ତ୍ତି ଚୋର ଗ୍ୟାଙ୍ଗର ସଂପୃକ୍ତି ରହିଥିବା ଅନୁମାନ କରାଯାଉଛି । ତେବେ ଏ ପର୍ଯ୍ୟନ୍ତ ଚୋରଙ୍କ ସମ୍ପର୍କରେ ଟିକେ ବି ଟେର୍ ପାଇନି ପୋଲିସ ।

Related posts

ଦୁର୍ଦାନ୍ତ ମାଓବାଦୀଙ୍କୁ ଗିରଫ କଲା ଏନ୍ ଆଇ ଏ

Odisha Halchal

ଜାନ ଭବନର ଶିଳାନ୍ୟାସ କଲେ ମନ୍ତ୍ରୀ

Odisha Halchal

ସ୍ତ୍ରୀ ବେକରେ ରଶି ଲଗାଇ ଝୁଲି ପଡ଼ିବା ପରେ ଏସିଡ୍ ପିଇ ଦେଇଥିବା ସ୍ୱାମୀର ମୃତ୍ୟୁ

Odisha Halchal

Leave a Comment