ଓଡ଼ିଶା ଖବରନ୍ୟୁଜ୍

ଲୋକଙ୍କ ଆସ୍ଥା ହରାଉଛି କି ଡାକ ବିଭାଗ

ଲୋକଙ୍କ ଆସ୍ଥା ହରାଉଛି କି ଡାକ ବିଭାଗ

ଡାକ ବିଭାଗ ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଡାକଘରେ ଜମା କରିବା ପପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି । ମାତ୍ର କିଛି ଡାକ ବିଭାଗଭର କର୍ମଚାରୀଙ୍କ ଦୁର୍ନ୍ନୀତି ଯୋଗୁ ଡାକ ବିଭାଗ ଏବେ ଲୋକଙ୍କ ଆସ୍ଥା ହରାଇବାକୁ ବସିଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଗେଡମା ଡାକଘରେ । ଭଦ୍ରକ ଜିଲ୍ଲାର ମଞ୍ଜୁରୀରୋଡ଼ ଡାକଘର ଅଧୀନରେ ଥିବା ଉକ୍ତ ଡାକଘରର ପୋଷ୍ଟମାଷ୍ଟର ଜଣକ ଅନେକ ଲୋକଙ୍କ ଜମାଖାତାରୁ ମିଥ୍ୟା ଦସ୍ତଖତ କରି ଟଙ୍କା ଉଠାଇ ନେଇଥିବା ଆଉ କିଛି ଜମାକାରୀଙ୍କ ଏକାଉଣ୍ଟରେ ଟଙ୍କା ଜମା ନକରି ହଡପ କରିନେଇଥିବା ଜମାକାରୀ ମାନେ ଅଭିଯୋଗ କରିଛନ୍ତି । କିନ୍ତୁ ପୋଷ୍ଟମାଷ୍ଟର ଜଣକ ଗତ କିଛିଦିନ ତଳେ ମୃତ୍ୟୁବରଣ କରିବାପରେ ଏବେ ଜମାକାରୀ ମାନେ ଟଙ୍କା ଉଠାଇବାକୁ ଆସିବାପରେ ସେମାନଙ୍କ ଏକାଉଣ୍ଟରେ ଟଙ୍କା ନଥିବା ଜାଣିବାପରେ ଏହାକୁ ନେଇ ଜମାକାରୀ ମାନେ ହତାଶ ହୋଇ ପଡିଛନ୍ତି । ଏହାକୁ ନେଇ ପ୍ରତିଦିନ ଶହଶହ ଲୋକ ସଂପୃକ୍ତ ଡାକଘର ସମ୍ମୁଖରେ ହୋହଲ୍ଲା କରୁଥିବାବେଳେ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରାଇଛନ୍ତି। ଉଚ୍ଚ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଆସି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

ସାହାପୁର ଗ୍ରାମର ରୀନାରାଣୀ ଦାସ କରିଥିବା ଅଭିଯୋଗ ଅନୁଯାଇ ସେ ଜଣେ ଗରିବ ପରିବାରର । କିନ୍ତୁ ଗତ କିଛିବର୍ଷ ହେଲା ଯାହା ରୋଜଗାର କରନ୍ତି ସେଥିମଧ୍ୟରୁ କିଛି କିଛି ଅର୍ଥ ବିଭିନ୍ନ ଜମାଖାତା କରି ସଞ୍ଚୟ କରିଥାନ୍ତି । ବିଶେଷକରି ପୋଷ୍ଟମାଷ୍ଟର ଥିବା ଗୋଲଖ ବିହାରୀ ଦାସଙ୍କ କଥାରେ ବିଶ୍ୱାଷ କରି ସେ ୮ଲକ୍ଷରୁ ଉର୍ଦ୍ଧ ଟଙ୍କା ଜମା ରଖିଥିଲେ । ଗତବର୍ଷ ସେ ଝିଅ ବାହାଘର ପାଇଁ ସୁନାଗହଣା କିଣିବାକୁ ଆସିଥିବାବେଳେ ପୋଷ୍ଟମାଷ୍ଟର ଜଣକ ତାଙ୍କୁ କାହିଁକି ଏବେ ଗହଣା କିଣିବୁ ତୋ ଜମା ଟଙ୍କାର ସୁଧ କମିଯିବ, ତେଣୁ ବାହାଘର ଠିକ ହେଉ ୁଠାଇନେବୁ କିଣିବୁ ବୋଲି କହି ଫେରାଇଦେଇଥିଳେ । ଏପରିକି ଜମାବହି ମଧ୍ୟ ଦେଇ ନଥିଲେ । କହିଥିଲେ ଏଠି ସୁରକ୍ଷିତ ଅବସ୍ଥାରେ ଅଛି, ଘରକୁ ନେଲେ କେଉଁଠି ହଜାଇଦେବୁ ପୁଣି ଅସୁବିଧା । ତେଣୁ ସେ ବିଶ୍ୱାଷରେ ପଳାଇଥିଲେ ।

ଏପରିକି ଗତ କିଛିଦିନ ତଳେ ଆସି ଦେଖା କରିବାରୁ ମୁଁ ମେଡିକାଲରୁ ଫେରିଆସେ ତୋ ଟଙ୍କା ଉଠାଣର ବ୍ୟବସ୍ଥା କରିଦେବି କହିଥିଲେ । କିନ୍ତୁ ଏବେ ଆସି ବହି ଦେଖିବା ବେଳକୁ ମାତ୍ର ୨୯ହଜାର ଟଙ୍କା ଅଛି । ଫିକ୍ସ ଡିପୋଜିଟ ଗୁଡିକର କୌଣସି ଖୋଜଖବର ମିଳୁନି । କଣ କରିବୁ ଏହା ଭାବିବା ବେଳକୁ ମୁଣ୍ଡ ବୁଲାଇ ଦେଉଛି । ଯଦି ଡାକ ବିଭାଗ ଏହାର କୌଣସି ଉପଯୁକ୍ତ ତଦନ୍ତ ନକରିବ ତେବେ ଆମେ ବାଧ୍ୟ ହୋଇ ଆତ୍ମହତ୍ୟା କରିବୁ ବୋଲି ରୀନାରାଣୀ କାନ୍ଦି କାନ୍ଦି କହିଛନ୍ତି । ସେହିପରି ଗେଡମା ଗ୍ରାମର ସରସ୍ୱତୀ ଦାସ ନାମକ ଜଣେ ଜମାକାରୀ ୬୦ହଜାର ଟଙ୍କା ଫିକ୍ସ ଡିପୋଜିଟ କରିଥିଲେ । ତାଙ୍କର ସମୟ ପୁରିଯିବା ପରେ ତାଙ୍କ ସ୍ୱାମୀ ଟଙ୍କା ଉଠାଇବାକୁ ଆସିବା ବେଳକୁ ପୋଷ୍ଟମାଷ୍ଟର କହିଥିଲେ କି ତୁମେ ଗତ ମାସ ଟଙ୍କା ଉଠାଇ ନେଇଛ । ଏହା ଶୁଣି ସରସ୍ୱତୀଙ୍କ ସ୍ୱାମୀ ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ସେ ସେ ବାହାରେ ରହୁଥିବାବେଳେ ସେ କେବେ ଆସିନଥିଲେ । ନିୟମିତ ଡିଉଟିରେ ଥିଲେ । ତେଣୁ ତାଙ୍କ ନାମକୁ ଜାଲିଆତିକରି ଟଙ୍କା ଉଠାଇ ନେଇଥିବା ସରସ୍ୱତୀ ଅଭିଯୋଗ କରିଛନ୍ତି ।

ସେହିପରି ସାହାପୁର ଗ୍ରାମର ସୁବାସିନି ପଣ୍ଡାଙ୍କ ତିନୋଟି ଏକାଉଣ୍ଟରେ ଟଙ୍କା ଜମା କରିଥିବା ବେଳେ ଏବେ ଗୋଟିଏ ଏକାଉଣ୍ଟରୁ ୨୫ହଜାରରୁ ଉର୍ଦ୍ଧ ଟଙ୍କା ନାହିଁ । ସେହିପରି ସାହାପୁର ଗ୍ରାମର ରମ୍ଭା ଦାସ ନାମକ ଜଣେ ମହିଳା କରିଥିବା ଅଭିଯୋଗ ଅନୁଯାଇ ତାଙ୍କ ପୁଅ ଏହି ପୋଷ୍ଟଅଫିସରେ ତିନୋଟି ସ୍ଥାୟୀ ଜମାବହି ଖୋଲି ଦେଢ଼ ଲକ୍ଷ ଟଙ୍କା ରଖିଥିବାବେଳେ ସୁକନ୍ୟା ଏକାଉଣ୍ଟ ଖୋଲି ୨୦ହଜାର ଓ ଅନ୍ୟ ଏକ ଚାଲୁଜମା ଖାତାରେ ୪୬ହଜାର ଡିପୋଜିଟ କରିଥିଲେ । କିନ୍ତୁ ଚାଲୁ ବହିରୁ ୪୦ହଜାର ଟଙ୍କା ଉଠାଇ ନିଆଯାଇଥିବାବେଳେ ଆଉ ମାତ୍ର ତିନି ହଜାର ଟଙ୍କା ଅଛି । ଅନ୍ୟ ସ୍ଥାୟୀଜମା ବହି ଓ ସୁକନ୍ୟା ଜମାବହି ଗୁଡିକର କିଛି ସନ୍ଧାନ ମିଳୁନି । ନିଜେ ପୋଷ୍ଟମାଷ୍ଟର ସେହି ଜମା ବହି ଗୁଡିକୁ ଆମକୁ ନଦେଇ ନିଜ ପାଖରେ ରଖି ଆସୁଥିଲେ । ସେହିପରି ଗେଡମା ଗ୍ରାମର ଭରତ ବାରିକ ନାମକ ଜଣେ ଗ୍ରାହକ ତାଙ୍କ ଏକାଉଣ୍ଟ ନମ୍ବର ୯୬୯୮୬୫୨୭୦୪ରେ ୫୦ହଜାର୫୦ଟଙ୍କା ଚଜମା ରଖିଥିବାବେଳେ ତାଙ୍କ ଜମା ବହିରେ ପୋଷ୍ଟମାଷ୍ଟର ଉଠାଇଛନ୍ତି କିନ୍ତୁ ବାସ୍ତବରେ ତାହାକୁ ଜମା ନକରି ଟଙ୍କାକୁ ହଡପ କରିନେଇଛନ୍ତି । ତାଙ୍କ ଏକାଉଣ୍ଟରେ ଏବେ ମାତ୍ର ୧୦୮୩୧ଟଙ୍କା ଜମା ଅଛି ।

ଅବଶିଷ୍ଟ ଟଙ୍କାକୁ ସେ କୌଶଳକ୍ରମେ ହଡପ କରିନେଇଛନ୍ତି ବୋଲି ଭରତ ଅଭିଯୋଗ କରିଛନ୍ତି । ସେହିପରି ଗେଡମା ଗ୍ରାମର ମହେଶ୍ୱର ଜେନା ନାମକ ଜଣେ ଜାମାକରୀଙ୍କ ଜମାଖାତାରେ ୫୨ହଜାର ଟଙ୍କା ଜମାଥିବା ସୁଚିତ ହୋଇଥିବାବେଳେ ବାସ୍ତବରେ ତାଙ୍କ ଜମାଖାତାରେ ମାତ୍ର ୧୨ହଜାର ଟଙ୍କା ଅଛି । ଅବଶିଷ୍ଟ ୪୦ହଜାର ଟଙ୍କାକୁ ସେ ଜମା କରି ନାହାନ୍ତି କି ଉାଂଇ ନେଇଛନ୍ତି ତାହା ମହେଶ୍ୱର ଜାଣିପାରୁ ନାହାନ୍ତି । ଖାଲି ଏହି ତିନି ଚାରିଜଣ ନୁହନ୍ତି ଶହଶହ ଜମାକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଏନେଇ ଜମାକାରୀ ମାନେ ଡାକ ବିଭାଗର ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରି ସେମାନଙ୍କ ଟଙ୍କା ଫେରସ୍ତ ପାଇଁ ନିବେଦନ କରିଛନ୍ତି । ଅନ୍ୟ ପକ୍ଷରେ ମୃତ ପୋଷ୍ଟମାଷ୍ଟରଙ୍କ ସ୍ତ୍ରୀ କିଛି ଜମାକାରୀ ଓ କିଛି ସାମ୍ବାଦିକଙ୍କ ନାମରେ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। ଏହି ଜମାକାରୀ ମାନେ ତାଙ୍କୁ ଗାଳିଗୁଲଜ କରିବା ସହିତ ଜୀବନରେ ମାରି ଦେବାକୁ ଧମକ ଦେଉଛନ୍ତି କିଛି ସାମ୍ବାଦିକ ସେମାନଙ୍କୁ ପ୍ରରୋଚନା ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।

Related posts

ବର୍ତ୍ତମାନ ପର୍ଯ୍ୟନ୍ତ ବାଲ୍ୟ ବିବାହ ଭଳି କୁସଂସ୍କାର ବିଭିନ୍ନ ବ୍ଲକ ବା ପଞ୍ଚାୟତରେ

Odisha Halchal

ସୀମା ଟପିଲା ବର୍ବରତା, ଶାଶୂ ଉପରେ ଇଟା ଲଦିଦେଲା ବୋହୂ

Odisha Halchal

ସହୀଦ ଯବାନ ଅମର ରହେ ସ୍ଲୋଗାନ ରେ ପରିବେଶ ପ୍ରକମ୍ପିତ

Odisha Halchal

Leave a Comment