ଓଡ଼ିଶା ଖବରନ୍ୟୁଜ୍

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମଟରସାଇକେଲ ଚାଳକଙ୍କର ମୃତ୍ୟୁ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମଟରସାଇକେଲ ଚାଳକଙ୍କର ମୃତ୍ୟୁ

ମାଲକାନଗିରି :-(ରିପୋର୍ଟ:-କ୍ରିଷ୍ଣପଦ ରାୟ)ମାଲକାନଗିରି ଜିଲ୍ଲା ପୋଟେରୁ ଫାଣ୍ଡି ଅଧିନସ୍ଥ ଏମଭି ୧୯ ନମ୍ବର ଛକ ନିକଟ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ବସ୍ ଏବଂ ମଟରସାଇକେଲ ମଧ୍ୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣା ସ୍ଥଳରେ ମଟର ସାଇକେଲ ଚାଳକ ଙ୍କ ମୃତ୍ୟୁ ହୋଇଯାଇଛି। ସୂଚନାଯୋଗ୍ୟ ସମୟ ପାଖାପାଖି ପାଞ୍ଚଟା ସମୟରେ ରିଲାଏନ୍ସ ନାମକ ଘରୋଇ ଯାତ୍ରୀ ବାହୀ ବସ୍ କାଲିମେଳା ପଟରୁ ମାଲକାନଗିରି ଅଭିମୁଖେ ଆସୁଥିଲା, ଠିକ୍ ସେହି ସମୟରେ ମଟର ସାଇକେଲ ଚାଳକ ପାଲକୋଣ୍ଡା ଛକରୁ ବାହାରିଥିଲା।

ବସଟି ଭାରସାମ୍ୟ ହରାଇ ମଟରସାଇକେଲ ଚାଳକ ଙ୍କ ଉପରେ ଚଢ଼ି ଯାଇଥିଲା। ବସ୍ ଟି ଦ୍ରୁତଗାମୀ ରହିଥିବା ରୁ ୩୦ମିଟର ରୁ ଉର୍ଦ୍ଧ୍ବ ମଟରସାଇକେଲ ସହିତ ଚାଳକ ଙ୍କୁ ଘୋଷାଡି ଆଣିଥିବା ସୂଚନା । ବିଶେଷ ସୂଚନା ରୁ ଜଣାପଡିଛି, ଏହି ଯୁବକ ଜଣେ ହେଉଛନ୍ତି ସୋଙ୍ଗେଲ ଗ୍ରାମର ପଦିଆ ପଡ଼ିଆମି ପିତା ମୂୟା ପଡ଼ିଆମି ନିଜ ନାନି ଘର ପାଲକୋଣ୍ଡା ଆସି ଫେରୁଥିବା ସମୟରେ ଏଭଳି ଦୁର୍ଘଟଣାର ସ୍ବୀକାର ହୋଇଛନ୍ତି।

ଘଟଣାସ୍ଥଳରେ ମୃତକଙ୍କ ପରିଜନ ରାସ୍ତା ଅବରୋଧ କରିବା ସହିତ ତେଜ ଉତ୍ତେଜନା ସୃଷ୍ଟି ହୋଇଛି । ଦିର୍ଘ ସମୟ ଧରି ରାଜ ରାସ୍ତା ଠପ୍ ହୋଇ ରହିଥିବାରୁ ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ମଟର ଅଟକି ରହିଥିବା ଦେଖିବାକୁ ମିଳିଛି।ଖବର ପାଇ, ପୋଟେରୁ ଫାଣ୍ଡି ଅଧିକାରୀ ପଦ୍ମନ ପୁଜାରୀ ଙ୍କ ସହିତ ପୋଲିସ ର ଏକ ଟିମ୍ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ମାଲକାନଗିରି ରୁ କ୍ରିଷ୍ଣପଦ ରାୟଙ୍କ ରିପୋର୍ଟ ଓଡ଼ିଶା ହାଲଚାଲ।

Related posts

ବିଜେପି ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼

Odisha Halchal

ଭିଜିଲାନ୍ସ ଜାଲରେ ଆଇସିଡ଼ିଏସ ସୁପରଭାଇଜର

Odisha Halchal

ଏସଡିପିଓ ଓ ଆଇଆଇସିଙ୍କୁ ଗଞ୍ଜେଇ ଵୋଝେଇ ଗାଡି ଚଢାଇ ହତ୍ୟା କରିବା ଉଦ୍ୟମ ପଣ୍ଡ

Odisha Halchal

Leave a Comment