ଓଡ଼ିଶା ଖବରନ୍ୟୁଜ୍

ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କଲେ ଜିଲ୍ଲାପାଳ

ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କଲେ ଜିଲ୍ଲାପାଳ

ରାୟଗଡା :-(ରିପୋର୍ଟ-ପ୍ରସାଦ ସାହୁକାର) ଜିଲ୍ଲାପାଳ ଶ୍ରୀମତି ସ୍ୱଧା ଦେଵସିଂ ଆଜି ମୁନିଗୁଡା ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି l ପ୍ରଥମେ ପlତ୍ରଗୁଡ଼ ଗ୍ରାମପଞ୍ଚାୟତ ଗସ୍ତ କରି ସେଠାରେ ନିର୍ମିତ ଅମୃତ ସରବର ପଖୋରୀ ପରିଦର୍ଶନ କରିଛନ୍ତି l ଏହାପରେ ଶିବପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ହାଟଦହିଖାଲ ଶିଶୁ ଉଦ୍ୟାନ ପରିଦର୍ଶନ କରିଥିଲେ l

ଏହାପରେ ଶିବପଦର 5ଟି ଅଧିନସ୍ଥ ଉଚ୍ଚ ବିଦ୍ୟାଳୟ ଏବଂ ସେବାଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ର ଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ଦୁରଖୁଲିମା ଗସ୍ତ କରି ସେଠାରେ ଓଡିଶା ଜୀବିକା ମିଶନ କାର୍ଯ୍ୟକ୍ରମ ଓ ଅଙ୍ଗନ ୱlଡ଼ି କାର୍ଯ୍ୟକ୍ରମ ଅନୁଧ୍ୟାନ କରିଥିଲେ l ଦୁରଖୁଳିମାର ଗ୍ରାମବାସୀ ମାନେ ଏକ ଶୀତଳ ଭଣ୍ଡାର ସ୍ଥାପନ କରିବା ନିମନ୍ତେ ଦାବି କରିଥିଲେ l ଅଙ୍ଗନ ୱlଡ଼ି ଉପରେ ଆଲୋଚନା କରି ବିଶେଷ କରି ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ପୁଷ୍ଟିକର ଖାଦ୍ୟ ପ୍ରଦାନ ଉପରେ ଆଲୋଚନା କରିଥିଲେ l

ଶିବପଦର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଗସ୍ତ କରି ମିଶନ ଶକ୍ତି ଗ୍ରହ ଅନୁଧ୍ୟାନ କରିବାସହିତ ୩୦ଜଣ ଚାଷୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ l ଏହାପରେ ସିରକାପଡି ଗସ୍ତ କରି ଡିକେଡିଏ ଦ୍ୱାରା କରାଯାଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ଏବଂ ଡଙ୍ଗରିଆମାନଙ୍କୁ ସୌର ଲଣ୍ଠନ ଓ ପରିଚୟ ପତ୍ର ପ୍ରଦାନ କରିଥିଲେ l ଜିଲ୍ଲାପାଳଙ୍କ ଗସ୍ତ ସମୟରେ ପିଏ ଆଇଟିଡିଏ, ଗୁଣପୁର ଲୋକନାଥ ଦଲାବେହେରା, ମୁନିଗୁଡା ବି.ଡି.ଓ ଦିଲ୍ଲୀପ କୁମାର ବେହେରା,ଅନ୍ୟାନ୍ୟ ଅଧିକାରୀମାନେ ଓ ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Related posts

ହିରାନିଳା କଲେଜ ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢାଉ

Odisha Halchal

ଟ୍ରକ ଓ ପିକଅପ ଧକ୍କା ପିକଅପ ଡ୍ରାଇଭର ଗୁରୁତର

Odisha Halchal

ଲକ୍ଷାଧିକ ଟଙ୍କାର ବାଣ ଜବତ

Odisha Halchal

Leave a Comment