ଓଡ଼ିଶା ଖବରନ୍ୟୁଜ୍

କାହା ଚାପରେ ବଦଳି ହେଲେ ବୌଦ୍ଧ ଏସପି

କାହା ଚାପରେ ବଦଳି ହେଲେ ବୌଦ୍ଧ ଏସପି

ବୌଦ୍ଧ:-(ଜି:ପ୍ର: ଓଡିଶା ହାଲଚାଲ )କାହା ଚାପରେ ବଦଳି ହେଲେ ପ୍ରହଲ୍ଲାଦ ସହାଇ ମିନା।ଏବେ ସାଧାରଣ ଜନତା ଙ୍କ ମନରେ ଅନେକ ପ୍ରଶ୍ନ।ଭଳ କାମ କରୁଥିବା ଅଫିସର ଙ୍କ ସ୍ଥାନ ନାହିଁକି ବୌଦ୍ଧ ଜିଲ୍ଲାରେ।ଜଣେ ଦକ୍ଷ ପୋଲିସ ଅଫିସର ଙ୍କୁ ପାଇ ବେଶ୍ ଖୁସି ଥିଲେ ବୌଦ୍ଧ ଜିଲ୍ଲା ବାସି। ବୌଦ୍ଧ ଜିଲ୍ଲା କୁ ଗଞ୍ଜେଇ ର ଗଡ କୁହା ଯାଉଥିବା ବେଳେ ଉକ୍ତ କାରବାର ଉପରେ ରୋକ୍ ଲଗାଇବାକୁ ଅଣ୍ଟା ଭିଡ଼ିଥିଲେ ଶ୍ରୀ ମିନା।

ପ୍ରତିଦିନ ଚାଲିଥିଲା ଗଞ୍ଜେଇ କଟା ଅଭିଯାନ ।ପ୍ରତ୍ୟେକ ଥାନାରେ ଉଚିତ୍ ନ୍ୟାୟ ପାଉଥିଲେ ସାଧାରଣ ଜନତା।ରାଜନୈତିକ ଚାପ ନା ଅନ୍ୟକିଛି।ବଦଳି ହେବା ଉପରେ କାହାର ହାତ।ଗଞ୍ଜେଇ କାରବାର ରେ ଲିପ୍ତ ଥିବା କିଛି ରାଜନୈତିକ ନେତା ଙ୍କ ପକେଟ୍ କୁ ଆସୁଥିବା କଳା ଟଙ୍କା ଓ କୌଣଷି ରାଜନୈତିକ ଦଳର କଥା ନ ଶୁଣିବା ହେଲାକି ଅସୁବିଧା।

ଗଞ୍ଜେଇ ବେପାରୀଙ୍କୁ ପୋଲିସ ଲିଙ୍କ୍ ଓ ଅନ୍ୟାୟ କାର୍ଯ୍ୟରେ ଲିପ୍ତ ଥିବା ପୋଲିସ କୁ ନିଲମ୍ବନ ନା ବିସ୍ଫୋରକ ଗାଡିଜବତ କି ବନ୍ଧୁକ କାରଖାନା ଠାବ ଉଚିତ୍ କାର୍ଯ୍ୟ କରି ବେଶ୍ ଚର୍ଚ୍ଚା କୁ ଆସିଥିଲେ ବୌଦ୍ଧ ଏସପି ପ୍ରହଲ୍ଲାଦ ସହାଇ ମିନା।ସବୁ କାର୍ଯ୍ୟରେ ଜନ ସାଧାରଣ ପାଉଥିଲେ ଉଚିତ୍ ନ୍ୟାୟ।ମାତ୍ର ଚାରି ମାସରେ ଜଣେ ଭଳ ପୋଲିସ ଅଧିକାରୀ ଙ୍କୁ ବଦଳି କରିବା ଏହା ଦୁର୍ଭାଗ୍ୟର କଥା ।ଝୁରୁଛନ୍ତି ବୌଦ୍ଧ ଜିଲ୍ଲାର ନିରୀହ ଜନ ସାଧାରଣ।

Related posts

ମାଟ୍ରିକ୍ ପରୀକ୍ଷାରେ ସଫଳ ହେଲେ ଚାଷୀ ପରିବାରର ଝିଅ

Odisha Halchal

ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

Odisha Halchal

ଦୋଳଯାତ୍ରା ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ 

Odisha Halchal

Leave a Comment