ଦେଶ ବିଦେଶନ୍ୟୁଜ୍

ଜମ୍ମୁ କଶ୍ମୀର: କୁଲଗାମରେ ସୁରକ୍ଷାବାହିନୀର ଏନ୍‌କାଉଣ୍ଟର

ଜମ୍ମୁ କଶ୍ମୀର କୁଲଗାମରେ ସୁରକ୍ଷାବାହିନୀର ଏନ୍‌କାଉଣ୍ଟର

ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀ ଯବାନମାନେ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ୧୦ ଘଣ୍ଟାର ଏନ୍‌କାଉଣ୍ଟର ଭିତରେ ୨ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ନହିତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ହେଉଛି ପାକିସ୍ତାନୀ ନାଗରିକ । ନିହତ ହୋଇଥିବା ଆତଙ୍କବାଦୀମାନେ ‘ଲଶ୍କର-ଏ-ତଇବା’ର ସଦସ୍ୟ ।କୁଲଗାମରେ ବୁନା ଦେୱସର ଠାରୁ ୧.୫କିମି ଦୂରରେ ଚେୟନ ଅଞ୍ଚଳରେ ରବିବାର ଏନକାଉଣ୍ଟର ହୋଇଥିଲା ।

ସୁରକ୍ଷାବାହିନୀର ଯବାନମାନଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, କିଛି ଆତଙ୍କବାଦୀମାନେ ଚଳପ୍ରଚଳ କରୁଛନ୍ତି । ଏହି ସୂଚନା ଆଧାରରେ ଭାରତୀୟ ସେନାର ଏକ ଟିମ୍ ସ୍ଥାନୀୟ ପୋଲିସ ସହିତ ଅପରେଶନ ଆରମ୍ଭ କରିଥିଲା । ଏଠାରେ ଏକ ଘର ଭିତରେ ଆତଙ୍କବାଦୀମାନେ ଲୁଚି ଥିବା ସନ୍ଦେହ ହୋଇଥିଲା । ସୁରକ୍ଷାବାହିନୀର ଯବାନମାନେ ଯେତେବେଳେ ଚାରିଆଡୁ ଘେରିଲେ, ଆତଙ୍କବାଦୀମାନେ ଅନ୍ୟତ୍ର ଖସିଯାଇପାରି ନ ଥିଲେ । ଏନକାଉଣ୍ଟର ସକାଳ ୩ଟାରୁ ଆରମ୍ଭ ହୋଇଥିଲା ଓ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଜାରି ରହିଥିଲା ।

ଆତଙ୍କବାଦୀମାନେ ସୁରକ୍ଷାବାହିନୀର ଯବାନମାନଙ୍କ ଉପରକୁ ହାତ ବୋମା ଫିଙ୍ଗିଥିଲେ । ଏଥରେ ଜଣେ ଯବାନ ଆହତ ହୋଇଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୁରକ୍ଷାବାହିନୀର ଯବାନମାନେ ସର୍ବପ୍ରଥମେ ଆଖପାଖର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ୨ ଆତଙ୍କବାଦୀ ନିହତ ହେବା ପରେ ଘଟଣାସ୍ଥଳରୁ ଗୁଳି-ବନ୍ଧୁକ ଜବତ ହୋଇଥିଲା ।

Related posts

ଆର୍ଥିକ ବର୍ଷରେ ଭାରତର ଜିଡିପି ଗ୍ରୋଥ ହାର ହ୍ରାସ କଲେ ୱାର୍ଲଡ ବ୍ୟାଙ୍କ

Odisha Halchal

ସମଲିଙ୍ଗୀ ପ୍ରେମ ପାଇଁ ହରିୟାନାରୁ ଓଡିଶା

Odisha Halchal

ପ୍ରତୀକ୍ଷାର ଘଟିବ ଅନ୍ତ, ଲୋକାର୍ପଣ ହେବ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଆଣ୍ଡ ହସପିଟାଲ

Odisha Halchal

Leave a Comment