ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଇଦ ପାର୍ଟିରେ ଏକାଠି ନଜର ଆସିଲେ କିଆରା ଆଡଭାନୀ-ସିଦ୍ଧାର୍ଥ ମଲହୋତ୍ରା

ଇଦ ପାର୍ଟିରେ ଏକାଠି ନଜର ଆସିଲେ କିଆରା ଆଡଭାନୀ-ସିଦ୍ଧାର୍ଥ ମଲହୋତ୍ରା

ଫିଲ୍ମ ‘ଶେରଶାହା’ ରିଲିଜ୍ ହେବା ପରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଯୋଡି ଖୁବ୍ ପପୁଲାର ହୋଇଥିଲା । ଏହି ସମୟରେ ସୋସିଆଲ ମିଡିଆରେ ଦୁହିଁଙ୍କ ସମ୍ପର୍କ ବିଷୟରେ ଖବର ମଧ୍ୟ ଆସିବାକୁ ଲାଗିଲା। କିନ୍ତୁ ଯେତେବେଳେ ପ୍ରଶଂସକମାନେ ଉଭୟଙ୍କ ବିବାହ ବିଷୟରେ ଚିନ୍ତା କରୁଥିଲେ। ହେଲେ ସେତେବେଳେ ସେମାନଙ୍କ ବ୍ରେକ୍ଅପ୍ ହେବାର ଖବର ସାମ୍ନାକୁ ଆସିଥିଲା । ଯାହାକୁ ଶୁଣିଲା ପରେ ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏପଯ୍ୟନ୍ତ ବି-ଟାଉନ୍‌ରେ ମଧ୍ୟ ଚର୍ଚ୍ଚା ଲାଗି ରହିଛି । କୁହାଯାଉଛି କି ଏହି ଲଭବାର୍ଡ ବର୍ତ୍ତମାନ ଅଲଗା ହୋଇଯାଇଛନ୍ତି। କିନ୍ତୁ ବ୍ରେକଅପ୍ ଖବର ମଧ୍ୟରେ ସିଦ୍ଧାର୍ଥ ଏବଂ କିଆରା ଦୁହେଁ ପ୍ରଥମ ଥର ଏକାଠି ନଜର ଆସିଛନ୍ତି ।

ତେବେ ନିକଟରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କୁ ଦୀର୍ଘ ସମୟ ପରେ ପୁଣି ଥରେ ଏକାଠି ଦେଖିବାକୁ ମିଳିଥିଲା । ତାହା ପୁଣି ଇଦି ପାର୍ଟିରେ । ଏହି ଭିଡିଓକୁ ଦେଖିଲା ପରେ ଲାଗୁଛି ଯେମିତି ଦୁହିଁଙ୍କର ବ୍ରେକ୍ଅପ୍ ହୋଇ ନାହିଁ । ତେବେ ଇଦ୍ ପାର୍ଟୀରେ ସାମିଲ୍ ହେବା ପାଇଁ ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ଫ୍ଲାଟରେ ପହଞ୍ଚିଥିଲେ। ଏହାରି ଭିତରେ ସେ ଫଟୋଗ୍ରାଫରଙ୍କ ସାମ୍ନାରେ କିଆରା ପୋଜ୍ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଥିଲା । କିଆରା ଧଳା ରଙ୍ଗର ଟପ ଏବଂ ପ୍ଲାଜୋ ପିନ୍ଧିଥିବାବେଳେ ସିଦ୍ଧାର୍ଥ କଳା କୁର୍ତ୍ତାରେ ନଜର ଆସିଥିଲେ ।

ଠିକ୍ ସେହି ସମୟରେ ଯେତେବେଳେ ସିଦ୍ଧାର୍ଥ ପ୍ରବେଶ କଲେ । କିଆରା ଆଡଭାନୀ ସିଦ୍ଧାର୍ଥଙ୍କୁ ହାଏ କରିଥିଲେ । ପରେ ଦୁହେଁ ଏକାଠି ମିଶି କି ପାର୍ଟି ଭିତରକୁ ଚାଲି ଯାଇଥିଲେ। ଯେତେବେଳେ ସେଠାରେ ଉପସ୍ଥିତ ଥିବା ଫଟୋଗ୍ରାଫରମାନେ ଉଭୟଙ୍କୁ ଏକାଠି ପୋଜ୍ କରିବାକୁ କହିଥିଲେ, ସେ ସମ୍ପୂର୍ଣ୍ଣ ଭାବରେ ମନା କରି ଦେଇଥିଲେ। ବର୍ତ୍ତମାନ ଦୁହିଁଙ୍କର ଏହି ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆର ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ଦେଖି ଫ୍ୟାନ୍ସମାନେ ଖୁବ୍ ଖୁସି ହୋଇ ଯାଇଛନ୍ତି ।

Related posts

ହିରାନିଳା କଲେଜ ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢାଉ

Odisha Halchal

୨୪ ହଜାର କିଲୋମିଟର ସାଇକେଲ ଯାତ୍ରା

Odisha Halchal

ବଜ୍ରରାଜନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

Odisha Halchal

Leave a Comment