ଅପରାଧଓଡ଼ିଶା ଖବରନ୍ୟୁଜ୍

ଜେଲ ଗଲେ ଅତିରିକ୍ତ ଜିଲ୍ଲାପାଳ

ଜେଲ ଗଲେ ଅତିରିକ୍ତ ଜିଲ୍ଲାପାଳ

ନବରଙ୍ଗପୁର(ଓଡିଶା ହାଲଚାଲ):-ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ପ୍ରଶାନ୍ତ ରାଉତ ଗିରଫ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗତକାଲି ଭୁବନେଶ୍ୱର କାନନ ବିହାର ଘର ସମେତ ଭଦ୍ରକ ଓ ଅନ୍ୟ ୯ ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।

ଚଢ଼ଉ ବେଳେ ଭିଜିଲାନ୍ସ ରାଉତଙ୍କ ଘରୁ ମୋଟ ୩ କୋଟି ୨ଲକ୍ଷ ୩୦ହଜାର ୮୦୦ଟଙ୍କା ନଗଦ ଜବତ କରିଛି । ଯାହାକି ରାଜ୍ୟ ଭିଜିଲାନ୍ସ ଇତିହାସରେ ଜବତ ନଗଦ ଟଙ୍କା ମଧ୍ୟରେ ଦ୍ୱିତୀୟ ସର୍ବାଧିକ ।

ପୂର୍ବରୁ ମଧ୍ୟ ୨୦୧୮ ନଭେମ୍ବରରେ ୧ଲକ୍ଷ ଟଙ୍କା ଲାଂଚ ନେବା ଅଭିଯୋଗରେ ଗିରଫ ହୋଇ ୨୦୨୦ ଜାନୁୟାରୀ ପର୍ଯ୍ୟନ୍ତ ନିଲମ୍ବିତ ଥିଲେ ପ୍ରଶାନ୍ତ ରାଉତ । ପ୍ରଶାନ୍ତ ରାଉତଙ୍କ ସମ୍ପତି ପାଞ୍ଚ କୋଟିରୁ ଅଧିକ ବୋଲି ଆକଳନ ହୋଇଛି । ପ୍ରଶାନ୍ତଙ୍କ ଏକାଧିକ ବେନାମୀ ପ୍ଲଟ ମଧ୍ୟ ମିଳିଛି । ଅୟଠାରୁ ଅଧିକ ୫୦୦% ସମ୍ପତି ଠାବ ହୋଇଛି ବୋଲି ସୂଚନା ମିଳିଛି ।

Related posts

ବାଲିଯାତ୍ରାରେ ପ୍ରଥମ ଥର ପାଇଁ ଲେଜର ଲାଇଟ ସୋ

Odisha Halchal

ଖାଉଛନ୍ତିକି ସୁଗାର ଫ୍ରି ଟାବଲେଟ ? ଶରୀରରେ ଅଧିକ ରହିଛି କ୍ୟାନସର ହେଇପାରେ

Odisha Halchal

ଉନ୍ନତ ମାନର ସେବା ଯେଗାଇ ଦେବା କ୍ଷେତ୍ରରେ ଆଉ ଏକ ପାଦ ଆଗରେ ଏସସିବି

Odisha Halchal

Leave a Comment