ଅପରାଧଓଡ଼ିଶା ଖବରନ୍ୟୁଜ୍

ରାତିରେ କଳାକନା ବୁଲାଇଦେଲେ ଲୁଟେରା

ରାତିରେ କଳାକନା ବୁଲାଇଦେଲେ ଲୁଟେରା

କଲୋନୀରେ ସିରିଜ ଲୁଟ୍ । ଗ୍ରୀଲ ତାଡି ନେଇଗଲେ ସୁନା ଅଳଙ୍କାର । ରାତା ରାତି ଲୁଟେରା ବୁଲାଇଦେଲେ କଳାକନା । ଗୋଟିଏ ରାତିରେ ୩ଟି ଘରୁ ଚୋରି ହୋଇଛି । ଭଦ୍ରକ ଜିଲ୍ଲା ଟାଉନ ଥାନା ବୈକୁଣ୍ଠବିହାର ସ୍ଥିତ ଏକ କଲୋନୀରୁ ଲୁଟ ହୋଇଛି ।

ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ କଲୋନୀର ଅନିମା ମହାନ୍ତିଙ୍କ ଘର ପଛ ପଟ ଝରକା ଭାଙ୍ଗି ଭଡା ଘରେ ରହୁଥିବା ବିଭୂତି ମଲ୍ଲିକଙ୍କ ଗଡରେଜ୍ ଭାଙ୍ଗି ସୁନା ଅଳଙ୍କାର ସହ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟ କରିଛନ୍ତି । ଏହାସହିତ ସେହି ଅଞ୍ଚଳର ଜିତେନ୍ଦ୍ର ଶର୍ମାଙ୍କର ସୁନା ଗହଣା ଓ ନଗଦ ଟଙ୍କା ଲୁଟ୍ ହୋଇଛି ।

ସେହିପରି ଅନ୍ୟ ଗୋଟିଏ ଘରେ ଗ୍ରୀଲ ତାଡି ଲୁଟ କରୁଥିଲେ । ମାତ୍ର ଏହି ସମୟରେ ଘର ଲୋକ ଉଠି ପାଟି କରିବାକୁ ୬ ଜଣ ଲୁଟେରା ଦୌଡି ପଳାଇଥିଲେ । ଲୁଟ ପରେ ଟାଉନ ଥାନା ପୋଲିସରେ ଅଭିଯୋଗ କରାଯାଇଛି । ପୋଲିସ ଅଭିଯୋଗ ପରେ ଛାନଭିନ୍ ଆରମ୍ଭ କରିଛି

Related posts

ଦିଦି ଖାଇଗଲେ ଅଣ୍ଡା ପଇସା , ସିଡିପିଓ ଙ୍କ ପାଉଣା ଦୁଇ ହଜାର

Odisha Halchal

କଟକରେ ପୁଣି ନକଲି ସସ୍‌ ଜବତ, ଜଣେ ଅଟକ

Odisha Halchal

ରାସ୍ତାକଡ଼କୁ ଓଲଟି ପଡ଼ିଲା ବସ୍

Odisha Halchal

Leave a Comment