ଓଡ଼ିଶା ଖବରନ୍ୟୁଜ୍

କାରଖାନାରେ ଫାଟିଲା ଗ୍ୟାସ୍ ସିଲିଣ୍ଡର : ସିକ୍ୟୁରିଟି ଗାର୍ଡ ମୃତ, ଅନ୍ୟ ୩ ଜଣ ଆହତ

କାରଖାନାରେ ଫାଟିଲା ଗ୍ୟାସ୍ ସିଲିଣ୍ଡର : ସିକ୍ୟୁରିଟି ଗାର୍ଡ ମୃତ, ଅନ୍ୟ ୩ ଜଣ ଆହତ

ଝାରସୁଗୁଡା ଜିଲ୍ଲା କୋଲାବିରା ଥାନା ରଘୁନାଥପାଲ୍ଲୀରେ ଥିବା ଜୟ ହନୁମାନ କାରଖାନାରେ ଅଘଟଣ । ଗ୍ୟାସ୍ ସିଲିଣ୍ଡର ଫାଟି ଜଣେ ସିକ୍ୟୁରିଟି ଗାର୍ଡଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁବାର ଭୋର ୪ଟା ସମୟରେ କାରଖାନାର କିଲନ ବିଭାଗରେ କାମ ଚାଲିଥିବା ବେଳେ ଗ୍ୟାସ୍ ସିଲିଣ୍ଡର ଫାଟିଯାଇଥିଲା । ଫଳରେ ସେଠାରେ ଉପସ୍ଥିତ ସିକ୍ୟୁରିଟି ଗାର୍ଡ ଶୈଳେଶ ସାହୁଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଆହତ ହୋଇଛନ୍ତି

। ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ପଠାଇ ଦିଆଯାଇଥିଲା । ଅନ୍ୟ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Related posts

ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଠାରୁ ଭୂମି ସମ୍ମାନ

Odisha Halchal

ପାଞ୍ଚ ଦିନିଆ ରିମାଣ୍ଡରେ ଗଲେ ମାନସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ୪ ସହଯୋଗୀ

Odisha Halchal

ଶ୍ରୀ ନିରଞ୍ଜନ ବିଶି ଙ୍କୁ ସ୍ୱାଗତ କରିବା ପାଇଁ ଆଦିବାସୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ

Odisha Halchal

Leave a Comment