ଓଡ଼ିଶା ଖବରନ୍ୟୁଜ୍

ଜଳଛତ୍ର ଅବଢ଼ା ତୃଷାର୍ତ୍ତ ପଥିକମାନଙ୍କୁ ବଣ୍ଟନ

ଜଳଛତ୍ର ଅବଢ଼ା ତୃଷାର୍ତ୍ତ ପଥିକମାନଙ୍କୁ ବଣ୍ଟନ

କଟକ :-(ରିପୋର୍ଟ-ତୁଷାର ଜ୍ୟୋତି ନାୟକ) ମାହାଙ୍ଗା ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣପୁର ପଞ୍ଚାୟତ ପଶୁଲୁଣ୍ଡାର ପ୍ୟାରୀମୋହନ ଯୁବ ପରିଷଦ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସାଲେପୁର ଛତିଆ ପୂର୍ତ୍ତ ବିଭାଗ ରାସ୍ତାର ପଶୁଲୁଣ୍ଡା ଛକ ନିକଟରେ ଜଳଛତ୍ର ଅବଢ଼ା ତୃଷାର୍ତ୍ତ ପଥିକମାନଙ୍କୁ ବଣ୍ଟନ କରିଥିଲେ।

ନିଜସ୍ଵ ବ୍ୟବସ୍ଥାରେ ଆଜି ଠାରୁ ସାତଦିନ ବ୍ୟାପି ଅଭଡା ଜଲଛତ୍ର ପ୍ରଦାନ କରାଯିବ। ପ୍ୟାରୀ ମୋହନ ଯୁବ ପରିଷଦ ସଦସ୍ୟମାନେ ଅଭଡା ପ୍ରସ୍ତୁତ କରିବା ସହ ସମସ୍ତ ଲୋକଙ୍କୁ ଅଭଡା ବଣ୍ଟନ କରୁଥିଲେ ଏବଂ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଗ୍ଲାସ୍ ଗୁଡ଼ିକୁ ପରିବେଶ ସୁରକ୍ଷା ପାଇଁ ରାସ୍ତାରୁ ଗୋଟାଇ ଏକାଠି କରିଥିଲେ।

ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ପ୍ୟାରୀମୋହନ ଯୁବ ପରିଷଦର ସଦସ୍ୟ ଅଜୟ ମହାନ୍ତି, ଗୋବିନ୍ଦ ମହାନ୍ତି।

Related posts

ମୁକେଶଙ୍କୁ ବଡ଼ ଝଟକା, ଭିଆଇପିର ୩ ବିଧାୟକ ବିଜେପିରେ ମିଶିଲେ

Odisha Halchal

କିଛି ଟଙ୍କା ପାଇଁ ହଜିଗଲାନି ମାନବିକତା

Odisha Halchal

ବିଧବା ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

Odisha Halchal

Leave a Comment