ଓଡ଼ିଶା ଖବରନ୍ୟୁଜ୍

ପେଟରେ ବର୍ଚ୍ଛା ଗଳି ନାବାଳକ ଗୁରୁତର

ପେଟରେ ବର୍ଚ୍ଛା ଗଳି ନାବାଳକ ଗୁରୁତର

ବଲାଙ୍ଗିର:-ପୁଣିଥରେ ପେଟରେ ବର୍ଚ୍ଛା ଗଳି ନାବାଳକ ଗୁରୁତର , ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହେଲା ରାଜୁ ସର୍ଜରୀ ୱାର୍ଡ଼ରେ ଆରମ୍ଭ ହେଲା ଚିକିତ୍ସା |ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଅଇଁଲାଭଟା ଗ୍ରାମର ସ୍ବର୍ଗତ ସୁରୁସିଂ ଥନାପତିଙ୍କ ପୁଅ ରାଜୁର ପେଟରେ ଆଜି ସକାଳେ ଏକ ଛୋଟ ବର୍ଚ୍ଛା ଗଳିଯାଇଥିଲା |

ତେବେ ଗୁରୁତର ଅବସ୍ଥାରେ ତାକୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯିବା ପରେ ସର୍ଜରୀ ୱାର୍ଡ଼ରେ ତାକୁ ଭର୍ତ୍ତି କରାଯାଇ ରାଜୁର ଚିକିତ୍ସା ଆରମ୍ଭ ହୋଇଛି | ଅନ୍ୟପଟେ, ରାଜୁର ମା ଗୁଆଦେଇ ଥନାପତିଙ୍କ କହିବା ଅନୁସାରେ, ରାଜୁ ସରମୁହାଁଣ ସ୍କୁଲରେ ଅଷ୍ଟମରେ ପଢେ | ରାଜୁ ଆଜି ସକାଳେ ଦାନ୍ତ କାଠି ଆଣିବାକୁ ଘର ଠୁଁ ସାମାନ୍ୟ ଦୂରରେ ଥିବା କ୍ଷେତକୁ ଯାଇଥିଲା | ସଙ୍ଗରେ ସେ ନିଜେ ତିଆରି କରିଥିବା ଛୋଟ ବର୍ଚ୍ଛା ନେଇଥିଲା | ଉକ୍ତ ବର୍ଚ୍ଛାରେ ସେ ପୋଖରୀରୁ ମାଛ ଧରେ |

ତେବେ ଖେଳୁଥିବା ବେଳେ ବର୍ଚ୍ଛାଟି ତାର ପେଟରେ ଗଳିଯାଇଥିଲା | ଏପଟେ କ୍ଷେତରେ ପଡ଼ିଥିବା ବେଳେ କାକା ଦଶମୁ ଥନାପତି ତାକୁ ଦେଖିଥିଲେ | ଗୁରୁତର ଥାଇ ମଧ୍ୟ ରାଜୁ କଥାବାର୍ତ୍ତା କରୁଛି ବୋଲି ସୂଚନାରୁ ଜଣାପଡିଛି |ଅନ୍ୟପଟେ ରାଜୁର ସ୍ୱାସ୍ଥ୍ୟଵସ୍ଥା ଯାଞ୍ଚ କରିଛନ୍ତି ବିବିଏମସିଏଚ ଅଧିକ୍ଷିକା ଡା ମାନସୀ ପଣ୍ଡା | ତେବେ ଚିକିତ୍ସା ପାଇଁ ନିୟୋଜିତ ଥିବା ସର୍ଜରୀ ବିଶେଷଜ୍ଞମାନଙ୍କୁ ସେ ସଜାଗ ରହିବା ସହ ଚିକିତ୍ସାରେ ଯେପରି ଅବହେଳା ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି | ସ୍ୱାସ୍ଥ୍ୟଵସ୍ଥା ସାମାନ୍ୟ ସ୍ଥିର ରହିଛି, ମେଡିକାଲ ଟିମ ସମ୍ପୂର୍ଣ୍ଣ ସଜାଗ ଅଛି ବୋଲି ଡା ପଣ୍ଡା ଗଣମାଧ୍ୟମକୁ କହିଛନ୍ତି |

Related posts

ସେକ୍ସ ରାକେଟର ପର୍ଦ୍ଦାଫାଶ କଲେ ପୋଲିସ

Odisha Halchal

କାଳିଆ ପଢିହାରୀ ହତ୍ୟାକାଣ୍ଡ ଘଟଣା, ଆଉ ୨ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ କଲା ପୋଲିସ

Odisha Halchal

ରୁଷିଆର କାର୍ଯ୍ୟାନୁଷ୍ଠାନ: ୟୁଏସ୍ ବାସ୍କେଟବଲ ଚାମ୍ପିଅନ୍ ଟିମ୍‌ର ଖେଳାଳି ଗିରଫ

Odisha Halchal

Leave a Comment