ଅପରାଧଓଡ଼ିଶା ଖବରନ୍ୟୁଜ୍

ଅଚେତ ଅବସ୍ଥାରେ ନାବାଳିକା କଲେଜ ଛାତ୍ରୀ ଉଦ୍ଧାର

ଅଚେତ ଅବସ୍ଥାରେ ନାବାଳିକା କଲେଜ ଛାତ୍ରୀ ଉଦ୍ଧାର

ଅଚେତଅବସ୍ଥାରେ ନାବାଳିକା କଲେଜ ଛାତ୍ରୀ ଉଦ୍ଧାର। ସାଲେପୁର ଚିତ୍ରୋପଳା ନଦୀପଠାରେ ହାତଗୋଡ଼ ଓ ମୁଁହ ବନ୍ଧା ହୋଇ ଅଚେତ ଅବସ୍ଥାରେ ଏକ ଆବଜନା ଗୃହ ମଧ୍ୟରୁ ଉଦ୍ଧାରକଲେ ସ୍ତାନୀୟ ଲୋକେ। ନାବାଳିକା କଲେଜ ଛାତ୍ରୀକୁ ସ୍ଥାନୀୟ ଲୋକେ ଅଚେତ ଅବସ୍ଥାରେ ଉଦ୍ଧାରକରି ଚିକିତ୍ସା ନିମନ୍ତେ ସାଲେପୁର ମେଡ଼ିକାଲରେ ଭର୍ତ୍ତି କରିଥିବା ଜଣାଯାଇଛି।

ଛାତ୍ରୀ ଜଣକ ସାଲେପୁର କଲେଜର +୨ ପ୍ରଥମ ଶ୍ରେଣୀ ବିଜ୍ଞାନ ବିଭାଗ ବୋଲି ଜଣାଯାଇଛି। ନାବାଳିକାଛାତ୍ରୀକୁ ସାଲେପୁର ମେଡିକଲରୁ ଗୁରୁତର ଅବସ୍ଥାରେ କଟକ ବଡ଼ମେଡିକାଲକୁ ପଠାଇ ଦିଆଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଛାତ୍ରୀ ଜଣକ ନିୟମିତ ବସ ଯୋଗେ ଘରୁ କଲେଜ କୁ ଜାତାୟତ କରେ। ଆଜି କଲେଜ ଛୁଟି ହେବାପରେ ଛାତ୍ରୀ ଜଣଙ୍କ କେଉଁ ପରିସ୍ଥିତିରେ ନଦୀ ପଠାକୁ ଆସିଲା କିଏ କେଉଁ ଉଦେଶ୍ୟ ରଖି ଛାତ୍ରୀ ଜଣଙ୍କର ହାତଗୋଡ଼ ଓ ମୁହଁ ବାନ୍ଧି ଅଚେତ ଅବସ୍ଥାରେ ନଦୀପଠାରେ ଫିଙ୍ଗି ଦେଲେ ତାହା ତଦନ୍ତ ସାପେକ୍ଷ।

Related posts

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ସ୍ବେଚ୍ଛାକୃତ ରକ୍ତଦାନ

Odisha Halchal

ମଦର ଟେରେସା ସେବା ସଙ୍ଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

Odisha Halchal

ମା’ ସାଜିଲା ପିଶାଚୀ; ୩ ବର୍ଷ ଛୁଆର ବେକ କାଟି ଦେଲା

Odisha Halchal

Leave a Comment