ଅପରାଧଓଡ଼ିଶା ଖବରନ୍ୟୁଜ୍

୩୧୭ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

୩୧୭ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

କୋରାପୁଟ:-(ରିପୋର୍ଟ-ଦଶରଥ ମାଛ) ପଟାଙ୍ଗି ଥାନା ଅନ୍ତର୍ଗତ NH26 ରାଜରାସ୍ତା ନିକଟରେ ଥିବା ଯୋଡ଼ିମାଡ଼ିଲି ଗ୍ରାମ ନିକଟରେ ୩୧୭ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣେ ଗଞ୍ଜେଇ ଚାଲାଣକାରୀଙ୍କ ଗିରଫ କରିବାରେ ସଫଳ ହାସଲ କରିଛି।ପଟାଙ୍ଗି ଥାନା ଅଧିକାରୀ କୋୖବଲ୍ୟ ସେଠ ଏକ ସତନ୍ତ୍ର ଟିମ ଗଠନ କରିଥିଲେ।

କାର୍ଯ୍ୟରତ ରାଜେଶ ପ୍ରିୟବଂଶୀ ନାୟକ, ଏସ୍ଆଇଙ୍କୁ ନେଇ ଏକ ୩ ଜଣିଆ ଟିମ ଗଠନ କରିଥିଲେ। ଉକ୍ତ ଟିମ ରାଲେଗଡା ନିକଟସ୍ଥ ଯୋଡ଼ିମାଡ଼ିଲି ନିକଟରେ ଗୋଟିଏ ଧଳା ବୋଲର ପିକଅପ୍ ଗାଡ଼ି ଜବତ କରିଥିଲେ। ଏଥି ସହ ଚାଲାଣକାରୀଙ୍କୁ କାବୁ କରିବା ସହିତ ୩୧୭ କେଜି ୨୦୦ ଗ୍ରାମ ଗଞ୍ଜେଇ ଧରିଥିଲେ।

ଗିରଫ ଚାଳକ ଜଣକ ହେଲା ଆନ୍ଦ୍ରପ୍ରଦେଶ ଅର୍କୁ ଗ୍ରାମର ବ୍ୟକ୍ତି ବେଲେନା ଉମା ଶଙ୍କର (୩୮) ଆନ୍ଦ୍ର ପ୍ରଦେଶର ବୋଲି ଜଣାପଡିଛି। ବହୁତ ଚାଲାକ ସହିତ ଚାଲାଣକାରୀ ୧୫ ଟି ଜରି ବ୍ୟାଗରେ ଗଞ୍ଜେଇ ନେଇଥିଲେ। ଘଟଣାସ୍ଥଳରୁ ଚାଲାଣ କାରୀକୁ ପଟାଙ୍ଗି ଥାନାକୁ ଆଣିବା ପରେ ତା’ ଠାରୁ ଏକ ମୋବାଇଲ ଜବତ କରିଥିଲା ପୋଲିସ ସେମାନଙ୍କ ନାଁ ରେ ଏନେଇ ଏକ କେସ ନଂ ୫୭/୨୨ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛନ୍ତି।

Related posts

୪ଦଫା ଦାବିରେ ଜିଲ୍ଲା ବନ୍ଦ କଲେ କଂଗ୍ରେସ

Odisha Halchal

ହରଡ଼ ଘଣାରେ ନକଲି ମେଡ଼ିସିନ ମାଫିଆ

Odisha Halchal

ସ୍ତ୍ରୀ ଥାଇ ବି ଅନ୍ୟ ଯୁବତୀଙ୍କ ସହ ସଂପର୍କ

Odisha Halchal

Leave a Comment