ଓଡ଼ିଶା ଖବରନ୍ୟୁଜ୍

ଚେକର, ମୁନସୀ ଓ ଚପରାଶି ଗଠନ କଲେ ସଂଘ

ଚେକର, ମୁନସୀ ଓ ଚପରାଶି ଗଠନ କଲେ ସଂଘ

ବଲାଙ୍ଗୀର:-ଭୂତିଆରବାହାଲ କେନ୍ଦୁପତ୍ର ରେଞ୍ଜ ଅନ୍ତର୍ଗତ ବାଗପାଳି କେନ୍ଦୁପତ୍ର ଫଡି ଗୃହରେ ମାନୁଏଲ ବାରିକଙ୍କ ଅଧ୍ୟକ୍ଷତାରେ 5 ଟି ସେକ୍ସନ ଅନ୍ତର୍ଗତ 58 ଟି ଫଡିର ଚେକର, ମୁନସୀ ଓ ଚପରାଶି ଙ୍କୁ ନେଇ ଏକ ବୈଠକ ହୋଇଛି l ସର୍ବସମ୍ମତି କ୍ରମେ ନୂତନ କମିଟି ଗଠନ କରାଯାଇଥିଲା l

ଏଥିରେ ସ୍ଥାୟୀ ସଭାପତି ଭାବେ ଦେଓଗାଁ ସରପଞ୍ଚ ସଂଘ ସଭାପତି ଗୋପାଳ ଚନ୍ଦ୍ର ମିଶ୍ରଙ୍କୁ ମନୋନିତ କରାଯାଇଥିଲା l ରୋହିତ ଭୋଇ ସଭା ପରିଚାଲନା କରିଥିଲେ l

କେନ୍ଦୁପତ୍ର ସମ୍ବନ୍ଧୀୟ ସମସ୍ତ ବିଷୟରେ ସଂଘର ନୂତନ ସଭାପତି ଆଲୋଚନା କରିଥିଲେ ଓ ରେଞ୍ଜ ରେ ଘଟୁଥିବା ଅନିୟମିତତା ତଥା ଚେକର ମୁନସୀ ମାନେ ପାଉଥିବା କମ ଦରମା କୁ ନେଇ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ l ତେବେ ଏହି ବୈଠକରେ ନୀଳମଣି ଦାଶ, କୀର୍ତନ ଭୋଇ, ତୋଫାନ ଭୁଏ, ପୁରଞ୍ଜନ ମଲ୍ଲିକ, ଅକ୍ରୁର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ l

Related posts

ବେଆଇନ କପ୍ ଶିରପ କାରବାର

Odisha Halchal

ପଞ୍ଚ ବାର୍ଷିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମାରୋହ

Odisha Halchal

ଏବେ ଚାଲିବ କଂସ ମହାରାଜଙ୍କ ରାଜୁତି

Odisha Halchal

Leave a Comment