ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ମୋଦୀ ସରକାର ଦେବେ ୩୬ ହଜାର ଟଙ୍କାର ପେନସନ୍

ମୋଦୀ ସରକାର ଦେବେ ୩୬ ହଜାର ଟଙ୍କାର ପେନସନ୍

ଏହି ଯୋଜନାରେ ମାସକୁ ୫୫ଟଙ୍କାର ନିବେଶ କରିବାକୁ ପଡିଥାଏ । ଅର୍ଥାତ ଦିନକୁ ୨ ଟଙ୍କାରୁ କମ ନିବେଶରେ ମଧ୍ୟ ଆପଣ ୩୬ ହଜାରର ପେନସନ ଉଠାଇ ପାରିବେ । ଏହି ଯୋଜନାରେ ସାମିଲ ହେବା ପାଇଁ ସର୍ବନିମ୍ନ ବୟସ ସୀମା ୧୮ ଓ ସର୍ବାଧିକ ବୟସ ସୀମା ୪୦ ରହିଛି । ତେବେ ୪୦ ବର୍ଷ ବୟସରେ ଯଦି ଆପଣ ଏହି ସେବା ପାଇଁ ଆବେଦନ କରୁଛନ୍ତି ତା ହେଲେ ଆପଣଙ୍କୁ ମାସିକ ୨୦୦ ଟଙ୍କା ଜମା କରିବାକୁ ପଡିବ ।

ଏହି ଯୋଜନାର ଫାଇଦା ଉଠାଇବା ପାଇଁ କମନ ସର୍ଭିସ ସେଣ୍ଟରରେ ପଞ୍ଜୀକରଣ କରିବାକୁ ପଡିବ । ସିଏସସି ସେଣ୍ଟର ପୋର୍ଟାଲରେ ଅନଲାଇନ ପଞ୍ଜୀକରଣ ପାଇଁ ଆଧାର କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ଆବଶ୍ୟକ । ଏହି ବ୍ୟବସ୍ଥାରେ ଆକାଉଣ୍ଟ ଯୋଡିବା ପରେ ମାସକୁ ମାସ ଅଟୋମେଟିକ ପଇସା କଟିଯିବ ।

ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନୂତନ ଯୋଜନା ଲାଗୁ କରାଯାଇଛି । ଏହି ଯୋଜନାରେ ଅଣ ସଙ୍ଗଠିତ ଶ୍ରମିକଙ୍କୁ ପେନସନ ମିଳିବ । ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାରେ ରାସ୍ତାକଡରେ ରେଡି ଲଗାଇଥିବା ବ୍ୟକ୍ତି, ରିକ୍ସା ଚାଳକ ଏବଂ ନିର୍ମାଣ ଶ୍ରମିକ ମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏହି ଯୋଜନାରେ ଦୈନିକ ୨ ଟଙ୍କାରୁ କମ ନିବେଶ କରି ବାର୍ଷିକ ୩୬ ହଜାର ଟଙ୍କାର ପେନସନ ମିଳିବ ।

Related posts

ଇଡି ପଞ୍ଝାରେ କଂଗ୍ରେସ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ

Odisha Halchal

ଜିଲ୍ଲାର ସମ୍ପର୍କର ମାଧ୍ୟମ ସାଜିଛି କାଠ ପୋଲ

Odisha Halchal

ପ୍ରେମରେ ଲାଗିଲା କଳଙ୍କର ନିଆଁ

Odisha Halchal

Leave a Comment