ଓଡ଼ିଶା ଖବରନ୍ୟୁଜ୍

ଡ୍ରୋନ ସାହାଯ୍ୟରେ ବାଣ୍ଟିଲେ ଭତ୍ତା

ଡ୍ରୋନ ସାହାଯ୍ୟରେ ବାଣ୍ଟିଲେ ଭତ୍ତା

ନୂଆପଡା:- ସ୍ଥାନୀୟ ନୂଆପଡା ବ୍ଲକ ଭାଳେଶ୍ୱର ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ନିଆରା ପ୍ରୟାସ. ସେ ଡ୍ରୋନ ସାହାଯ୍ୟରେ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଭତ୍ତା ପହଞ୍ଚାଇ ଇତିହାସ ରଚିଛନ୍ତି। ଭାଳେଶ୍ୱର ଗ୍ରାମ ପଂଚାୟତ 5ନମ୍ବର ୱାର୍ଡ ଭୁତକାପଡା ଗ୍ରାମ ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ। ପଂଚାୟତ କାର୍ଯ୍ୟାଳୟ ଠାରୁ ଦୁଇ କିଲୋମିଟର ଦୂର ଏହି ଗାଁ। ଯିବା ଆସିବା କରିବା ପାଇଁ କଷ୍ଟକର ସେହି ଗାଁରେ ହେତରାମ ସତନାମୀ ବାସ କରନ୍ତି ସେ ଜଣେ ଭିନ୍ନକ୍ଷମ।

ସେ ଗ୍ରାମପଞ୍ଚାୟତ ଭାଳେଶ୍ୱରକୁ ଆସି ପାରନ୍ତି ନାହିଁ। ତେଣୁକରି ସବୁ ସମୟରେ ପେନସନ ଡେରିରେ ଗ୍ରହଣ କରନ୍ତି। କିନ୍ତୁ ପଂଚାୟତ ସରପଞ୍ଚ ଶ୍ରୀମତୀ ସରୋଜ ଅଗ୍ରୱାଲଙ୍କ ନୂତନ ବୈଷୟିକ ଜ୍ଞାନ କୌଶଳ ଡ୍ରୋନ ଯୋଗେ ମଧୁବାବୁ ପେନସନ ହିତାଧିକାରୀଙ୍କ ଘରକୁ ପଠାଇବାରେ ସଫଳ ହୋଇଛନ୍ତି।ଆଗାମୀ ଦିନରେ ମଧ୍ୟ ଭିନ୍ନକ୍ଷମ ହିତାଧିକାରୀଙ୍କ ନିକଟକୁ ଭତ୍ତା ପଠାଯିବ ବୋଲି ପ୍ରକାଶ କରିଛନ୍ତି।

ଭିନ୍ନକ୍ଷମଙ୍କୁ ଆଉ ପଂଚାୟତ କାର୍ଯ୍ୟାଳୟ ଆସିବାକୁ ପଡିବ ନାହିଁ।ଡ୍ରୋନ ଯୋଗେ ଭତ୍ତା ଘରେ ଥାଇ ପାଇଥିବାରୁ ହିତାଧିକାରୀ ମଧ୍ୟ ଖୁସି ଅଛନ୍ତି ଓ ସରପଞ୍ଚଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି।ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇବା ଆମର ସମସ୍ତଙ୍କର ଦାୟିତ୍ୱ ଅଟେ ହୁଏତ ସେ ଶାରୀରିକ ଓ ମାନସିକ ସ୍ଥରରେ ଦୁର୍ବଳ କିନ୍ତୁ ବୌଦ୍ଦିକ ସ୍ତରରେ ଆଗୁଆ ଅଟନ୍ତି।ସମାଜର ମୁଖ୍ୟ ସ୍ରୋତରେ ତାଙ୍କୁ ଆମେ ସାମିଲ କରିବା ଉଚିତ ତେବେ ଯାଇ ସେମାନେ ଉନ୍ନତି କରି ପାରିବେ । ସରପଞ୍ଚଙ୍କ ଏଭଳି ନିଆରା ପ୍ରୟାସ ଯୋଗୁଁ ଭିନ୍ନକ୍ଷମଙ୍କ ମୁହଁରେ ହସ ଉଙ୍କି ମାରେ ସରପଞ୍ଚଙ୍କ ଏ ପ୍ରକାର କାର୍ଯ୍ୟକୁ ଅଞ୍ଚଳବାସୀ ସାଧୁବାଦ ଦେଇଛନ୍ତି ।

Related posts

ମାସ୍କ ହେଲା ବାଧ୍ୟତାମୂଳକ, ନ ପିନ୍ଧିଲେ ଏହି ସହରରେ ମିଳିବନି ପେଟ୍ରୋଲ

Odisha Halchal

ଟ୍ରକ ଓ ପିକଅପ ଧକ୍କା ପିକଅପ ଡ୍ରାଇଭର ଗୁରୁତର

Odisha Halchal

ଲଘୁଚାପ ନିଶ୍ଚିତ ହେବ ହେଲେ ବାତ୍ୟା ଚିତ୍ର ଅସ୍ପଷ୍ଟ ରହିଛି

Odisha Halchal

Leave a Comment