ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଡିଜିଟାଲ୍‌ ବ୍ୟାଙ୍କିଂ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କଲା RBI

ଡିଜିଟାଲ୍‌ ବ୍ୟାଙ୍କିଂ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କଲା RBI

ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁବାର ଡିଜିଟାଲ୍‌ ବ୍ୟାଙ୍କିଂକୁ ନେଇ ନୂଆ ନିୟମ ଜାରି କରିଛି । ଦେଶର ବ୍ୟାଙ୍କ ଗୁଡ଼ିକ କ୍ରମାଗତ ଭାବରେ ଡିଜିଟାଲ୍‌ ବ୍ୟାଙ୍କିଂ ୟୁନିଟ୍‌ ଖୋଲିପାରିବେ । ଏହି ୟୁନିଟ୍‌ ୨ ପ୍ରକାରର ହେବ । ଯେଉଁଥିରେ ପ୍ରଥମେ ଗ୍ରାହକ ସମସ୍ତ ସେବାର ଲାଭ ଉଠାଇ ପାରିବେ । ଅନ୍ୟପଟେ ଦ୍ୱିତୀୟରେ ସେମାନଙ୍କୁ ଏଥିପାଇଁ ସହାୟତା ଦିଆଯାଇ ପାରିବ ।

ସରକାର ବଜେଟ୍‌ରେ ଦେଶର ଆଜାଦି କି ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୭୫ ଜିଲ୍ଲାରେ ପାଖାପାଖି ୭୫ ଏପରି ୟୁନିଟ୍‌ ସ୍ଥାପନ କରିବା ନେଇ ଘୋଷାଣା କରିଥିଲେ । ଡିଜିଟାଲ୍‌ ବ୍ୟାଙ୍କିଂ ୟୁନିଟ୍‌ର ସ୍ଥାପନ ଉପରେ ଆର୍‌ବିଆଇ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଏହି ୟୁନିଟ୍‌ ଗୁଡ଼ିକରେ ଖାତା ଖୋଲିବା, ଟଙ୍କା ଉଠାଣ ଓ ଜମା, କେୟାଇସି ଅପଡେଟ୍‌, ଋଣ ଏବଂ ଅଭିଯୋଗ ପଞ୍ଜିକରଣ ଭଳି ସେବା ପ୍ରଦାନ କରାଯିବ ।

ଆର୍‌ବିଆଇ ଏହି ନିର୍ଦ୍ଦେଶାବଳୀରେ ଦର୍ଶାଇଛି ଯେ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଉତ୍ପାଦ ଏବଂ ସେବାଗୁଡିକ ସାଧାରଣତଃ ସେହି ଟ୍ରାଞ୍ଜାକ୍ସନକୁ ବିଚର କରି ପ୍ରଦାନ କରାଯିବ ଯାହା ପ୍ରାୟ ସଂପୂର୍ଣ୍ଣ ଡିଜିଟାଲ୍ ହୋଇଥିବ । ଏହି ୟୁନିଟ୍‌ ଦ୍ୱାରା ଗ୍ରାହକମାନେ ଉତ୍ପାଦ କିମ୍ବା ସେବାର ଲାଭ ଉଠାଇ ପାରିବେ ।

Related posts

ଅଳ୍ପ ବର୍ଷାରେ ବନ୍ୟା ପରିସ୍ଥିତି

Odisha Halchal

ଫ୍ରି ଫାୟାର ଗେମ ଖେଳକୁ ନେଇ ହତ୍ୟା

Odisha Halchal

ମାଛ ମାର୍କେଟରେ ହଣାକଟା: ଦୁଇ ବେପାରୀଙ୍କ ମଧ୍ୟରେ ଗଣ୍ଡଗୋଳ

Odisha Halchal

Leave a Comment