ଅପରାଧଓଡ଼ିଶା ଖବରନ୍ୟୁଜ୍

ତାଲା ଭାଙ୍ଗି ଲକ୍ଷ୍ୟlଧିକ ଟଙ୍କା ଚୋରି

ତାଲା ଭାଙ୍ଗି ଲକ୍ଷ୍ୟlଧିକ ଟଙ୍କା ଚୋରି

ଗଞ୍ଜାମ:-(ରିପୋର୍ଟ:- ପୂର୍ଣ୍ଣ ଚନ୍ଦ୍ର ପୋଲାଇ)ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମର ହରିଜନସାହି ରେ ଗତ ରାତିରେ ତାଲା ଭାଙ୍ଗି ଗୋଟିଏ ଘରୁ ନଗଦ ଦଶ ହଜାର ଟଙ୍କା ସହିତ ଲକ୍ଷ୍ୟlଧିକ ଟଙ୍କାର ସୁନାଗହଣା ଚୋରିହୋଇଯାଇଛି.

ସୂଚନା ଅନୁସାରେ ଏହିଗ୍ରାମର ତ୍ରିନାଥ ନାଇକ ଘରେ ତାଲା ପକାଇ ନିଜ ପରିବାର ସହିତ ନୃସିଂହ ନାଥ ବୁଲିବାକୁ ଯାଇଥିଲେ ଏହାର ସୁଯୋଗ ନେଇ କେହି ତାଲା ଭାଙ୍ଗି ଘରେ ପଶି ବିଭିନ୍ନ ଆଶବାପତ୍ର ଭଙ୍ଗାରୁଜା କରି ଆଲମାରୀ ଭିତରୁ ଟଙ୍କା ସହିତ ସୁନାରୂପା ଲୁଟି ନେଇଛି.ସକାଳୁ କିଛି ଗ୍ରାମବାସୀ ଘରର ତାଲା ଭଙ୍ଗା ହୋଇଥିବା ଦେଖି ତ୍ରିନାଥଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ.

ବୁଗୁଡ଼ାପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ପରିବାରର କେହିନଥିବାରୁ ପୋଲିସ ଘରଭିତରକୁ ନଯାଇ ବାହାରୁ ତଦନ୍ତ କରି ଫେରି ଥିଲେ. ପରେ ତ୍ରିନାଥ ପହଞ୍ଚି ଥାନାରେ ଲିଖିତ ଅଭିଯୋଗ ପରେ ବୁଗୁଡ଼ା ପୋଲିସ ଏହାର ତଦନ୍ତ ଚଳାଇଛି.

Related posts

କଂଗ୍ରେସର ପ୍ରଚାରରମଙ୍ଗ ଧରିଲେ ଛତିଶଗଡ଼ ମନ୍ତ୍ରୀ

Odisha Halchal

ଅକ୍ଷୟ ତୃତୀୟାରେ ମୁଖ୍ୟମନ୍ତ୍ରୀଙ୍କ ଭେଟି

Odisha Halchal

ମହିଳାଙ୍କ ଶବ ରଖି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Odisha Halchal

Leave a Comment