ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ଜୀବନ ପାଇଁ ଦୁଇ ବୁନ୍ଦା

ଜୀବନ ପାଇଁ ଦୁଇ ବୁନ୍ଦା

ଗୁଡ଼ାରୀ:- (ଓଡ଼ିଶା ହାଲଚାଲ ) ୩ ମାର୍ଚ୍ଚ ବିଶ୍ବ ପୋଲିଓ ଦିବସ, ଜୀବନ ପାଇଁ ଦୁଇ ବୁନ୍ଦା l  ଜୀବନ ପାଇଁ ଦୁଇ ବୁନ୍ଦା। ଜନ୍ମରୁ ୫ ବର୍ଷର ଶିଶୁଙ୍କୁ ଅତ୍ୟନ୍ତ ଜରୁରୀ ପୋଲିଓ ଦୁଇ ବୁନ୍ଦା।ଏଥିରେ ପାଞ୍ଚବର୍ଷରୁ କମ୍‌ ବୟସର ଶିଶୁଙ୍କୁ ପୋଲିଓ ଟିକା ଦିଆଗଲା। ଏବେ ବି ପିଲାମାନଙ୍କୁ ପୋଲିଓର ଦୁଇ ବୁନ୍ଦା ଦିଆଯାଉଛି l ଏକଦା ପୋଲିଓ ଏକ ମହାମାରୀ ଭାବେ ବ୍ୟାପି ଥିଲା।

ଏହା କୁନି କୁନି ପିଲାଙ୍କୁ ଅର୍କମଣ୍ୟ କରି ଦେଉଥିଲା। ଏହା ଏକ ଭୂତାଣୁଜନିତ ରୋଗ, ଯାହା ଦୂଷିତ ଖାଦ୍ୟ ଏବଂ ଜଳ ଦ୍ବାରା ବ୍ୟାପିଥାଏ । ଜନ୍ମରୁ ୫ ବର୍ଷର ସମସ୍ତ ଶିଶୁ ଦୁଇ ବୁନ୍ଦା ପୋଲିଓ ସେବନ କରିବେ। ଯାହା ଜୀବନ ପାଇଁ ଆବଶ୍ୟକ। ପୋଲିଓ ମୁକ୍ତ ହେବ ଭାରତ ଏହି ଲକ୍ଷ୍ୟ ନେଇ ଚାଲିଛି ଏହି ଅଭିଯାନ।

ପ୍ରତ୍ୟେକ ଗାଁରେ କାର୍ଯ୍ୟରତ ଆଶା, ଅଙ୍ଗନବାଡି ଓ ସ୍ୱାସ୍ଥ୍ୟ କର୍ମୀ ପ୍ରତ୍ୟେକ ପରିବାରକୁ ଯାଇ ଶିଶୁ ମାନଙ୍କୁ ଏହି ପୋଲିଓ ବୁନ୍ଦା ପାନ କରାଇବେ। ଗୁଡ଼ାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶ୍ରୀ Dr ଅରୂପାନନ୍ଦ ବେହେରା ସୂଚନା ଦେବା ସହ ଜନ୍ମରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁ ପୋଲିଓ ବୁନ୍ଦା ଖାଇବେ । ଯେଉଁମାନେ ୩ ମାର୍ଚ୍ଚ ଦିନ ପୋଲିଓ ବୁନ୍ଦା ଖାଇବାରୁ ବଞ୍ଚିତ ହୋଇଥିବେ ସେମାନଙ୍କୁ ୪ ଓ ୫ ମାର୍ଚ୍ଚ ଦିନ ଆଶା ଦିଦିମାନେ ଘରକୁ ଘର ଯାଇ ପୋଲିଓ ବୁନ୍ଦା ଖୁଆଇବେ।

Related posts

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର

Odisha Halchal

ନାବାଳକଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ ତିନି ଅଭିଯୁକ୍ତ ଅଟକ

Odisha Halchal

ରାସ୍ତା ଉପରେ ଶତାଧିକ ନକଲି ଆଧାର କାର୍ଡ

Odisha Halchal

Leave a Comment