ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଗୋଟିଏ ଦିନରେ ଚାରୋ ଚାରୋଟି ଶବ

ଗୋଟିଏ ଦିନରେ ଚାରୋ ଚାରୋଟି ଶବ

ରାଜନଗର :-କେନ୍ଦ୍ରାପଡା ତାଳଚୁଆ ରାଜନଗର ଅଞ୍ଚଳରେ ଶବର ତାଣ୍ଡବ ଗୋଟିଏ ଦିନରେ ଚାରୋ ଚାରୋଟି ଶବ ଯାହା ସାରା ଅଞ୍ଚଳକୁ ସ୍ତବ୍ଦ କରିଦେଇଛି । ପ୍ରଥମେ ସକାଳୁ ସକାଳୁ ରଙ୍ଗଣୀ ପଞ୍ଚାୟତ ଚାଆଁରା କୋଲ୍ହା ନାଳ ଭିତରେ ଏକ ଯୁବକ ଙ୍କ ମୃତ ଶରୀର ସହିତ ନାଳ ନିକଟରୁ ଏକ କରୋଣା ଖଟ ଓ ମୋବାଇଲ ଫୋନ ଦେଖିବାକୁ ମିଳିଥିଲା ,ମୃତକ ଜଣକ ଥିଲେ ରଙ୍ଗଣୀ ଗ୍ରାମର ମଦ୍ରା ଦଳାଇ ଙ୍କ ପୁଅ କୁନା ଦଳାଇ ଙ୍କର,କୁନା ଦଳାଇ ଜଣେ ରଙ୍ଗ ମିସ୍ତ୍ରୀ ଥିଲେ ତେବେ ତାଙ୍କର ଏଭଳି ମୃତ ଶରୀର କେନାଲ ଠାରୁ ମିଳିବା ଏକ ସଂଧେୟ ଘେର ଭିତରେ ଥିବା ବେଳେ ରଙ୍ଗଣୀ ଠାରୁ ୧୨ କିଲୋମିଟର ଦୂର ରାଜେନ୍ଦ୍ରନଗର ଠାରେ ଗୋଟିଏ ପରିବାବାରୁ ୩ ଜଣ ଙ୍କ ମୃତ୍ୟୁ ଘଟଣା ସାରା ଅଞ୍ଚଳ କୁ ଦୋହଲ୍ଲାଇ ଦେଇଛି ।

ଏହି ଗାଁ ର ସୁଦାମ ମଣ୍ଡଳ ନିଜ ଘର ଆଗରେ ଥିବା ଛାତର ଲୁହା ରଡ଼ରେ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ଘର ଭିତରୁ ବଡ ପୁଅ ପରକ୍ଷୀତ ମଣ୍ଡଳ ଓ ସ୍ତ୍ରୀ ଜୟନ୍ତୀ ମଣ୍ଡଳ ଙ୍କ ଶବ ଉଦ୍ଧର ହୋଇଛି,ସୂଚନା ଯୋଗ୍ୟ ସୁଦାମ ମଣ୍ଡଳ ଙ୍କ ମୃତ ଶରୀର ଘର ଆଗ ଛାତର ଲୁହା ରଡ଼ରେ ଝୁଲୁଥିବା ସମୟରେ ଘର କବାଟ ଭିତର ପଟୁ ବନ୍ଦ ଥିଲା ,ପାଖାପାଖି ସକାଳ ୬ ଘଟିକା ରୁ ୯ ଘଟିକା ପର୍ଯ୍ୟନ୍ତ କବାଟ ବନ୍ଦ ରହିଥିଲା ଉକ୍ତ ସ୍ଥାନରେ ତାଳଚୁଆ ସାମୁଦ୍ରିକ ପୋଲିସ ଜଗି ରହିଥିଲା ।

ପରେ ରାଜନଗର ତହସିଲଦାର ଘଟଣା ସ୍ଥଳ ରେ ପହଁଚିଲା ପରେ କବାଟ ତଢା଼ ଯାଇଥିଲା କବାଟ ତଢା଼ ଗଲାପରେ ଘର ଭିତର ଖଟ ଉପରୁ ବଡ଼ ପୁଅ ପରୀକ୍ଷିତ ମଣ୍ଡଳ ଓ ଚଟାଣ ଉପରୁ ସ୍ତ୍ରୀ ଜୟନ୍ତୀ ମଣ୍ଡଳ ଙ୍କ ମୃତ ଦେହ ପଡିରହିଥିବା ସହିତ ପାଟିରୁ ଧଳା ଫେଣ ବାହାରୁଥିଲା ପରେ ନିଜ ପରିବାର ରେ ଏଭଳି ତିନି ଜଣଙ୍କ ମୃତ୍ୟୁ ଖବର ପାଇଁ ମାମୁଁ ଘରୁ ଜୟନ୍ତ ଙ୍କ ସାନ ପୁଅ ଗୌରହରି ମଣ୍ଡଳ ନିଜ ଘରେ ପହଞ୍ଚିଥିଲେ ଏବଂ ଥାନାରେ ଏତେଲା ଦେବା ପରେ , ତାଳଚୁଆ ସାମୁଦ୍ରିକ ପୋଲିସ ଛାନଭିନ ଆରମ୍ଭ କରିଛି ।

ଏଭଳି ଘଟଣା କାହିଁକି ଘଟିଛି ତାହା ଅସ୍ପଷ୍ଟ ରହିଛି । ଏହା ସ୍ୱାମୀ ଓ ସ୍ତ୍ରୀ ଭିତରେ ପାରିବାରିକ ସମସ୍ୟା ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ,ଯଦି ସ୍ୱାମୀ ଓ ସ୍ତ୍ରୀ ଭିତରେ ପାରିବାରିକ କଳହ ଲାଗିଥିଲା ତେବେ ବଡ ପୁଅ କାହିଁକି ଜୀବନ ହାରିଲା ଏହା ଆତ୍ମ ହତ୍ୟା ନ ହତ୍ୟା ତାହା ଜଣା ପଡ଼ିନାହିଁ ,କେବଳ ଏତିକି ଜଣା ପଡିଛି ସୁଦାମ ଙ୍କ ବଡ ପୁଅ ଜଣେ ମାନସିକ ରାଗିଥିଲେ ବାକି ଘଟଣା ପୋଲିସ ତଦନ୍ତ ପରେ ଜଣା ପଡିବ ।

Related posts

ରୋପ୍ୟ ଜୟନ୍ତୀ ପଥ ଉତ୍ସବ ପାଳିତ

Odisha Halchal

ମୋବାଇଲ୍‌ ପାଇଁ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ମାରିଦେଲେ ତାଙ୍କ ଦୁଇ ସାଙ୍ଗ

Odisha Halchal

ଦାଦନ ଋତୁ ରେ ୨ଟିସ୍ଥାନ ରୁ ୩୨ ଦାଦନ ଶ୍ରମିକ ଉଦ୍ଧାର , ୨ ଦାଦନ ଦଲାଲ ଗିରଫ

Odisha Halchal

Leave a Comment