ଅପରାଧଓଡ଼ିଶା ଖବରନ୍ୟୁଜ୍

କାଜୁ ଜଙ୍ଗଲରୁ ମିଳିଲା ନର କଙ୍କାଳ

କାଜୁ ଜଙ୍ଗଲରୁ ମିଳିଲା ନର କଙ୍କାଳ

କୋରାପୁଟ ସଦର ସୀମା ଅନ୍ତର୍ଗତ ଏକ୍ଟାଗୁଡା ନିକଟସ୍ଥ ଏକ କାଜୁ ଜଙ୍ଗଲରେ ମିଳିଲା ଏକ ନର କଙ୍କାଳ । ଏହି ଖବର ପାଇଁ ଘଟଣାସ୍ଥଳରେ ପୋଲିସ୍ ପହଂଚି ତଦନ୍ତ ଆରମ୍ଭ କରିଛି ।

ପୋଲିସର ସୂତ୍ରରୁ ପ୍ରକାଶ ଯେ ଉଦ୍ଧାର ହୋଇଥିବା ମଣିଷ କଙ୍କାଳର ମୁଣ୍ଡ ଏବଂ ହାତ ଅଲଗା ହୋଇ ଜଙ୍ଗଲରେ ପଡ଼ି ରହିଛି । କେବଳ ଏତିକି ନୁହେଁ ଏଥିସହ ଜଙ୍ଗଲରେ ଜଳିଯାଇଥିବା ପୋଷାକ ଏବଂ ଏକ ଲାଲ୍ ‘ଗାମୁଚା’ ଉଦ୍ଧାର କରାଯାଇଛି । ଏହା ସନ୍ଦେହ କରାଯାଉଛି ଯେ କିଛି ଦୁଷ୍କର୍ମକାରୀ ପ୍ରମାଣକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଶରୀରରେ ନିଆଁ ଲଗାଇ ଜଙ୍ଗଲରେ ଫୋପାଡ଼ି ଦେଇଛନ୍ତି ।

ସୂଚନା ପାଇବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତିନିଜଣିଆ ସାଇଣ୍ଟିଫିକ୍ ଟିମ୍ ଏହି ଘଟଣାର ଯାଞ୍ଚ ପାଇଁ ପୋଲିସକୁ ସାହାଯ୍ୟ କରୁଛନ୍ତି।

କୋରାପୁଟ ଏସଡିପିଓ ମନୋଜ କୁମାର ପୂଜାରୀ ଏହି ଘଟଣାରେ କହିଛନ୍ତ ଯେ କଙ୍କାଳଟି ପୁରୁଷ କିମ୍ବା ମହିଳାଙ୍କର କି ନୁହେଁ ତାହା କହିବା ଅତ୍ୟନ୍ତ କଷ୍ଟକର । ଏହା ସହିତ ନିକଟରେ ଥିବା ସମସ୍ତ ପୋଲିସ୍ ଷ୍ଟେସନକୁ ପୂର୍ବରୁ କୌ ଣସି ନିଖୋଜ ଅଭିଯୋଗ ଆସିଛି କି ନାହିଁ ତାହା ଜଣାଇବାକୁ ଚେଷ୍ଠା ଚାଲିଛି । ଯାହା ଦ୍ୱାରା ଏହି କଙ୍କାଳ ଚିହ୍ନଟ କରିବାରେ ସହାୟକ ହେବ।

ସାଇଣ୍ଟିଫିକ୍ ଦଳ କଙ୍କାଳର ହାଡ, କେଶ ଏବଂ ରକ୍ତ ନମୁନା ସଂଗ୍ରହ କରିଛନ୍ତି । ଯାହା ପରେ ତଦନ୍ତ ପରେ ସତ୍ୟ ପ୍ରକାଶ ପାଇବ ।

Related posts

ଓଡିଶା ପୋଲିସ କେ. ନାଇନ୍ ସ୍କ୍ବାର୍ଡରେ ସାମିଲ ହେଲା ବେଲଜିୟମ୍ ମେଲେନିୟସ ପ୍ରଜାତି କୁକୁର

Odisha Halchal

ପେଟ୍ରୋଲ ଯୋଗୁଁ ଧରା ପଡିଲା ଚୋର

Odisha Halchal

ବାତ୍ୟା ଅସାନିକୁ ନେଇ ଗୋପାଳପୁର ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ

Odisha Halchal

Leave a Comment