ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

ଗୁଡ଼ାରୀ:- (ଓଡିଶା ହାଲଚାଲ) ରବିବାର ଦିନ ବିଭିନ୍ନ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗୋ l ଗୁଡ଼ାରୀ ବ୍ଳକ ପେଣ୍ଡିଲି ଗ୍ରାମପଞ୍ଚାୟତର ଢେପାଗୁଡ଼ା ଠାରେ ନୂତନ ଭାବେ ନିର୍ମିତ ହୋଇଥିବା ମା ମାଣିକେଶ୍ଵରୀ ମନ୍ଦିର ଏବଂ ସଂସ୍କୃତି ଭବନ କୁ ପାଞ୍ଚଲକ୍ଷ ଲେଖାଏଁ ଅନୁଦାନ ଦେଇଥିଲେ l

ଆଜି ଢେପାଗୁଡା ଗ୍ରାମକୁ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗୋ,ସ୍ଥାନୀୟ ସରପଞ୍ଚ ରେଣୁକା ଶବର, କେଦାର ସାହୁ, ସୁବାଷ ଗଉଡ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଧୂପ,ଦୀପ ନଡ଼ିଆ ଭାଙ୍ଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଦୀର୍ଘଦିନ ହେଲା ମା ମାଣିକେଶ୍ଵରୀ ମନ୍ଦିର ଆର୍ଥିକ ଅବସ୍ଥା ହେତୁ ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଥିଲା l

ଗୁଣପୁର ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ ପରେ ଏହି ମନ୍ଦିର କୁ ପାଞ୍ଚ ଲକ୍ଷ ଟଙ୍କା ସହାୟତା କରିଥିବାରୁ ଗ୍ରାମର ଜନସାଧାରଣ, ବୁଦ୍ଧିଯିବି ପ୍ରସଂଶା କରିଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମର ଭଗବାନ ଗଉଡ, ସନ୍ତୋଷ କଞ୍ଚଡl
ବାବୁନ ଗଉଡ, ଯୁଧିଷ୍ଠିର ଗଉଡ ଜଗା ଭାତ୍ରl, ବୁଲା ଶବର, ମୋହନ, କୈଳାସ ଏବଂ ସାହି ର ମାଆ ମାନେ ଉପସ୍ଥିତ ଥିଲେ

Related posts

ଜାତୀୟ ରାଜପଥ ନିକଟରେ ଟ୍ରମା କେୟାର କେନ୍ଦ୍ର- ସ୍ୱାସ୍ଥ୍ୟ ବିଭାଗ

Odisha Halchal

ଉପରାଷ୍ଟ୍ରପତି ନିର୍ବାଚନ: ଆରମ୍ଭ ହେଲା ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା

Odisha Halchal

ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟରରେ ଜଣେ ଯବାନ ସହୀଦ, ଓଡ଼ିଆ ଯବାନଙ୍କ ସମେତ ୪ ଆହତ

Odisha Halchal

Leave a Comment