ଅପରାଧଓଡ଼ିଶା ଖବରନ୍ୟୁଜ୍

ନାବାଳକଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ ତିନି ଅଭିଯୁକ୍ତ ଅଟକ

ନାବାଳକଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ ତିନି ଅଭିଯୁକ୍ତ ଅଟକ

ସିମୁଳିଆ ଥାନା ଅଡ଼ା ଅଞ୍ଚଳରୁ ଜଣେ ନାବାଳକକୁ ଅପହରଣ ଉଦ୍ୟମ ଅଭିଯୋଗରେ ପୋଲିସ ଗୋଟିଏ ପରିବାରରୁ ୩ ଜଣଙ୍କୁ ଅଟକ ରଖି ଘଟଣାର ଛାନଭିନ ଚଳାଇଛି l ଗତକାଲି ଅଡ଼ା ଛତ୍ରପୁର ଅଞ୍ଚଳର ଦୀନବନ୍ଧୁ ଦାସଙ୍କ ପରିବାର ବାଡ଼ ଘେରିବା ବେଳେ ସେହି ଗାଁର ମାନା ସେଠିଙ୍କ ନାବାଳକ ପୁଅ ଦିନେଶ ସେଠାରେ ପହଞ୍ଚି ତାକୁ ତାଙ୍କ ଘରେ ନିର୍ଯାତନା ଦିଆଯାଉଥିବା କହିଥିଲା l

ତେଣୁ ତାକୁ ସୁରକ୍ଷିତ ସ୍ଥାନରେ ଛାଡ଼ିବାକୁ ନିବେଦନ କରିଥିଲା l ଦୀନବନ୍ଧୁ ଓ ତାର ପରିବାର ନାବାଳକ ଦୀନେଶକୁ ରମ୍ଭିଣା ଗାଁର ମାନା ଦାସ ଘରେ ଛାଡିଥିବା କହୁଛନ୍ତି l ହେଲେ ଦୀନେଶ କହୁଛି ମୋତେ ଦୀନବନ୍ଧୁଙ୍କ ପରିବାର ଏକ ଅଖାରେ ପୁରାଇ ମାନା ଦାସ ଘରେ ବାନ୍ଧି ରଖିଥିଲେ l

କୌଣସି ସୂତ୍ରରୁ ଖବର ପାଇ ଦିନେଶଙ୍କ ପରିବାର ମାନା ଦାସଙ୍କ ଘରୁ ତାକୁ ଉଦ୍ଧାର କରିଥିଲେ l ପରେ ଅଡ଼ା ଗାଁ ଲୋକ ଦୀନବନ୍ଧୁ ଦାସ, ପୁଅ ତାପସ ସ୍ତ୍ରୀ ରୁକ୍ମଣୀଙ୍କୁ ଅଟକ ରଖି ସିମୁଳିଆ ପୋଲିସ ପାଖରେ ଜିମା ଦେଇଛନ୍ତି l ପୋଲିସ ଏବେ ଏହି ଘଟଣାର ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ହତ୍ୟାକାରୀ ମାନିଲା ସତ

Odisha Halchal

ଯଦି ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ସବିଶେଷ ତଥ୍ୟ ଜାଣନ୍ତୁ

Odisha Halchal

ଆଶ୍ରମ ବିଦ୍ୟାଳୟ ଛାତ୍ର ମୃତ ନେଇ ଶିକ୍ଷକ ଶିକ୍ଷୟିତ୍ରୀ ଅବହେଳା ଉପରେ ଉଠିଛି ପ୍ରଶ୍ନ

Odisha Halchal

Leave a Comment