ଅପରାଧଓଡ଼ିଶା ଖବରନ୍ୟୁଜ୍

ଲାଞ୍ଚ ନେବା ପଡିଲା ମହଙ୍ଗା

ଲାଞ୍ଚ ନେବା ପଡିଲା ମହଙ୍ଗା

ସୋନପୁର:-ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ବାବୁ, ବାବୁ ଜଣକ ହେଉଛନ୍ତି ସୋନପୁର ଜିଲ୍ଲା ତରଭା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ର ସିନିୟର ଲାବ Technician ଅକ୍ଷୟ କୁମାର ପଟ୍ଟନାୟକ ରାଜ୍ୟ ତଥା କେନ୍ଦ୍ର ସରକାର ଲୋକ ମନେ କିଭଳି ମାଗଣା ସ୍ୱାସ୍ଥ୍ୟସେବା ପାଇପାରିବେ ସେଥିପାଇଁ ଅନେକ ଯୋଜନା କରୁଛନ୍ତି ।

ସେ ବିଜୁ ସ୍ୱାସ୍ଥ୍ୟ କାଡ୍ ହେଉ କି ଆୟୁଷ୍ମାନ୍ ଭାରତ ହେଉ କିନ୍ତୁ ବିଭିନ୍ନ ଆଳ ଦେଖାଇ ଲୋକମାନଙ୍କୁ ଠକି ଲାଞ୍ଚ ନେବାରେ ବାବୁ କିନ୍ତୁ ପୁରା ମାହିର୍ ।ସୋନପୁର ଜିଲ୍ଲା ତରଭା ବ୍ଲକ୍ ଅନ୍ତର୍ଗତ ସୁର୍ଯ୍ୟମୁଣ୍ଡା ଗ୍ରାମର ମୁକୁନ୍ଦ ସାହୁ ନାମକ ଜଣେ ବ୍ୟକ୍ତି ତାଙ୍କ ଗ୍ରାମର କିଛି ଲୋକଙ୍କ ଡାକ୍ତରି ପରିକ୍ଷା କରେଇବାକୁ ତରଭା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ।ହେଲେ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ର ବରିଷ୍ଠ ଲାବ ଟେକ୍ ନି ସିଆନ୍ ଅକ୍ଷୟ କୁମାର ପଟ୍ଟନାୟକ ତାଙ୍କୁ ବିଭିନ୍ନ ପରିକ୍ଷା ପାଇଁ ୯୦୦୦ (ନ ହଜାର)ଟଙ୍କା ଲାଞ୍ଚ ମାଗିଥିଲେ ।

ତା ପରେ ସୋନପୁର ଦୁର୍ନିତି ନିବାରଣରେ ଅଭିଯୋଗ କଲାପରେ ସମ୍ବଲପୁର ଭିଜିଲାନ୍ସ୍ SP ସାରା ଶର୍ମାଙ୍କ ନିର୍ଦେଶ କ୍ରମେ ସୋନପୁର ଭିଜିଲାନ୍ସ୍ IIC ତୁସାରକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି Red Handed ଧରିଥିବା ବେଳେ ଉକ୍ତ ଅପରେସନ୍ ରେ IIC ହୃଦାନନ୍ଦ କାଲୋ ,ASI ଦିଲ୍ଲିପ ଭୁୟାଁ , ସ୍ୱପ୍ନେଶ୍ୱର ମିଶ୍ର ,ବନମାଳୀ ପଧାନ ,ଶଙ୍କରାଚାରି କ୍ଷେତି ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ଭାରୋତ୍ତୋଳନରେ ଭାରତକୁ ଆଉ ଏକ ସଫଳତା, ବିନ୍ଦ୍ୟାରାଣୀ ଜିତିଲେ ରୌପ୍ୟ

Odisha Halchal

ମହଙ୍ଗା ପଡିଲା ଭିଡିଓ ପୋଷ୍ଟ ନିଶା ,ଅଳ୍ପକେ ବର୍ତିଲେ ଛାତ୍ର

Odisha Halchal

ଇମ୍ରାନ୍‌ଙ୍କୁ ପାଗଳ କରିଥିଲେ ରେଖା

Odisha Halchal

Leave a Comment