ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଆସନ୍ତାକାଲି ଉପକୂଳ ଓଡିଶାରେ ଝଡବର୍ଷା ସମ୍ଭାବନା, ମାର୍ଚ୍ଚ ପ୍ରଥମ ସପ୍ତାହରେ ଜାରି ରହିବ ବର୍ଷା

ଆସନ୍ତାକାଲି ଉପକୂଳ ଓଡିଶାରେ ଝଡବର୍ଷା ସମ୍ଭାବନା, ମାର୍ଚ୍ଚ ପ୍ରଥମ ସପ୍ତାହରେ ଜାରି ରହିବ ବର୍ଷା

ରାଜ୍ୟର ପାଗରେ ପରିବର୍ତ୍ତନ ଆସିବ । ବୁଧବାର ଅପରାହ୍ଣରୁ ଉପକୂଳ ଓଡିଶାର କେତେକ ଜିଲ୍ଲା ଏବଂ ଏହାର ସଂଲଗ୍ନ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଝଡବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଉଭୟ ବଙ୍ଗୋପସାଗର ଏବଂ ଆରବ ସାଗର ଆଡୁ ଓଡିଶା ଆଡକୁ ମୁହାଁଉଥିବା ଆଦ୍ରତାର ବୃଦ୍ଧି ଯୋଗୁଁ ଦିନର ତାପମାତ୍ରା ବୃଦ୍ଧି ପାଇବ । ଯାହା ଫଳରେ ଏଭଳି ପାଣିପାଗ ସୃଷ୍ଟି ହେବ ବୋଲି ସିଇସି ପକ୍ଷରୁ କୁହାଯାଇଛି ।

ଏହାର ପ୍ରଭାବରେ ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଭଳି ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏହି ପାଣିପାଗ ସହ ପଶ୍ଚିମା ଝଡର ମିଶ୍ରଣ ଯୋଗୁଁ ଫେବୃଆରୀ ୨୬ ତାରିଖରୁ ପଶ୍ଚିମ ଓଡିଶାର ଜିଲ୍ଲାଗୁଡିକରେ ଝଡବର୍ଷା ହେବା ।

ସେହିପରି ଫେବୃଆରୀ ୨୮ ଓ ମାର୍ଚ୍ଚ ୧ ତାରିଖକୁ ଛାଡି ଦେଲେ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ବର୍ଷା ଜାରି ରହିଛି । ଏନେଇ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Related posts

ଫେସ୍‌ବୁକ୍‌ରୁ ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି ଏହି ଫିଚର

Odisha Halchal

ରାଷ୍ଟ୍ରଦୂତମାନଙ୍କୁ ବରଖାସ୍ତ କଲେ ୟୁକ୍ରେନୀୟ ରାଷ୍ଟ୍ରପତି

Odisha Halchal

ପୁଣି ମାତିଲେ ଚୋର

Odisha Halchal

Leave a Comment