ମୟୂରଭଞ୍ଜ:-ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନାର ଏଏସଆଇ ସେହି ଅଞ୍ଚଳର ୧୭ ବର୍ଷର ଜଣେ ନାବାଳିକାଙ୍କୁ ନିଜ ପୁଅ-ଝିଅକୁ ଦେଖାଶୁଣା କରିବା ପାଇଁ ରଖିଥିଲେ। ଏଏସଆଇ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିବାର ଅଭିଯୋଗ ହୋଇଥିଲା। ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ୨ ପୋଲିସ ଅଧିକାରୀ । ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନାର ହୋମଗାର୍ଡ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ବେଳେ ଆଜି ଥାନାର ଏଏସଆଇ ମଧ୍ୟ ସେହି ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି ।
ଏହାପରେ ନାବାଳିକାର ବୟାନ ରେକର୍ଡ କରାଯିବା ସହିତ ଅଭିଯୁକ୍ତ ଏଏସଆଇଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଡାକ୍ତରୀ ପରୀକ୍ଷା ପରେ ପୋସ୍କୋ ଆକ୍ଟ ଅନୁଯାୟୀ ଗିରଫ କରି ବାରିପଦା ସ୍ଥିତ ପୋକ୍ସୋ କୋର୍ଟ ଚାଲାଣ କରାଯାଇଛି।ସୂଚନା ଅନୁସାରେ , ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନାର ଏଏସଆଇ ସେହି ଅଞ୍ଚଳର ୧୭ ବର୍ଷର ଜଣେ ନାବାଳିକାଙ୍କୁ ନିଜ ପୁଅ-ଝିଅକୁ ଦେଖାଶୁଣା କରିବା ପାଇଁ ରଖିଥିଲେ। ଏଏସଆଇ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିବାର ଅଭିଯୋଗ ହୋଇଥିଲା।
ଏହାପରେ ଜାମଦା ଥାନା ଅଧିକାରୀ ଏଏସଆଇଙ୍କୁ ଗିରଫ କରିବା ସହିତ ଘଟଣାର ଅଧିକ ତଦନ୍ତ କରିଥିଲେ। ଏହାପରେ ନାବାଳିକାର ବୟାନ ରେକର୍ଡ କରାଯିବା ସହିତ ଅଭିଯୁକ୍ତ ଏଏସଆଇଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଡାକ୍ତରୀ ପରୀକ୍ଷା ପରେ ପୋସ୍କୋ ଆକ୍ଟ ଅନୁଯାୟୀ ଗିରଫ କରି ବାରିପଦା ସ୍ଥିତ ପୋକ୍ସୋ କୋର୍ଟ ଚାଲାଣ କରାଯାଇଛି। ଗତକାଲି ମଧ୍ୟ ଉକ୍ତ ଥାନାର ଜଣେ ହୋମଗାର୍ଡଙ୍କୁ ମଧ୍ୟ ନାବାଳିକା ଦୁଷ୍କର୍ମ ଘଟଣାରେ ଗିରଫ କରାଯାଇଛି।