ଅପରାଧଓଡ଼ିଶା ଖବରନ୍ୟୁଜ୍

ମଦ ପାଇଁ ମହାଭାରତ

ମଦ ପାଇଁ ମହାଭାରତ

ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ହଳଦୀକୁଣ୍ତ ଗାଁରେ ଅଭାବନନୀୟ ଘଟଣା ଘଟିଛି । ନିଶାଶକ୍ତ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ଘଟିଛି । ଗାଁର ଗୁଜା କଓ୍ବାସୀ ଓ ତାଙ୍କ ପୁଅ ଲକ୍ଷ୍ମା କବାସୀ ଉଭୟେ ମିଶି ଘରେ ରହୁଥିଲେ । ତେବେ ପୁଅ ଲକ୍ଷ୍ମା କବାସୀ ମଦ ନିଶାରେ ଘରକୁ ଆସିଥିଲେ । ଏହାକୁ ନେଇ ଉଭୟ ବାପା ପୁଅଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା ।

ଉତକ୍ଷିପ୍ତ ହୋଇ ପୁଅ ଲକ୍ଷ୍ମା ବାପା ଗୁଜାକୁ ଧାନଖୋଳାରେ ଯାଇ ଟାଙ୍ଗିଆରେ ହତ୍ୟା କରିଥିଲା । ସାମନ୍ୟ ବଚସା ହେବାରୁ ଏହାକୁ ସହ୍ୟ କରିନପାରି ବାପାକୁ ହତ୍ୟା କରିଥିବା ଅଭିଯୁକ୍ତ ପୁଅ ଲକ୍ଷ୍ମା ଘରେ ଲୁଚି ରହିଥିଲା । ଖବରପାଇ ଘଟଣା ସ୍ଥଳରେ ମାଥିଲି ଥାନା ଆଇଆଇସି ସୂର୍ଯ୍ୟପ୍ରକାଶ ନାୟକଙ୍କ ନେତୃତ୍ବରେ ପୋଲିସ ଟିମ୍ ପହଞ୍ଚି ଏହାର ତଦନ୍ତ କରିଥିଲା ।

ଘଟଣାସ୍ଥଳରେ ନବରଙ୍ଗପୁରର ଏକ ସ୍ନାଇଟି ଫିକ ଟିମ୍ ମଧ୍ୟ ପହଞ୍ଚି ହତ୍ୟାର ତନାଘନା କରିଥିଲେ । ଘଟଣାସ୍ଥଳରୁ ଟାଙ୍ଗିଆ ଜବତ କରିବା ସହ ପୁଅ ଲକ୍ଷ୍ମା କୁ ମଧ୍ୟ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ଏ ନେଇ ମାଥିଲି ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ପୁଅ କରି ଗିରଫ କରି ମାଥିଲି ପୋଲିସ କୋର୍ଟ ଚାଲାଣ କରିଛି । ସାଲିମି ଫାଣ୍ତି ଅଧିକାରୀ କୃର୍ତ୍ତିବାସ ବେହେରା ଏହାର ତଦନ୍ତ କରୁଥିବା ମାଥିଲି ଥାନା ଆଇଆଇସି ସୂର୍ଯ୍ୟପ୍ରକାଶ ନାୟକ ସୂଚନା ଦେଇଛନ୍ତି ।

Related posts

ଛେଳି ଚୋରକୁ ଧରି ପୋଲିସ ରେ ଜିମାଦେଲେ

Odisha Halchal

କାଲିଠୁ ବଢ଼ିବ ତାତି, ଅସହ୍ୟ ହେବ ଗ୍ରୀଷ୍ମ ଲହରୀ

Odisha Halchal

ଆମ ଆଦମୀ ପାର୍ଟିର ଜିଲ୍ଲାପାଳ କାର୍ଯ୍ୟାଳୟ ସଂମୁଖରେ ଧାରଣା

Odisha Halchal

Leave a Comment