ଅପରାଧଓଡ଼ିଶା ଖବରନ୍ୟୁଜ୍

ଟଙ୍କା ଭାଗବଂଟାକୁ ନେଇ ଗଣ୍ଡଗୋଳ ଜଣେ ମୃତ ୪ ଗୁରୁତର

ଟଙ୍କା ଭାଗବଂଟାକୁ ନେଇ ଗଣ୍ଡଗୋଳ ଜଣେ ମୃତ ୪ ଗୁରୁତର

ବୌଦ୍ଧ:-ମଣ୍ଡିରେ ଧାନ ବିକ୍ରୀ ହେବା ପରେ ଟଙ୍କା ଭାଗ ବଂଟାକୁ ନେଇ ପାରବିାରିକ ଗଣ୍ଡଗୋଳରେ ଜଣେ ମୃତ ୧ ଶିଶୁ ସମେତ ୪ ଗୁରୁତର । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମହୁଲେ ଗାଁରେ । ମୃତକ ଜଣକ ହେଲେ ସୁବଳ ମେହେର । ଗୁରୁତରମାନେ ହେଲେ ରାମଚନ୍ଦ୍ର ମେହେର,ଲଳିତା ମେହେର,ପ୍ରଦୀପ ମେହେର ଏବଂ ୧ ବର୍ଷୀୟ ଝିଅ ଆବାହନା ମେହେର ।

ମହୁଲେ ଗ୍ରାାମର ବାଳକୃଷ୍ଣ ମେହେର ଏବଂ ତାଙ୍କ ଭାଇ ରାମଚନ୍ଦ୍ର ମେହେର ମଣ୍ଡିରେ ଧାନ ବିକ୍ରୀ କରିଥିଲେ । ହେଲେ ଧାନ ବିକ୍ରୀ ଟଙ୍କା ବାଳକୃଷ୍ଣ ମେହେରଙ୍କ ଜମାଖାତାେରେ ପଡିଥିଲା । ପରେ ଉକ୍ତ ଟଙ୍କା ଭାଗ ବଂଟାକୁ ନେଇ ବାଳକୃଷ୍ଣ ଓ ରାମଚନ୍ଦ୍ର ମଧ୍ୟରେ ବଚସା ହୋଇଥିଲା । ପରେ ଏହି ବଚସା ଉଗ୍ର ରୁପ ଧାରଣ କରିବା ସହ ଗଣ୍ଡଗୋଳ ଓ ହାତାହାତି ପର୍ଯ୍ୟନ୍ତ ଯାଇଥିଲା ।

ବାଳକୃଷ୍ଣଙ୍କ ପରିବାରର ଆକ୍ରମଣରେ ରାମଚନ୍ଦ୍ରଙ୍କ ସମେତ ତାଙ୍କ ପରିବାରର ଅନ୍ୟ ୪ ସଦସ୍ୟ ଗୁରୁତର ଭାବେ ଆହତ ହୋଇ ପ୍ରଥମେ ସୋନପୁର ଓ ପରେ ବୁର୍ଲାକୁ ସ୍ଥାନାନ୍ତରଣ ହୋଇଥିଲେ । ସେଠାରେ ଚିକିତ୍ସlଧିନ ଅବସ୍ଥାରେ ସୁବଳ ମେହେରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଗୁରୁତରମାନେ ଏବେବି ବୁର୍ଲାରେ ଚିକିତ୍ସାଧିନ ଅଛନ୍ତି । ମନମୁଣ୍ଡା ପୋଲିସ ଏନେଇ ଏକ ମାମଲା ଦାୟର କରିବା ସହ ତଦନ୍ତ ଆରମ୍ଭ କରିଛି ।

Related posts

ମୁଖ୍ୟ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା, ଏପ୍ରିଲ ୨୯ରୁ ମେ ୬ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା

Odisha Halchal

ମାଫିଆ ମାନଙ୍କ ଦିନରାତି ମାଟି ଚୋରା ଚାଲାଣ

Odisha Halchal

ଆନ୍ଧ୍ରର ଆଉ ଏକ ଚାଲ୍: ଓଡ଼ିଆକୁ ଆଦିବାସୀ ଭାଷା କହି ଦେଲା ମାନ୍ୟତା

Odisha Halchal

Leave a Comment