ଓଡ଼ିଶା ଖବରନ୍ୟୁଜ୍

ଆସନ୍ତା ୨୪ ଘଣ୍ଟାରେ ବର୍ଷା, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତା ୨୪ ଘଣ୍ଟାରେ ବର୍ଷା । ଘଡି ଘଡି ସହ ବର୍ଷା ସମ୍ଭବନା । ୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଓଡିଶାରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କୋରାପୁଟ, ରାୟଗଡା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହିପରି ୨୪ ଘଣ୍ଟା ପରେ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କନ୍ଧମାଳ, ଗଜପତି, ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ  ବର୍ଷା ସ୍ଥିତି ଦେଖାଦେବ । ଏଭଳି ମଧ୍ୟମ ଧରଣର ବର୍ଷା ଆସନ୍ତା ୧୮ ଯାଏଁ ଜାରି ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ଗତ ୨୪ ଘଣ୍ଟାରେ ସୋନପୁର ଜିଲ୍ଲାରେ ସର୍ବାଧିକ ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଆଭ୍ୟନ୍ତରୀଣ ଓଡଶାର ବାରିପଦା, ଝାରସୁଗୁଡା, ବଲାଙ୍ଗିର, ବୌଦ୍ଧ ଆଦି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ତାପମାତ୍ରା  ରେକର୍ଡ ହୋଇଛି । ତେବେ ଆସନ୍ତା ୫ ଦିନରେ ଆଭ୍ୟନ୍ତରୀଣ ଜିଲ୍ଲାରେ ୪୦ ରୁ ଅଧିକ ତଥା ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି । ସେହିପରି ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ୩୮.୭ ଡିଗ୍ରୀ ରେକର୍ଡ ହୋଇ । ୨୪ ଘଣ୍ଟା ମଧ୍ୟରେ ୩୯ ଡିଗ୍ରୀ ତାପମାତ୍ରା ମଧ୍ୟରେ ରହିବା ସହ ସଂଧ୍ୟାରେ ହାକୁଆ ବର୍ଷା ସମ୍ଭାବନା ରହିଛି ।

Related posts

ଚେକର, ମୁନସୀ ଓ ଚପରାଶି ଗଠନ କଲେ ସଂଘ

Odisha Halchal

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଦ୍ୱିତୀୟ ପଦକ ଦେଲେ ଗୁରୁରାଜା ପୂଜାରୀ

Odisha Halchal

ନାବାଳିକା କୁ ଦୁଷ୍କର୍ମ ପରେ ହତ୍ୟା, ସାମ୍ନା କୁ ଆସିଲା ସତ

Odisha Halchal

Leave a Comment