ଅପରାଧଓଡ଼ିଶା ଖବରନ୍ୟୁଜ୍

ପାଣି ପାଇଁ ଦୁଇ ଗାଁ ମଧ୍ୟରେ ସଂଘର୍ଷ

ପାଣି ପାଇଁ ଦୁଇ ଗାଁ ମଧ୍ୟରେ ସଂଘର୍ଷ

ରାଇଘର:-ପିଇବା ପାଣି ପାଇଁ ଦୁଇ ଗାଁ ମଧ୍ୟରେ ସଂଘର୍ଷ, ଏହି ତାତିକୁ ଆହୁରି ବଳିଯାଇଛି। ଏଥିରେ ୩୦ଜଣରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିବା ବେଳେ ୭ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଉଭୟ ଗ୍ରାମବାସୀଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହେବାପରେ ପୁଲିସ ପୃଥକ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଦୁଇ ଗାଁ ହେଉଛି, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ହାଟଭରାଣ୍ଡି ପଞ୍ଚାୟତର ମାରିଗାଁ ଓ ଟିକିରାପାରା। ୨୫ ବର୍ଷ ପୂର୍ବେ ମାରିଗାଁରେ ପ୍ରାୟ ୬୫ ପରିବାର ରହୁଥିବା ବେଳେ ଟିକିରାପାରା ଗ୍ରାମରେ ପ୍ରାୟ ୪୦ ପରିବାର ରହୁଥିଲେ l କୌଣସି କାରଣବଶତଃ ମାରିଗାଁରୁ ପ୍ରାୟ ୨୦ ପରିବାର ଅଲଗା ହୋଇ ଟିକିରାପାରା ଗ୍ରାମ ସହିତ ମିଶିବା ପରେ ଉଭୟ ଗ୍ରାମ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଗତ ୪ ତାରିଖରେ ଜଙ୍ଗଲ ଜମିକୁ କେନ୍ଦ୍ରକରି ଦୁଇ ଗଁାର ଲୋକମାନେ ମୁହଁାମୁହିଁ ହୋଇଥିଲେ। ବନ ବିଭାଗ ପକ୍ଷରୁ ଉଭୟ ଗ୍ରାମବାସୀଙ୍କୁ ବୁଝାସୁଝା କରାଯାଇଥିଲେ ମଧ୍ୟ କୌଣସି ସ୍ଥାୟୀ ସମାଧାନ ହୋଇନଥିଲା।

ଏବେ ମାରିଗାଁର ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ନେଇ ଦୁଇ ଗାଁ ମୁହାଁମୁହିଁ ହୋଇଛି। ଜଳ ଯୋଗାଣକୁ କିଛି ଲୋକ ମନମୁତାବକ ନିୟନ୍ତ୍ରଣ କରୁଥିବାରୁ ଅନ୍ୟ ଗୋଷ୍ଠୀର ଲୋକେ ପାଣି ପାଇ ପାରୁନଥିବା ଅଭିଯୋଗ‌ରେ ଏହିଭଳି ପରିସ୍ଥିତି ସୃଷ୍ଟି ‌ହୋଇଛି। ପୂର୍ବରୁ ଏହାକୁ ନେଇ ଗଣ୍ଡଗୋଳ ହୋଇଥିଲା। ମାତ୍ର, ଗତକାଲି ରାତିରେ ଝଗଡ଼ା ଆରମ୍ଭ ହୋଇ ମରଣାନ୍ତକ ଆକ୍ରମଣ ପର୍ଯ୍ୟନ୍ତ କଥାଯାଇଥିଲା। ଏହି ସଂଘର୍ଷରେ ଉଭୟ ପକ୍ଷରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ବେଳେ ଆହତଙ୍କ ମଧ୍ୟରୁ ୭ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତକାଲି ରାତିରେ ହାଟଭରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ବର୍ତ୍ତମାନ ଗୁରୁତର ନଗେନ ଗଣ୍ଡ (୨୧), ଗୌତମ ବଞ୍ଜାରା (୫୦), ତିଜାଉ ଗଣ୍ଡ (୨୭), ଚନ୍ଦ୍ର ଗଣ୍ଡ (୩୫), ଦେଉଳି ଗଣ୍ଡ (୨୭), ସକୁନ୍ତଳା ସତନାମୀ (୩୮) ଓ ନାରାୟଣ ଗଣ୍ଡ (୪୦) ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।ଏହି ଘଟଣାକୁ ନେଇ ଆଜି ଉଭୟ ଗୋଷ୍ଠୀ ପକ୍ଷରୁ କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ ହେବାପରେ ପୁଲିସ ପୃଥକ୍‌ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ କହିଛନ୍ତି।

Related posts

ବିଭିନ୍ନ ଦାବି ନେଇ ସାମ୍ବାଦିକଙ୍କ କଳା ବ୍ୟାଜ ପରିଧାନ

Odisha Halchal

ଅନୁସନ୍ଧାନ ଓ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ

Odisha Halchal

ମାଓବାଦୀଙ୍କୁ ସାମଗ୍ରୀ ଯୋଗାଇବା ଅଭିଯୋଗରେ ଜଣଙ୍କୁ ଗିରଫ କଲା କଳାହାଣ୍ଡି ପୋଲିସ

Odisha Halchal

Leave a Comment