ଅପରାଧଓଡ଼ିଶା ଖବରନ୍ୟୁଜ୍

ସ୍ତ୍ରୀ ଥାଇ ନାବାଳିକାଙ୍କୁ ଏକତରଫା ପ୍ରେମ

ସ୍ତ୍ରୀ ଥାଇ ନାବାଳିକାଙ୍କୁ ଏକତରଫା ପ୍ରେମ

ନୟାଗଡ /ଦଶପଲ୍ଲା(ବ୍ୟୁରୋ ଓଡିଶା ହାଲଚାଲ):-ପ୍ରେମରେ ବିଫଳ ହେବାରୁ କାର୍ ଚଢାଇ ଜୀବନରେ ମାରି ଦେବାକୁ ଉଦ୍ୟମ ଅଳ୍ପକେ ବର୍ତ୍ତିଲେ ନାବାଳିକା । ପୁଣି ଜଣେ ନାବାଳିକାଙ୍କୁ ଏକତରଫା ପ୍ରେମ କରିବା ସହ ବିଭିନ୍ନ ସମୟରେ ହଇରାଣ ହରକତ୍ କରି ଶେଷରେ ପ୍ରେମରେ ବିଫଳ ହେବାରୁ କାର୍ ଚଢାଇ ଜୀବନରେ ମାରି ଦେବାକୁ ଉଦ୍ୟମ କରିବା ସମୟରେ ନାବାଳିକା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଏବେ ତାଙ୍କ ମା’ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର ହୋଇଛନ୍ତି।

ଏଭଳି ଘଟଣା ଦେଖିବାକୁ ମିଳିଛି ବାଣିଗୋଛା ଥାନା ଅଂଚଳରେ।ମିଳିଥିବା ସୂଚନା ଅନୁଯାୟୀ ବାଣିଗୋଛା ବନ୍ୟପ୍ରାଣୀ ବନଖଣ୍ତ ଅଧୀନସ୍ଥ ବାଣିଗୋଛା (ପଶ୍ଚିମ) ବନାଚଂଳର ଜାମୁସାହି ବିଟରେ ବନରକ୍ଷୀ ଭାବେ ରୋଜାଲିନ୍ ସ୍ବାଇଁ ଗତ ପ୍ରାୟ ୩ ବର୍ଷ ହେଲା କାର୍ଯ୍ୟ କରି ଆସୁଥିଲେ। ତାଙ୍କ ସ୍ବାମୀ ଇଟାମାଟି ଥାନା ଅଧୀନସ୍ଥ ପୁରୁଷୋତ୍ତମପୁର ଗ୍ରାମର ପିଣ୍ଟୁ ମହାନ୍ତି ତାଙ୍କ ନିକଟରେ ରହନ୍ତି। ଏହାରି ମଧ୍ୟରେ ପିଣ୍ଟୁ ଦୁଡୁକିପାଜୁ ଗ୍ରାମର ଜନୈକ ୧୭ ବର୍ଷୀୟା ନାବାଳିକାଙ୍କୁ ଏକତରଫା ପ୍ରେମ କରି ବସିଥିଲେ। ନାବାଳିକାଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ରାଗ ରଖି ବିଭିନ୍ନ ସମୟରେ ହଇରାଣ ହରକତ କରନ୍ତି, ଯାହାକୁ ନେଇ ମାମଲା ବାଣିଗୋଛା ଥାନାକୁ ଯାଇଥିଲା। ପୁଲିସର ଉପସ୍ଥିତିରେ ଘଟଣାର ସମାଧାନ ହୋଇଥିଲା।

ଏହାରି ମଧ୍ୟରେ ବନରକ୍ଷୀ ରୋଜାଲିନଙ୍କ ଅନ୍ୟତ୍ର ବଦଳି ହୋଇଯାଇଥିବାରୁ ସେ ଗତ ମାସ ୨୮ ତାରିଖଠାରୁ ରିଲିଭ୍ ହୋଇ ଯାଇଛନ୍ତି। ଏହାକୁ ନେଇ ପିଣ୍ଟୁ ହୋଲି ଥିବାରୁ ଗାଁକୁ ଆସି ନାବାଳିକାଙ୍କୁ କମେଣ୍ଟ କରିବା ସହ ହଇରାଣ କରିଥିଲେ। ଏସବୁ ଘଟଣାକୁ ନାବାଳିକାଙ୍କ କକାପୁଅ ଭାଇ ସୁଶାନ୍ତ ଖଡିରତ୍ନ ସହଯୋଗ କରି ଆସନ୍ତି। ଶେଷରେ ନାବାଳିକା ଏବଂ ତାଙ୍କର ମା’ ଚାଲିଚାଲି ଯାଉଥିବା ସମୟରେ ପିଣ୍ଟୁ ଏବଂ ସୁଶାନ୍ତ ଏକ କାରରେ ଆସି ତାଙ୍କୁ ଧକ୍କା ଦେଇଥିଲେ। ନାବାଳିକା ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିଲେ। ହେଲେ ତାଙ୍କ ମା’ଙ୍କ ଉପରେ କାର୍ ଚଢି ଯାଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗୁରୁତର ଅବସ୍ଥାରେ ନାବାଳିକାଙ୍କ ମା’ଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଏପଟେ ଘଟଣାସ୍ଥଳରୁ ଉଭୟ ଫେରାର୍ ଥିବାବେଳେ ଏହାର ତଦନ୍ତ ଚାଲିଥିବା ଥାନା ଅଧିକାରୀ କହିଛନ୍ତି।

Related posts

ଗଞ୍ଜେଇ ଚୋରା ଚାଲାଣରେ ବି ଜେ ପି ନେତା ଗିରଫ

Odisha Halchal

ସାବତମାର ନିର୍ଯ୍ୟାତନା ସହି ନପାରି ଆତ୍ମହତ୍ୟା

Odisha Halchal

ମାଥିଲି ପୋଲିସକୁ ମିଳିଛି ସଫଳତା

Odisha Halchal

Leave a Comment