ଅପରାଧଓଡ଼ିଶା ଖବରନ୍ୟୁଜ୍

ମାଓବାଦୀଙ୍କୁ ସାମଗ୍ରୀ ଯୋଗାଇବା ଅଭିଯୋଗରେ ଜଣଙ୍କୁ ଗିରଫ କଲା କଳାହାଣ୍ଡି ପୋଲିସ

ମାଓବାଦୀଙ୍କୁ ସାମଗ୍ରୀ ଯୋଗାଇବା ଅଭିଯୋଗରେ ଜଣଙ୍କୁ ଗିରଫ କଲା କଳାହାଣ୍ଡି ପୋଲିସ

କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ବାଙ୍କେଲ ଗ୍ରାମର ଖଗେଶ୍ବର ଗୌଡ ନାମକ ଜଣେ ମାଓ ସମର୍ଥକକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ୍ ।

ଗିରଫ ଖଗେଶ୍ବର ଗୌଡଙ୍କ ନିକଟରୁ ୯ଟି ଜୀବନ୍ତ ଡିଟୋନେଟର, ୩ ମାଓ ପୋଷ୍ଟର, ତାର, ମାଓ ପୁସ୍ତିକା ସହ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ଏହି ଘଟଣାରେ ଗତ କିଛିଦିନ ତଳେ ମଧ୍ୟ ମାଓବାଦୀଙ୍କୁ ମାଓ ସାମଗ୍ରୀ ଯୋଗାଉଥିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଥିଲା କଳାହାଣ୍ଡି ପୋଲିସ ।

ଲାଞ୍ଜିଗଡ ରୋଡର ପ୍ରବିଣ କୁମାର ରାଉତ ତାଙ୍କ ପୁଅ ପ୍ରତିଦାନ ରାଉତ ଏବଂ ଶକ୍ତିସାମନ୍ତ ଦଳ ବେହେରାଙ୍କ ବିଷୟରେ କୌଣସି ସୁତ୍ରରୁ ଖବର ପାଇ ତାଙ୍କ ଘରେ ଚଢାଉ କରିଥିଲା

ଚଢାଉ ବେଳେ ଦୁଇଟି ୱାକିଟକି, ବ୍ୟାଟେରି, ଚାର୍ଜର, ତିନୋଟି ମୋବାଇଲ ଫୋନ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଜବତ କରିଥିଲା ପୋଲିସ୍ ।

Related posts

ବିଜେପି ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼

Odisha Halchal

ଜଣାଶୁଣାଣି କାର୍ଯ୍ୟକ୍ରମରେ ଶ୍ରମିକଙ୍କ ଦେଖାନାହିଁ

Odisha Halchal

ଚଳିତ ବର୍ଷ ଓଡିଶାରେ ସ୍ୱାଭାବିକ ବର୍ଷା, ୨ରୁ ୩ ଦିନରେ କେରଳ ଛୁଇଁବ ମୌସୁମୀ

Odisha Halchal

Leave a Comment