ଓଡ଼ିଶା ଖବରନ୍ୟୁଜ୍

ଥାନା ସାମ୍ନାରେ କନେଷ୍ଟବଳଙ୍କ ମୃତଦେହ !

ଥାନା ସାମ୍ନାରେ କନେଷ୍ଟବଳଙ୍କ ମୃତଦେହ !

କେନ୍ଦୁଝର(ରିପୋର୍ଟ-ଶ୍ରୀଧର ସାହୁ):-ଥାନା ସାମ୍ନା ପୋଖରୀ ରୁ ମିଳିଲା କନେଷ୍ଟବଳ ଙ୍କ ମୃତଦେହ ।କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ର ଜଣେ କନେଷ୍ଟବଳ ଙ୍କ ମୃତଦେହେ ଥାନା ସାମ୍ନାରେ ଥିବା ପୋଖରୀରୁ ଉଦ୍ଧାର ହୋଇଛି। ମୃତ କନେଷ୍ଟବଳଙ୍କ ଘର ହରିଚନ୍ଦନପୁର ହୋଇଥିବା ବେଳେ ସେ କେନ୍ଦ୍ରାପଡା ରେ ସପରିବାର ରହୁଥିଲେ ।

କନେଷ୍ଟବଳ ପ୍ରଦିପ ନାୟକ ଥାନା ବ୍ଯାରାକ୍ ରେ ରହୁଥିବାବେଳେ ଗତକାଲି ସଂନ୍ଧ୍ଯା ରେ କେଉଁଆଡେ ଯାଇ ଆଉ ଫେରିନଥିଲେ।ସାଥି ମାନେ ତାଙ୍କୁ ଖୋଜା ଖୋଜି କରିଥିଲେ ବି ତାଙ୍କ ସନ୍ଧାନ ପାଇ ନଥିଲେ। ଆଜି ସକାଳୁ ସ୍ଥାନିୟ ଲୋକେ ପୋଖରୀ ରେ ଏକ ମୃତ ଦେହ ଭସୁଥିବା ଦେଖି ପୋଲିସ୍ କୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ଙ୍କ ସହାୟତାରେ ରେ ମୃତଦେହେ ଉଦ୍ଧାର ହେବାପରେ ମୃତ ବ୍ଯକ୍ତି ଜଣକ କନେଷ୍ଟବଳ ପ୍ରଦିପ ନାୟକ ବୋଲି ଜଣା ପଡିଥିଲା ।

ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲ କୁ ପଠାଯାଇଛି।ପ୍ରଦିପ ୫ଦିନ ହେବେ ଛୁଟିରେ ଘରକୁ ଯାଇଥିଲେ ।ଛୁଟି ସରିବାପରେ ଗତକାଲି ସେ ଥାନାକୁ ଆସିଥିଲେ। । ତେବେ କେଉଁ ପରିସ୍ଥିତିରେ ରେ ସେ ପୋଖରୀ କୁ ଯାଇଥିଲେ ଓ କିପରି ପୋଖରୀରେ ବୁଡିଗଲେ ତାକୁନେଇ ଏବେ ତଦନ୍ତ ଆରମ୍ଭ କରିଛି ନନ୍ଦିପଦା ପୋଲିସ୍ ।

Related posts

ରାଜନୈତିକ ଆକ୍ରୋଶରୁ ହତ୍ୟା ଅଭିଯୋଗ, ଯୁବକଙ୍କୁ ପିଟିପିଟି ମାରିଦେଲେ

Odisha Halchal

ପୁଅ ଯେମିତି ଝିଅ ସେମିତି

Odisha Halchal

ପ୍ରତ୍ନତତ୍ତ୍ଵ ବିଭାଗର ଚୋରି ୩ ଜଣକୁ ଗିରଫ କଲା ପୋଲିସ

Odisha Halchal

Leave a Comment