ଓଡ଼ିଶା ଖବରଖେଳ

ବିଭିନ୍ନ ଦାବି ନେଇ ସାମ୍ବାଦିକଙ୍କ କଳା ବ୍ୟାଜ ପରିଧାନ

ବିଭିନ୍ନ ଦାବି ନେଇ ସାମ୍ବାଦିକଙ୍କ କଳା ବ୍ୟାଜ ପରିଧାନ

ବୌଦ୍ଧ :-  ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ମାନେ ବିଭିନ୍ନ ଦାବି ନେଇ କଳା ବ୍ୟାଜ ପିନ୍ଧି ଆସନ୍ତାକାଲି ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ ଜିଲ୍ଲାପାଳ ଓ ଏସ ପି ଙ୍କୁ ମେଲ ଯୋଗେ ଲିଖିତ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଏକ ଜରୁରୀ ବୈଠକ ଆଜି ମନମୁଣ୍ଡା ସ୍ଥିତ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ସାମ୍ବାଦିକ ସୁଶିଲ କୁମାର ମିଶ୍ର, ଜଗାନନ୍ଦ ମହାପାତ୍ର, ହୃଦାନନ୍ଦ ମେହେର, ପ୍ରଶାନ୍ତ ପ୍ରଧାନ, ପ୍ରେମାନନ୍ଦ ମହାପାତ୍ର, ସିଦ୍ଧେଶ୍ୱର ଗିରି, ଆଶିଷ ବିହାରୀ ଠାକୁର, କୁନୁ ରାଜହଂସ, ବିଜୟ ଆଚାର୍ଯ୍ୟ, ବିଶ୍ଵାମିତ୍ର ପାଢ଼ୀ, ଗୋପାଳ ମେହେର, ନିଗମାନନ୍ଦ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

ବୟସ୍କ ସାମ୍ବାଦିକଙ୍କୁ ପେନସନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ପ୍ରଚଳିତ ସ୍ଵାସ୍ଥ୍ୟ ବୀମା ଯୋଜନାରେ ପିତାମାତା ଓ ୨୫ ବର୍ଷରୁ ଉର୍ଦ୍ଧ୍ଵ ସନ୍ତାନ ମାନଙ୍କୁ ସାମିଲ୍,ଅଧିସ୍ବୀକୃତି କମିଟି ପୁନର୍ଗଠନ ଓ ନିୟମାନୁଯାୟୀ ବ୍ୟାପକ ଅଧିସ୍ବୀକୃତି ପ୍ରଦାନ,ପ୍ରେସ୍ ଏକାଡେମୀ ଗଠନ ଆଦି ଅନେକ ଦାବି ନେଇ ସାମ୍ବାଦିକ ମାନେ ଆସନ୍ତାକାଲି କଣ୍ଟାମାଳ ବ୍ଲକ ପରିସରରେ ପ୍ରତୀକ ଧାରଣାରେ ବସିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା ।

Related posts

ରାସ୍ତା ଉପରେ ଶତାଧିକ ନକଲି ଆଧାର କାର୍ଡ

Odisha Halchal

ଝାଡାବାନ୍ତିରେ ଆକ୍ରାନ୍ତ ଶତାଧିକ ଲୋକ

Odisha Halchal

କାର୍ତ୍ତିକପୁର୍ଣିମା ଅବସରରେ ଶ୍ରୀକୃଷ୍ଣ ରାସଲୀଳା ଓ ରାହାସ କୀର୍ତ୍ତନ

Odisha Halchal

Leave a Comment