ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ମୁନିଗୁଡା ପ୍ରେସ କ୍ଲବର ଶାନ୍ତିପୂର୍ଣ ଭାବେ କଳାବ୍ୟାଜ ପରିଧାନ l

ମୁନିଗୁଡା ପ୍ରେସ କ୍ଲବର ଶାନ୍ତିପୂର୍ଣ ଭାବେ କଳାବ୍ୟାଜ ପରିଧାନ

ମୁନିଗୁଡ଼ା :- (ଓଡିଶା ହାଲଚାଲ) ମୁନିଗୁଡ଼ା,ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ,ରାଜ୍ୟ ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ବିଭୁତି ଭୂଷଣ କରଙ୍କ ନିର୍ଦେଶ କ୍ରମେ ସାମ୍ବାଦିକଙ୍କ ନ୍ୟାର୍ଯ୍ୟ ଦାବି ପ୍ରତି ଅଣଦେଖା ନେଇ ଆଜି ଠାରୁ ସମଗ୍ର ରାଜ୍ୟ ସମେତ ମୁନିଗୁଡା ପ୍ରେସ କ୍ଳବ ତରଫରୁ କଳାବ୍ୟାଚ ପରିଧାନ କରି ପ୍ରତୀକାତ୍ମକ ବିରୋଧ ପ୍ରଦର୍ଶନ କରାଯାଇଛି l

ଏହି ଅବସରରେ ମୁନିଗୁଡା ପ୍ରେସ କ୍ଳବର ସଭାପତି ରାଜୀବ ଲୋଚନ ଦାସ ଓ ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକଙ୍କ ମିଳିତ ସଂଯୋଜନାରେ ବରିଷ୍ଠ ସାମ୍ବାଦିକ ସିମାଞ୍ଚଳ ପଣ୍ଡା, ନରେଶ କୁମାର ପାତ୍ର, ଲାଡି ଶଙ୍କର ରାଓ, କ୍ଷମାସାଗର ଦାସ,ଧନୁ କୁସୁଲିଆ, ରାଜେଶ ସାହୁ,ପ୍ରସାଦ ସାହୁକାର ସମସ୍ତ ସଭ୍ୟ କଳାବ୍ୟାଜ ପରିଧାନ କରି ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେବା ସହ ପ୍ରଚାର ପ୍ରସାର କରିବା ପାଇଁ ସ୍ଥିର କରାଯାଇଛି l

ରାଜ୍ୟସରକାରଙ୍କୁ ସଙ୍ଘ ତରଫରୁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ,ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ବୟସ୍କ ସାମ୍ବାଦିକଙ୍କୁ ପେନସନ ପ୍ରଦାନ,ଅଧିସ୍ୱୀକୃତି କମିଟି ପୁନଃଗଠନ ଓ ବ୍ଲକ୍ ଠାରୁ ରାଜ୍ୟ ପର୍ଯ୍ୟନ୍ତ ବ୍ୟାପକ ଅଧିସ୍ବୀକୃତି ପ୍ରଦାନ,ପ୍ରବର୍ତ୍ତିତ ସ୍ବାସ୍ଥ୍ୟବୀମା ଯୋଜନାରେ ପିତାମାତା ଓ ୨୫ ବର୍ଷରୁ ଉର୍ଦ୍ଧ ବୟସ୍କ ନିର୍ଭରଶୀଳ ସନ୍ତାନ ମାନଙ୍କୁସାମିଲ,ମିଡ଼ିଆ ଏକାଡେମୀ ଗଠନ ସହ ଭୁବନେଶ୍ୱରରେ ଏକାଡେମୀ କାର୍ଯ୍ୟାଳୟ ସ୍ଥାପନ ଓ ଲୋକସେବା ଭବନ ସମେତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସାମ୍ବାଦିକଙ୍କ ପ୍ରଵେଶାଧିକାର ଆଦି ଦାବିକୁ ନେଇ ବିଭିନ୍ନ ସମୟରେ ସରକାରଙ୍କ ସହ ଆଲୋଚନା, ଧାରଣା ସହ ଗତଫେବୃଆରୀ ୭ ତାରିଖରେଭୁବନେଶ୍ୱରସ୍ଥିତ ଲୋୟେରପିଏମଜି ଠାରେ ବିଭିନ୍ନ ସାମ୍ବାଦିକସଂଘଠନର କର୍ମକତା ମାନଙ୍କ ଆଲୋଚନା କରିବା ପରେ ବିଧାନ ସଭା ଘେରାଉ ମଧ୍ୟ୍ୟ କରାଯାଇଥିଲା l

ସରକାର ସମାଜର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏପିରିକି ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ବ କରି ବିଭିନ୍ନ ରାଜନୈତିକ ପଦ ପଦବୀଙ୍କ ଦାବି ପୂରଣ କରିଥିଲେ ମଧ୍ୟ ସାମ୍ବାଦିକଙ୍କୁ ଆଣଦେଖା ପ୍ରତିବାଦରେ ସଙ୍ଘ ଏପରି ନିଷ୍ପତି ଗ୍ରହଣ କରିଛି l

Related posts

ପାଞ୍ଚ ଶହ ଦିନରୁ ଅଧିକ ହୋଇଗଲାଣି ଧାରଣା,ନଜର ନାହିଁ ପ୍ରଶାସନର

Odisha Halchal

ବଣାଇ ଅଂଚଳ ରେ ପକ୍ଷୀ ଗଣନା

Odisha Halchal

ବାଙ୍ଗାଲାଦେଶରେ ଲ୍ୟାଣ୍ଡଫଲ କଲା ବାତ୍ୟା ସିତ୍ରାଙ୍ଗ

Odisha Halchal

Leave a Comment